୧୯ ଦିନ ହେଲା ନନ୍‌ଷ୍ଟପ୍‌ ବଢ଼ୁଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ତେଲ ଦରରେ ନିଆଁ ଲାଗିବା ପରେ ଅତ୍ୟାବଶ୍ୟକ ସାମଗ୍ରୀ ବଜାରରେ ଏହାର ସିଧାସଳଖ ପ୍ରଭାବ ପଡ଼ିବା ଆଶଙ୍କା। ଆଜିକୁ ୧୯ ଦିନ ହେଲା ଦେଶବ୍ୟାପୀ ଡିଜେଲ୍ ଏବଂ ପେଟ୍ରୋଲ୍ ରେଟ୍ ବଢ଼ିବାରେ ଲାଗିଛି । ତେଲ ଦର ମହଙ୍ଗା ହେବା ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଖର୍ଚ୍ଚ ବଢୁଥିବାରୁ ଚିନ୍ତାରେ ବ୍ୟବସାୟୀ ଓ ଖାଉଟି । ସେପଟେ ଟ୍ରକ୍ ମାଲିକ ସଂଘ ବି ଏଭଳି ସ୍ଥିତିରେ ଗାଡ଼ି ଚଳାଇବା ମୁସ୍କିଲ ବୋଲି କହିଛି। ଗତ […]

PETROL

Tapas Behera
  • Published: Thursday, 25 June 2020
  • , Updated: 25 June 2020, 09:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ତେଲ ଦରରେ ନିଆଁ ଲାଗିବା ପରେ ଅତ୍ୟାବଶ୍ୟକ ସାମଗ୍ରୀ ବଜାରରେ ଏହାର ସିଧାସଳଖ ପ୍ରଭାବ ପଡ଼ିବା ଆଶଙ୍କା। ଆଜିକୁ ୧୯ ଦିନ ହେଲା ଦେଶବ୍ୟାପୀ ଡିଜେଲ୍ ଏବଂ ପେଟ୍ରୋଲ୍ ରେଟ୍ ବଢ଼ିବାରେ ଲାଗିଛି । ତେଲ ଦର ମହଙ୍ଗା ହେବା ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଖର୍ଚ୍ଚ ବଢୁଥିବାରୁ ଚିନ୍ତାରେ ବ୍ୟବସାୟୀ ଓ ଖାଉଟି । ସେପଟେ ଟ୍ରକ୍ ମାଲିକ ସଂଘ ବି ଏଭଳି ସ୍ଥିତିରେ ଗାଡ଼ି ଚଳାଇବା ମୁସ୍କିଲ ବୋଲି କହିଛି।

ଗତ ୧୯ ଦିନ ଧରି ତେଲ ରେଟ୍ ଯେଉଁ ବେଗରେ ବଢ଼ିଚାଲିଛି, ତାକୁ ନେଇ ଖାଉଟି ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଲାଣି । ଜୁନ୍ ୭ରୁ ଜୁନ୍ ୨୫ । ୧୯ ଦିନ ହେଲାଣି ତେଲ ଦରରେ ବ୍ରେକ୍ ଲାଗୁନି । ଏହି ୧୯ ଦିନ ମଧ୍ୟରେ ପେଟ୍ରୋଲ୍ ଲିଟର ପିଛା ପାଖାପାଖି ୯ ଟଙ୍କା ଏବଂ ଡିଜେଲ୍ ପ୍ରାୟ ୧୧ ଟଙ୍କା ବଢ଼ିଲାଣି। ଫଳରେ ବ୍ୟବସାୟୀ ମାନେ ପରିବହନ ଖର୍ଚ୍ଚ ଅଧିକ ପଡ଼ୁଥିବା କହୁଛନ୍ତି। ହେବା ବି ସ୍ୱାଭାବିକ।  କାରଣ ଡାଲି ହେଉ କି ଚାଉଳ, ଆଳୁ ହେଉ କି ପିଆଜ। ଏମିତି ଅନେକ ଅତ୍ୟାବଶ୍ୟକ ସାମଗ୍ରୀ ରାଜ୍ୟ ବାହାରୁ ଆମଦାନୀ ହେଉଛି । ତେଣୁ ତେଲ ଦର ନିୟନ୍ତ୍ରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର  ପଦକ୍ଷେପ ନନେଲେ ଦରବୃଦ୍ଧି ସମସ୍ୟା ଉପୁଜିବ ବୋଲି କହିଛନ୍ତି ବ୍ୟବସାୟୀ।

ଖାଦ୍ୟ ଯୋଗାଣ ମନ୍ତ୍ରୀ ବି କହିଛନ୍ତି, ତେଲ ଦର ବଢୁଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ଦର୍ ବି ବଢ଼ିବାର ଆଶଙ୍କା ରହିଛି। ତେବେ ଏଥିପାଇଁ ସରକାର ପ୍ରସ୍ତୁତ ଥିବା ସେ କହିଛନ୍ତି। ସେପଟେ କ୍ରମାଗତ ବଢ଼ିଚାଲିଥିବା ତେଲ ଦରକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଟ୍ରକ୍ ମାଲିକ ସଂଘ । ଡିଜେଲ୍ ଉପରେ ଦର ନିୟନ୍ତ୍ରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବାରମ୍ବାର ନିବେଦନ କରାଯାଉଥିଲେ ବି କୌଣସି ପଦକ୍ଷେପ ନେଉନାହାଁନ୍ତି । କୋଭିଡ୍ ସଙ୍କଟ ଭିତରେ ଦେଶବ୍ୟାପି ଏବେ କେବଳ ୪୦ ପ୍ରତିଶତ ଟ୍ରକ ଚାଲୁଛି । ତାମଧ୍ୟରୁ ୨୫ ପ୍ରତିଶତ ଟ୍ରକ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଛନ୍ତି । ତେଲ ଦାମ୍ ଏଭଳି ବଢ଼ିଚାଲିଲେ ଆଗାମୀ ଦିନରେ ଟ୍ରକ ଚଳାଚଳ ବନ୍ଦ କରାଯିବ ଏବଂ ଏହାର ସିଧାସଳଖ ପ୍ରଭାବ ଖାଉଟିଙ୍କ ଉପରେ ପଡ଼ିବ ବୋଲି ଟ୍ରକ ମାଲିକ ସଂଘ ଚେତାଇ ଦେଇଛି ।

ଲଗାତର ୧୯ ଦିନ ଧରି ବଢ଼ିଚାଲିଥିବା ତୈଳ ଦରକ୍ରମରେ ଆଜି ପେଟ୍ରୋଲ ୧୬ ପଇସା ଏବଂ ଡିଜେଲ ୧୩ ପଇସା ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୮୦ ଟଙ୍କା ୪୭ ପଇସା ରହିଥିବାବେଳେ ଡିଜେଲ୍ ୭୮ ଟଙ୍କା ୧୭ ପଇସା ରହିଛି ।

Related story