ଅଳ୍ପ ଦିନ ପରେ ଆରମ୍ଭ ହେବ ପିଜି କ୍ଲାସ, ଘୋଷଣା ହେଲା ତାରିଖ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) :ଫେବୃଆରୀ ୧୦ରୁ ଆରମ୍ଭ ହେବ ପିଜି ପାର୍ଟ-୧ କ୍ଲାସ୍। ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ଏଥିସହ ମନ୍ତ୍ରୀ କହିଛନ୍ତି, ପ୍ରି-ଫାଇନାଲ ଇୟର କ୍ଲାସ ମଧ୍ୟ ଫେବୃଆରୀ ୧୦ରୁ ଆରମ୍ଭ ହେବ। ଆସନ୍ତା ୧୦ରୁ କ୍ଲାସ ଆରମ୍ଭ ହେବାକୁ ଥିବାରୁ ୮ରେ ଖୋଲିଯିବ ହଷ୍ଟେଲ। କିନ୍ତୁ ଉଭୟ ସ୍କୁଲ, ହଷ୍ଟେଲରେ କୋଭିଡ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରାଯିବ। ୟୁଜି ୩ୟ ସେମିଷ୍ଟର ଓ ୫ମ ସେମିଷ୍ଟର ପରୀକ୍ଷା ଏପ୍ରିଲ ୧୯ରୁ ଆରମ୍ଭ […]

arunasahoo

arunasahoo

Niharika Rout
  • Published: Tuesday, 02 February 2021
  • Updated: 02 February 2021, 01:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) :ଫେବୃଆରୀ ୧୦ରୁ ଆରମ୍ଭ ହେବ ପିଜି ପାର୍ଟ-୧ କ୍ଲାସ୍। ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।

ଏଥିସହ ମନ୍ତ୍ରୀ କହିଛନ୍ତି, ପ୍ରି-ଫାଇନାଲ ଇୟର କ୍ଲାସ ମଧ୍ୟ ଫେବୃଆରୀ ୧୦ରୁ ଆରମ୍ଭ ହେବ। ଆସନ୍ତା ୧୦ରୁ କ୍ଲାସ ଆରମ୍ଭ ହେବାକୁ ଥିବାରୁ ୮ରେ ଖୋଲିଯିବ ହଷ୍ଟେଲ। କିନ୍ତୁ ଉଭୟ ସ୍କୁଲ, ହଷ୍ଟେଲରେ କୋଭିଡ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରାଯିବ।

ୟୁଜି ୩ୟ ସେମିଷ୍ଟର ଓ ୫ମ ସେମିଷ୍ଟର ପରୀକ୍ଷା ଏପ୍ରିଲ ୧୯ରୁ ଆରମ୍ଭ ହୋଇ ୩୦ ଏପ୍ରିଲ ଯାଏ ଚାଲିବ। ମେ ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ । ସେହିପରି ପିଜି ପ୍ରଥମ ସେମିଷ୍ଟର ପରୀକ୍ଷା ଜୁନ୍ ୭ରୁ ଜୁନ୍ ୧୯ ଯାଏ ଚାଲିବ। ପିଜି ପ୍ରଥମ ସେମିଷ୍ଟର ରେଜଲ୍ଟ ଜୁଲାଇ ୨୦ ସୁଦ୍ଧା ପ୍ରକାଶ ପାଇବ ବୋଲି କହିଛନ୍ତି ମନ୍ତ୍ରୀ।

କରୋନା ଗ୍ରାଫ ଏବେ ତଳମୁହାଁ ଥିବା ବେଳେ ବିଭିନ୍ନ କ୍ଷେତ୍ରରେ ଲାଗିଥିବା କଟକଣାକୁ ଧୀରେ ଧୀରେ କୋହଳ କରାଯାଉଛି।କରୋନା କୋପ ଯୋଗୁ ଦୀର୍ଘ ୧୦ ମାସ ହେବ ସ୍କୁଲରେ ଶିକ୍ଷା ଦାନ ଏକ ପ୍ରକାର ଠପ୍‌ ହୋଇପଡ଼ିଥିଲା। ଏବେ ସ୍ଥିତି ସାମାନ୍ୟ ହେଉଥିବା ବେଳେ ଟ୍ରାକ୍‌କୁ ଫେରୁଛି ପିଲାଙ୍କ ପାଠପଢ଼ା। ପୂର୍ବରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍ ଖୋଲିସାରିଥିବା ବେଳେ ଆଉ କିଛି ଦିନ ପରେ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍ ଖୋଲାଯିବ। ଗତକାଲିଠୁ ରାଜ୍ୟରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲି ସାରିଛି। ସେହିଭଳି ପ୍ରାଥମିକ ସ୍କୁଲ୍ ଖୋଲିବା ପାଇଁ ଏସ୍‌ଓପି ପ୍ରସ୍ତୁତ କରିବାକୁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

https://youtu.be/2ggftTf-rUM

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos