ରଥଯାତ୍ରା ପାଇଁ ସୁପ୍ରିମକୋର୍ଟରେ ପୁଣି ଦୁଇଟି ପିଟିସନ୍‌

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ମହାପ୍ରଭୁଙ୍କ ରଥଯାତ୍ରା କରିବା ପାଇଁ ସୁପ୍ରିମକୋର୍ଟରେ ପୁଣି ଦୁଇଟି ପିଟିସନ୍‌ ଦାଖଲ ହୋଇଛି। ଗୋଟିଏ ନୟାଗଡ଼ ଜିଲ୍ଲାର ଅଫତାବ ହୁସେନ ଓ ଅନ୍ୟଟି ଓଡ଼ିଶା ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ ପକ୍ଷରୁ ଦାୟର ହୋଇଛି।ଅଫତାବ ହୁସେନ ଦାୟର କରିଥିବା ମୋଡିଫିକେସନ ପିଟିସନରେ ଅନୁରୋଧ କରିଛନ୍ତି, ସୁପ୍ରିମକୋର୍ଟ ଦେଇଥିବା ରାୟରେ ଆଂଶିକ ପରିବର୍ତ୍ତନ କରନ୍ତୁ। କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦେବାକୁ ଆବେଦନରେ ଅନୁରୋଧ କରାଯାଇଛି। ପୁରୀ ସହରକୁ ଶଟ୍‌ଡାଉନ୍‌ ଘୋଷଣା କରି ମହାପ୍ରଭୁଙ୍କ ଘୋଷଯାତ୍ରା […]

puri

Manoranjan Sial
  • Published: Friday, 19 June 2020
  • , Updated: 19 June 2020, 11:20 PM IST

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ମହାପ୍ରଭୁଙ୍କ ରଥଯାତ୍ରା କରିବା ପାଇଁ ସୁପ୍ରିମକୋର୍ଟରେ ପୁଣି ଦୁଇଟି ପିଟିସନ୍‌ ଦାଖଲ ହୋଇଛି। ଗୋଟିଏ ନୟାଗଡ଼ ଜିଲ୍ଲାର ଅଫତାବ ହୁସେନ ଓ ଅନ୍ୟଟି ଓଡ଼ିଶା ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ ପକ୍ଷରୁ ଦାୟର ହୋଇଛି।ଅଫତାବ ହୁସେନ ଦାୟର କରିଥିବା ମୋଡିଫିକେସନ ପିଟିସନରେ ଅନୁରୋଧ କରିଛନ୍ତି, ସୁପ୍ରିମକୋର୍ଟ ଦେଇଥିବା ରାୟରେ ଆଂଶିକ ପରିବର୍ତ୍ତନ କରନ୍ତୁ। କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦେବାକୁ ଆବେଦନରେ ଅନୁରୋଧ କରାଯାଇଛି। ପୁରୀ ସହରକୁ ଶଟ୍‌ଡାଉନ୍‌ ଘୋଷଣା କରି ମହାପ୍ରଭୁଙ୍କ ଘୋଷଯାତ୍ରା କରିବାକୁ ପିଟିସନ୍‌ରେ ଅନୁରୋଧ କରାଯାଇଛି। ଓଡ଼ିଶା ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ ପକ୍ଷରୁ ମଧ୍ୟ ସୁପ୍ରିମକୋର୍ଟରେ ମୋଡିଫିକେସନ ପିଟିସନ ଦାଖଲ ହୋଇଛି। ନିର୍ଦ୍ଦେଶ ପ୍ରତ୍ୟାହାର ବା ପରିବର୍ତ୍ତନ ପାଇଁ ପିଟିସନରେ ଅନୁରୋଧ କରାଯାଛି।

ରଥଯାତ୍ରା ବନ୍ଦ ଗତକାଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ। ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଦାଏର ମାମଲାରେ ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଚିସ୍‌ ଏସ.ଏ. ବୋବଡ଼େଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଥିଲେ। ରାୟରେ ଉଲ୍ଲେଖ କରିଥିଲା, ‘କରୋନା’ ମହାମାରୀ ସମୟରେ ରଥଯାତ୍ରା ଲାଗି ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇ ପାରିବନାହିଁ। ଜନସ୍ୱାର୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ ରଥଯାତ୍ରା କିମ୍ବା ଏ ସଂପର୍କିତ ଅନ୍ୟାନ୍ୟ ବାହ୍ୟ ନୀତି ପାଇଁ ମଧ୍ୟ ଅନୁମତି ଦେଇ ହେବନି। ଯଦି ଏଭଳି ସମୟରେ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦିଆଯାଏ, ତାହାଲେ ମହାପ୍ରଭୁ ଜଗନ୍ନାଥ ଆମକୁ କ୍ଷମା ଦେବେନି ବୋଲି ରାୟରେ ଉଲ୍ଲେଖ ରହିଛି।

 

Related story