ଫୁଲବାଣୀରେ ଜନନୀ ସୁରକ୍ଷା ଯୋଜନା ଫେଲ‌୍‍

ଫୁଲବାଣୀ: ଶିଶୁ ମୃତ୍ୟୁହାରରେ ଦେଶରେ ସର୍ବାଗ୍ରେ ରହିଛି ଫୁଲବାଣୀ। ଏଠାରେ ଶିଶୁ ଓ ମାତୃ ମୃତ୍ୟୁହାର ରୋକିବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ଜିଲ୍ଲାରେ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନେଇ ନାହାନ୍ତି ଆବଶ୍ୟକ ଡାକ୍ତର। ପୁଣି ଜିଲ୍ଲାରେ କିଛି ସ୍ଥାନରେ ଅନଭିଜ୍ଞ ଡାକ୍ତରଙ୍କ ଉପସ୍ଥିତି ପରିସ୍ଥିତିକୁ ଆହୁରି ଜଟିଳ କରି ଦେଉଛି। ଗତ ସପ୍ତାହର ଏକ ଘଟଣାରୁ ଏହା ପ୍ରମାଣିତ ହେଉଛି। ଗତ ଶନିବାର ଡୁମୁଡ଼ିବନ୍ଧ ବ୍ଲକ‌୍‍ […]

phulbani

phulbani

Rakesh Mallick
  • Published: Tuesday, 14 July 2015
  • Updated: 14 July 2015, 01:40 AM IST

Sports

Latest News

ଫୁଲବାଣୀ: ଶିଶୁ ମୃତ୍ୟୁହାରରେ ଦେଶରେ ସର୍ବାଗ୍ରେ ରହିଛି ଫୁଲବାଣୀ। ଏଠାରେ ଶିଶୁ ଓ ମାତୃ ମୃତ୍ୟୁହାର ରୋକିବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ଜିଲ୍ଲାରେ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନେଇ ନାହାନ୍ତି ଆବଶ୍ୟକ ଡାକ୍ତର। ପୁଣି ଜିଲ୍ଲାରେ କିଛି ସ୍ଥାନରେ ଅନଭିଜ୍ଞ ଡାକ୍ତରଙ୍କ ଉପସ୍ଥିତି ପରିସ୍ଥିତିକୁ ଆହୁରି ଜଟିଳ କରି ଦେଉଛି। ଗତ ସପ୍ତାହର ଏକ ଘଟଣାରୁ ଏହା ପ୍ରମାଣିତ ହେଉଛି।

ଗତ ଶନିବାର ଡୁମୁଡ଼ିବନ୍ଧ ବ୍ଲକ‌୍‍ ଅନ୍ତର୍ଗତ ଦୁର୍ଗମ ଗୁମା ପଞ୍ଚାୟତର କମଲାପଡ଼ା ଗାଁର ଜଣେ ଗର୍ଭବତୀ ମହିଳା ପରୀକ୍ଷା କରିବା ପାଇଁ ଆସିଥିଲେ ଡୁମୁଡ଼ିବନ୍ଧ ସ୍ଥିତି ଗୋଷ୍ଠୀ ଚିକିତ୍ସାକେନ୍ଦ୍ରକୁ। ବହୁ କଷ୍ଟରେ ବେଲଘରଠାରୁ ଏକ ଗାଡ଼ିରେ ସେ ଡାକ୍ତରଖାନାକୁ ଆସିଥିଲେ। କିନ୍ତୁ ତାଙ୍କୁ ଦେଖିବାକୁ ସେଠାରେ ଡାକ୍ତର ନଥିଲେ। ଏଠାରେ ମଞ୍ଜୁରୀପ୍ରାପ୍ତ ପଦବୀ ଅନୁଯାୟୀ ଡାକ୍ତର ନାହାନ୍ତି। ପୁଣି ନିକଟରେ ଉଚ୍ଚତର ଶିକ୍ଷା ପାଇଁ ଜଣେ ଡାକ୍ତର ଛୁଟିରେ ଚାଲି ଯାଇଛନ୍ତି। ଯେଉଁ ଡାକ୍ତର ଜଣଙ୍କ ଡାକ୍ତରଖାନାରେ ଉପସ୍ଥିତ ଥିଲେ ସେ ଏହି ଗର୍ଭବତୀ ମହିଳା ବାସୁମତି ବିନ୍ଧାଣୀଙ୍କୁ କହିଥିଲେ ଯେ ପ୍ରସବ ପାଇଁ ତାଙ୍କର ତାରିଖ ଆସିନାହିଁ। ଆଉ ତାଙ୍କୁ ଘରକୁ ଫେରିଯିବାକୁ କହିଥିଲେ। ପରିବାର ଲୋକଙ୍କ ସହିତ ଆସିଥିବା ବାସୁମତି ବସ‌୍‍ ଯୋଗେ ନିଜ ଗାଁକୁ ଫେରୁଥିବା ବେଳେ ବାଟରେ ପ୍ରସବ ବେଦନା ହୋଇଥିଲା। ତେଣୁ ବସ‌୍‍ ରହିଥିଲା ଓ ଏକ ଅମରି ବୁଦା ମୂଳରେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ବାସୁମତି। ଏହା ଜଣାପଡ଼ିବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ତୁରନ୍ତ ଡୁମୁଡ଼ିବନ୍ଧ ଡାକ୍ତରଖାନାରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ କରିବାକୁ ଲୋକେ ଦାବି କରିଥିଲେ।

ଫୁଲବାଣୀ ସିଡିଏମଓ କହିଛନ୍ତି ଯେ ଖୁବଶୀଘ୍ର ଡୁମୁଡିବନ୍ଧରେ ଆଉ ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ।

.

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos