ବାଇକ ଦୁର୍ଘଟଣାରେ ବିଧାୟକ ଆହତ

ଫୁଲବାଣୀ (ତ୍ରିନାଥ ସାହୁ): ବାଇକ ଦୁର୍ଘଟଣାରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଆହତ ହୋଇଛନ୍ତି।  ତାଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସାପରେ  ବିଧାୟକ ସୁସ୍ଥ ଥିବା ଜଣାପଡ଼ିଛି। ବିଧାୟକଙ୍କ ଗୋଟିଏ ହାତ ଭାଙ୍ଗି ଯାଇଥିବା ବେଳେ ଗୋଡରେ ତାଙ୍କର ଆଘାତ ଲାଗିଛି। ସୂଚନାଅନୁସାରେ, ଆଜି ସକାଳେ ବିଧାୟକ ଅଙ୍ଗଦ କହଁର ବାଇକ ଯୋଗେ ନିଜ ଗାଁ ପକାରୀ ନିକଟରେ ଥିବା ମନ୍ଦିରକୁ ଦର୍ଶନ କରିବାକୁ ଯାଉଥିଲେ। ସାମନା ପଟୁ ଦ୍ରୁତ ଗତିରେ […]

accident

Tapaswini Nayak
  • Published: Monday, 04 October 2021
  • , Updated: 04 October 2021, 02:29 PM IST

ଫୁଲବାଣୀ (ତ୍ରିନାଥ ସାହୁ): ବାଇକ ଦୁର୍ଘଟଣାରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଆହତ ହୋଇଛନ୍ତି।  ତାଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସାପରେ  ବିଧାୟକ ସୁସ୍ଥ ଥିବା ଜଣାପଡ଼ିଛି। ବିଧାୟକଙ୍କ ଗୋଟିଏ ହାତ ଭାଙ୍ଗି ଯାଇଥିବା ବେଳେ ଗୋଡରେ ତାଙ୍କର ଆଘାତ ଲାଗିଛି।

ସୂଚନାଅନୁସାରେ, ଆଜି ସକାଳେ ବିଧାୟକ ଅଙ୍ଗଦ କହଁର ବାଇକ ଯୋଗେ ନିଜ ଗାଁ ପକାରୀ ନିକଟରେ ଥିବା ମନ୍ଦିରକୁ ଦର୍ଶନ କରିବାକୁ ଯାଉଥିଲେ। ସାମନା ପଟୁ ଦ୍ରୁତ ଗତିରେ ଆସୁଥିବା ଦୁଇଜଣ ଯୁବକ ତାଙ୍କ ବାଇକଙ୍କୁ ଧକ୍କା ଦେଇଥିଲେ। ଫଳରେ ବିଧାୟକ ଗାଡିରୁ ଛିଟିକି ପଡିଥିଲେ । ପାଖରେ ଥିବା ଗ୍ରାମବାସୀ ତାଙ୍କୁ ସଙ୍ଗେ ସଙ୍ଗେ ଘରକୁ ନେଇଯାଇ ଥିଲେ। ସ୍ଥାନୀୟ ଆଶାକର୍ମୀ ସୀତା ସାହୁ ଘରେ ପହଞ୍ଚି ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ। ପରେ ଜିଲ୍ଲା ଯୁବ ବିଜେଡି ସଭାପତି ବିଷ୍ଣୁ ଚରଣ ମଲିକ ଓ ଗ୍ରାମବାସୀ ଅଜୟ ସାହୁ ବିଧାୟକଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ତାଙ୍କ ଅବସ୍ଥା ଠିକ ଥିବା ଜଣାପଡିଛି। ଦୁର୍ଘଟଣା ଘଟାଇଥିବା ଯୁବକମାନେ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି ।

 

Related story