Advertisment

କମିବା ବଦଳରେ ବଢ଼ି ଚାଲିଛି ପେଟ୍ରୋଲ୍‌ ଓ ଡିଜେଲ୍ ଦର, ମାଲକାନଗିରିରେ ସର୍ବାଧିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଥିବା ବେଳେ ଏବେ ପେଟ୍ରୋଲ ଓ ଡିଜେଲ୍ ଦର ଲୋକଙ୍କ ସମସ୍ୟାକୁ ଦୁଇଗୁଣା ବଢ଼ାଇ ଦେଇଛି। ଗତ ମାସେ-ଦୁଇ ମାସ ଧରି ସ୍ଥିର ରହିବା ପରେ ଗତ ସପ୍ତାହେ ଧରି ପେଟ୍ରୋଲ ଓ ଡିଜେଲ୍ ଦର ହୁ ହୁ ହୋଇ ବଢ଼ି ଚାଲିଛି। ଏଭଳି ସ୍ଥିତିରେ ସାଧାରଣ ଲୋକେ ନାହିଁ ନଥିବା ସମସ୍ୟାର ସାମ୍ନା କରୁଛନ୍ତି। ଓଡ଼ିଶାରେ ମଧ୍ୟ ପେଟ୍ରୋଲ ଓ ଡିଜେଲ୍ ଦର ଲୋକଙ୍କୁ ନୟାନ୍ତ […]

author-image
Ranjit Kumar Jena
କମିବା ବଦଳରେ ବଢ଼ି ଚାଲିଛି ପେଟ୍ରୋଲ୍‌ ଓ ଡିଜେଲ୍ ଦର, ମାଲକାନଗିରିରେ ସର୍ବାଧିକ

Petrol

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଥିବା ବେଳେ ଏବେ ପେଟ୍ରୋଲ ଓ ଡିଜେଲ୍ ଦର ଲୋକଙ୍କ ସମସ୍ୟାକୁ ଦୁଇଗୁଣା ବଢ଼ାଇ ଦେଇଛି। ଗତ ମାସେ-ଦୁଇ ମାସ ଧରି ସ୍ଥିର ରହିବା ପରେ ଗତ ସପ୍ତାହେ ଧରି ପେଟ୍ରୋଲ ଓ ଡିଜେଲ୍ ଦର ହୁ ହୁ ହୋଇ ବଢ଼ି ଚାଲିଛି। ଏଭଳି ସ୍ଥିତିରେ ସାଧାରଣ ଲୋକେ ନାହିଁ ନଥିବା ସମସ୍ୟାର ସାମ୍ନା କରୁଛନ୍ତି।

Advertisment

ଓଡ଼ିଶାରେ ମଧ୍ୟ ପେଟ୍ରୋଲ ଓ ଡିଜେଲ୍ ଦର ଲୋକଙ୍କୁ ନୟାନ୍ତ କଲାଣି। ବିଶେଷକରି ଦୁର୍ଗମ ଅଞ୍ଚଳ ମାଲକାନଗିରିରେ ପେଟ୍ରୋଲ ଲିଟର୍ ପିଛା ୧୦୮.୮୫ ଟଙ୍କା ଓ ଡିଜେଲ୍ ଲିଟର୍ ପିଛା ୧୦୪.୦୬ ପଇସାରେ ବିକ୍ରି ହେଉଛି। ଯଦିଓ ଏହା ଦୁର୍ଗମ ଅଞ୍ଚଳ, କିନ୍ତୁ ତୈଳ ଦର ଏତେ ମାତ୍ରାରେ ବୃଦ୍ଧି ପାଇବା ଲୋକଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି।

