ଫିଜିକ୍ସ ଅଧ୍ୟାପକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବ୍ରହ୍ମପୁର(ଜଗନ୍ନାଥ ସାହୁ):ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ମାଣିକନଗରର ଏକ ଘରୁ ଜଣେ ଫିଜିକ୍ସ ଅଧ୍ୟାପକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।  ତାଙ୍କ ନାଁ ରାଜେନ୍ଦ୍ର କୁମାର ଭୂୟାଁ।  ଘର ଭଦ୍ରକ ଜିଲ୍ଲା ଦୋଶି ଗାଁରେ । ସେ କଙ୍କରଡ଼ା ବିଜ୍ଞାନ ମହାବିଦ୍ୟାଳୟରେ ଫିଜିକ୍ସ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ। ଗତ ୨୦ ଦିନ ହେଲା ସେ  ମାଣିକ ନଗରରେ ସେ ଏକ ଭଡ଼ା ଘରେ ରହୁଥିଲେ। ହେଲେ ୧୫ ଦିନ ହେବ ସେ ରହୁଥିବା ଘରର […]

berhampur

Jyoshna Pradhan
  • Published: Thursday, 08 August 2019
  • , Updated: 08 August 2019, 02:56 PM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ):ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ମାଣିକନଗରର ଏକ ଘରୁ ଜଣେ ଫିଜିକ୍ସ ଅଧ୍ୟାପକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।  ତାଙ୍କ ନାଁ ରାଜେନ୍ଦ୍ର କୁମାର ଭୂୟାଁ।  ଘର ଭଦ୍ରକ ଜିଲ୍ଲା ଦୋଶି ଗାଁରେ । ସେ କଙ୍କରଡ଼ା ବିଜ୍ଞାନ ମହାବିଦ୍ୟାଳୟରେ ଫିଜିକ୍ସ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ।

ଗତ ୨୦ ଦିନ ହେଲା ସେ  ମାଣିକ ନଗରରେ ସେ ଏକ ଭଡ଼ା ଘରେ ରହୁଥିଲେ। ହେଲେ ୧୫ ଦିନ ହେବ ସେ ରହୁଥିବା ଘରର କବାଟ ବନ୍ଦ ଥିଲା।  ଆଜି ଘର ଭିତରୁ ଦୁର୍ଗନ୍ଧ ବାହାରିବା ପରେ  ଘର ମାଲିକ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି  ତାଲା ଭାଙ୍ଗି ମୃତଦେହକୁ ଉଦ୍ଧାର କରିଥିଲା। ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।  ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Related story