ଶ୍ରୀମନ୍ଦିର ଖୋଲିବାକୁ ହାଇକୋର୍ଟରେ ଦାଏର ହେଲା ମାମଲା

ପୁରୀ (ଓଡ଼ିଶା ରିପୋର୍ଟର):  ମହାମାରୀ କରୋନା ଯୋଗୁ ପ୍ରାୟ ୪ ମାସ ହେବ ଶ୍ରୀମନ୍ଦିର ସମେତ ରାଜ୍ୟର ସ଼ବୁ ମନ୍ଦିର ଖାଁ ଖାଁ ପଡ଼ି ରହିଛି। ଭକ୍ତକୁ  ମନ୍ଦିର ଦୁଆର ମନା। ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତ ମନ ବ୍ୟାକୁଳ ହେଉଥିବା ବେଳେ ମନ୍ଦିର ଖୋଲିବା ନେଇ ଲାଗି ରହିଛି ଅନିଶ୍ଚିତତା । ତେବେ ଶ୍ରୀମନ୍ଦିର ଖୋଲିବାକୁ ଆବେଦନ କରି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ଦେବାକୁ […]

puri-1--1-1

Tapaswini Nayak
  • Published: Monday, 03 August 2020
  • , Updated: 03 August 2020, 02:54 PM IST

ପୁରୀ (ଓଡ଼ିଶା ରିପୋର୍ଟର):  ମହାମାରୀ କରୋନା ଯୋଗୁ ପ୍ରାୟ ୪ ମାସ ହେବ ଶ୍ରୀମନ୍ଦିର ସମେତ ରାଜ୍ୟର ସ଼ବୁ ମନ୍ଦିର ଖାଁ ଖାଁ ପଡ଼ି ରହିଛି। ଭକ୍ତକୁ  ମନ୍ଦିର ଦୁଆର ମନା। ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତ ମନ ବ୍ୟାକୁଳ ହେଉଥିବା ବେଳେ ମନ୍ଦିର ଖୋଲିବା ନେଇ ଲାଗି ରହିଛି ଅନିଶ୍ଚିତତା । ତେବେ ଶ୍ରୀମନ୍ଦିର ଖୋଲିବାକୁ ଆବେଦନ କରି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ଦେବାକୁ ପିଟିସନରେ ଉଲ୍ଲେଖ କରାଯାଇଛି।

ମହାମାରୀ କରୋନା ପାଇଁ ବନ୍ଦ ଥିବା ଶ୍ରୀମନ୍ଦିର ସମେତ ରାଜ୍ୟର ସମସ୍ତ ମନ୍ଦିର ଖୋଲିବାକୁ ହାଇକୋର୍ଟରେ ୨ଟି ପୃଥକ ଜନସ୍ୱାର୍ଥ ମାମଲା ଦାଏର ହୋଇଛି । ପୁରୀର ଜଣେ ଭକ୍ତ ହାଇକୋର୍ଟରେ ଏହି ଜନସ୍ୱାର୍ଥ ମାମଲା ଦାଏର କରିଛନ୍ତି।

ସେହିପରି କାକଟପୁର ମା’ ମଙ୍ଗଳା ପୀଠର ୧୫ଜଣ ପୂଜାରୀଙ୍କ ପକ୍ଷରୁ ମଧ୍ୟ ପିଟିସନ୍ କରାଯାଇଛି। ସାଧାରଣ ଦର୍ଶନ ପାଇଁ ମା’ ମଙ୍ଗଳାଙ୍କ ମନ୍ଦିର ଖୋଲିବାକୁ ନିବେଦନ କରାଯାଇଛି। କରୋନା ସଂକଟ ବେଳେ ପୂଜାରୀଙ୍କୁ ଆର୍ଥିକ ସହାୟତା ଦେବାକୁ ମଧ୍ୟ ଏହି ପିଟିସନରେ ନିବେଦନ କରିଛନ୍ତି ସେବାୟତ।

ସୂଚନାଯୋଗ୍ୟ, କରୋନା ପାଇଁ ରାଜ୍ୟ ସରକାର ଶ୍ରୀମନ୍ଦିର ସମେତ ରାଜ୍ୟର ସମସ୍ତ ମନ୍ଦିର ବନ୍ଦ ନିର୍ଦ୍ଦେଶ ଦେଇଥିବା ବେଳେ ତାହା ଏପର୍ଯ୍ୟନ୍ତ ଖୋଲି ନାହିଁ।  ।

Related story