କେବଳ ମାଲକାନଗିରି ନୁହେଁ, ସାରା ରାଜ୍ୟରେ ପେଟ୍ରୋଲ ଲିଟର୍ ପିଛା ୧୦୦ ଟଙ୍କା ଉପରେ ରହିଛି। ରାଜଧାନୀ ଭୁବନେଶ୍ୱରରେ ସୋମବାର ପେଟ୍ରୋଲ୍ ଲିଟର ପିଛା ୧୦୩ ଟଙ୍କା ୨୮ ପଇସା ଥିବା ବେଳେ ଡିଜେଲ୍ ଦର ୯୯ ଟଙ୍କା ରହିଛି। ସେହିପରି ରାଜ୍ୟର ଅନ୍ୟତମ ସ୍ମାର୍ଟ ସିଟି ରାଉରକେଲାରେ ପେଟ୍ରୋଲ ଲିଟର୍ ପିଛା ୧୦୪ ଟଙ୍କା ୩୭ ଓ ଡିଜେଲ୍ ଲିଟର୍ ପିଛା ୧୦୦ ଟଙ୍କା ୭ ପଇସା ରହିଥିବା ବେଳେ ବାରିପଦାରେ ପେଟ୍ରୋଲ ଲିଟର୍ ପିଛା ୧୦୩ ଟଙ୍କା ୪୪ ଓ ଡିଜେଲ୍ ଲିଟର୍ ପିଛା ୯୯ଟଙ୍କା ୧୯ ପଇସା, ବ୍ରହ୍ମପୁରରେ ପେଟ୍ରୋଲ ଲିଟର୍ ପିଛା ୧୦୪ ଟଙ୍କା ୭୪ ଓ ଡିଜେଲ୍ ଲିଟର୍ ପିଛା ୧୦୦ ଟଙ୍କା ଉପରେ ବିକ୍ରି ହେଉଛି। କରୋନା ମହାମାରୀ ଯୋଗୁଁ ଏମିତିକା ଗଲା ଦେଢ଼ବର୍ଷ ହେଲା ଲକଡାଉନ୍-ସଟଡାଉନ୍ ଯନ୍ତ୍ରଣା ଭିତରେ ରୋଜଗାର କମୁଥିବାବେଳେ, ମହଙ୍ଗା ତେଲ ମାଡ଼ ଯେମିତି ସାଧାରଣ ଲୋକଙ୍କୁ ନୟାନ୍ତ କରିଦେଇଛି।

Advertisment

ଗତ ଦେଢ଼ ବର୍ଷ ଭିତରେ ଅର୍ଥାତ୍ ୨୦୨୦, ଏପ୍ରିଲ ମାସରୁ ଏବେ ସୁଦ୍ଧା ପେଟ୍ରୋଲ ଲିଟର ପିଛା ୩୪ ଟଙ୍କା ୭୩ ପଇସା ଓ ଡିଜେଲ୍ ୩୨ ଟଙ୍କା ୩୨ ପଇସା ବଢ଼ି ସାରିଲାଣି। ବିଶେଷଜ୍ଞଙ୍କ ମତରେ ଅନ୍ତର୍ଜାତୀୟ ମାର୍କେଟରେ ଅଶୋଧିତ ତୈଳ ଉତ୍ପାଦନ ହ୍ରାସ ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବର୍ଦ୍ଧିତ ଟିକସ କାରଣରୁ ହିଁ ଦେଶରେ ତୈଳ ଦର ହୁ ହୁ ବଢୁଛି।

ରାଜ୍ୟ ସରକାର ପେଟ୍ରୋଲ ଲିଟର ପିଛା ଭାଟ୍ ବାବଦରେ ୨୪ ଟଙ୍କା ୧୭ ପଇସା ପାଉଥିବାବେଳେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ବାବଦରେ ୩୨ ଟଙ୍କା ୯୦ ପଇସା। ତା' ସହିତ ଡିଲର କମିଶନ ପୁଣି ସେଥିରେ ମିଶୁଛି ୩ ଟଙ୍କା ୩୯ ପଇସା। ଉତ୍କଳ ପେଟ୍ରୋଲିୟମ୍ ଡିଲର ସଂଘ କହିଛି- ତୈଳ ଉପରେ କେନ୍ଦ୍ର ଭଳି ରାଜ୍ୟ ମଧ୍ୟ ନିର୍ଦ୍ଦିଷ୍ଟ ପରିମାଣର ଟିକସ ସ୍ଥିର କରିବା ଉଚିତ୍। ତେଣେ ବ୍ୟବସାୟୀ ସଂଘର ଯୁକ୍ତି କରିଛନ୍ତି ଯେ କୋଭିଡ୍ ସମୟରେ ରାଜସ୍ୱ ହାସଲ ପାଇଁ ତୈଳ ଦର ବଢିଥିଲା, ଏବେ ସରକାର ଦର କାହିଁକି କମ୍ କରୁନାହାନ୍ତି।