କଟକରେ ପୁଣି ତାଲିବାନୀ ବର୍ବରତା; ଯୁବକଙ୍କୁ ବିଚ୍‌ ରାସ୍ତାରେ ଆଣ୍ଠେଇ ଦେଲେ

କଟକ (ଓଡ଼ିଶା ରିପୋର୍ଟର): କଟକରେ ତାଲିବାନୀ ଶାସନର ପୁନରାବୃତ୍ତି ହୋଇଛି। କିଛି ଦିନ ତଳେ ଭାଇଚାରାର ସହର କଟକରେ ବିଚ୍‌ ରାସ୍ତାରେ ଜଣେ ଯୁବକଙ୍କୁ ଏକ ସ୍କୁଟର ପଛରେ ରଶିରେ ବାନ୍ଧି ଦୌଡ଼ାଇବା ଘଟଣା ସମଗ୍ର ରାଜ୍ୟରେ ଚହଲ ସୃଷ୍ଟି କରିଥିଲା। ଏହି ଘଟଣାର ଅଳ୍ପ ଦିନ ବ୍ୟବଧାନରେ ପୁଣି ଥରେ ଦେଖିବାକୁ ମିଳିଛି ସମାନ ବର୍ବରତା। ଏଥର ସାଇଡ୍ ମରାକୁ ନେଇ ଘଟିଛି ଏପରି କାଣ୍ଡ । ଜଣେ ଯୁବକଙ୍କୁ ବିଚ୍‌ ରାସ୍ତାରେ ଆଣ୍ଠେଇ ମାଡ଼ […]

pic

pic

Niharika Rout
  • Published: Saturday, 29 October 2022
  • Updated: 29 October 2022, 02:32 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): କଟକରେ ତାଲିବାନୀ ଶାସନର ପୁନରାବୃତ୍ତି ହୋଇଛି। କିଛି ଦିନ ତଳେ ଭାଇଚାରାର ସହର କଟକରେ ବିଚ୍‌ ରାସ୍ତାରେ ଜଣେ ଯୁବକଙ୍କୁ ଏକ ସ୍କୁଟର ପଛରେ ରଶିରେ ବାନ୍ଧି ଦୌଡ଼ାଇବା ଘଟଣା ସମଗ୍ର ରାଜ୍ୟରେ ଚହଲ ସୃଷ୍ଟି କରିଥିଲା। ଏହି ଘଟଣାର ଅଳ୍ପ ଦିନ ବ୍ୟବଧାନରେ ପୁଣି ଥରେ ଦେଖିବାକୁ ମିଳିଛି ସମାନ ବର୍ବରତା। ଏଥର ସାଇଡ୍ ମରାକୁ ନେଇ ଘଟିଛି ଏପରି କାଣ୍ଡ । ଜଣେ ଯୁବକଙ୍କୁ ବିଚ୍‌ ରାସ୍ତାରେ ଆଣ୍ଠେଇ ମାଡ଼ ମରାଯିବା ସହ ଘୋଷାଡ଼ି ଘୋଷାଡ଼ି ନିଆଯାଇଥିବା ଅଭିଯୋଗ ହୋଇଛି । ଏପରି ବର୍ବର କାଣ୍ଡରେ କଟକର ଜଣେ ଟାଣୁଆ ମନ୍ତ୍ରୀଙ୍କ ପୁତୁରା ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।

କଟକ ପ୍ରତାପନଗରୀ ଅଂଚଳର ଏ ଘଟଣା । ଆଜି ସକାଳେ କାର୍ ଓଭରଟେକିଂକୁ ନେଇ ଜଣେ ଯୁବକଙ୍କୁ ପ୍ରାୟ ୧୦, ୧୨ ଯୁବକ ଆଣ୍ଠେଇ ଦେଇଥିବା ଅଭିଯୋଗ ହୋଇଛି । ଏହାଦେଖି ସ୍ଥାନୀୟ ଅଞ୍ଚଳର କିଛି ଯୁବକ ପ୍ରତିବାଦ କରିଥିଲେ। ଫଳରେ ଅଭିଯୁକ୍ତମାନେ ସେମାନଙ୍କୁ ମଧ୍ୟ ମାଡ଼ ମାରି ଆହତ କରିଥିବା ଅଭିଯୋଗ ହୋଇଛି।  ଏହାପରେ ଆକ୍ରମଣକାରୀମାନେ ୨ଟି ଗାଡ଼ିରେ କଟକ ଅଭିମୁଖେ ପଳାଇଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି।ସୋଶାଲ ମିଡିଆରେ ଏ ଭିଡିଓଟି ଭାଇରାଲ ହେଉଛି ।

ଏହି ଘଟଣାକୁ ନେଇ କଟକ ସଦର ଥାନାରେ ଆହତ ହୋଇଥିବା କଟକ ପ୍ରତାପନଗରୀର ଜଣେ ଯୁବକ  ୧୦ ଜଣଙ୍କ ନାଁରେ ଲିଖିତ  ଅଭିଯୋଗ କରିଛନ୍ତି। ଆକ୍ରମଣ କରିଥିବା ଯୁବକଙ୍କ ମଧ୍ୟରେ ରାଜ୍ୟର ଜଣେ ଶାସକ ଦଳର ମନ୍ତ୍ରୀଙ୍କ ପୁତୁରା ରହିଥିବା ଜଣାପଡ଼ିଛି।

ସମ୍ପୃକ୍ତ ମନ୍ତ୍ରୀଙ୍କ ପୁତୁରା ବିଜେଡିର ଜଣେ ଯୁବ ନେତା ହୋଇଥିବା ବେଳେ ତାଙ୍କୁ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳେ । ଏହାବାଦ ପୂର୍ବରୁ ବିଭିନ୍ନ ହିଂସାକାଣ୍ଡରେ ସେ ସାମିଲ ଥିବା ଜଣାଯାଇଛି। ଏନେଇ ପୂର୍ବରୁ କଟକ ବାଦାମବାଡ଼ି ଥାନାରେ ତାଙ୍କ ନାମରେ ଅଭିଯୋଗ ହୋଇଥିବା ବେଳେ ପୁଲିସ୍‌ କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା।

ଏନେଇ ସଦର ଥାନା ଆଇଆଇସିଙ୍କୁ ପଚାରିବାରୁ ସମ୍ପୃକ୍ତ ଯୁବକମାନଙ୍କୁ ଚିହ୍ନଟ କରାଯାଇଛି, ଖୁବ୍‌ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ , କିଛି ଦିନ ପୂର୍ବେ ବାକି ଟଙ୍କା ଆଦାୟକୁ କେନ୍ଦ୍ର କରି ୨ ଯୁବକ ଏକ ସ୍କୁଟର ପଛ ପଟେ ରଶି ବାନ୍ଧି ଜଣେ ଯୁବକଙ୍କୁ ଦୌଡ଼ାଇ ଦୌଡ଼ାଇ ୩ଟି ଟ୍ରାଫିକ୍‌ ଛକ ଅତିକ୍ରମ କରିଥିଲେ। ଏପରିକି  ସନ୍ଧ୍ୟା ସମୟରେ ଜନଗହଳିପୂର୍ଣ୍ଣ ସେଲଟର ଛକରୁ କନିକା ଛକ ଓ ସେଠାରୁ ଚଣ୍ଡି ମନ୍ଦିର ଛକରେ ପହଞ୍ଚିଥିଲେ ଯୁବକମାନେ। ହେଲେ କେଉଁଠି ବି ସେମାନଙ୍କୁ ପୁଲିସ୍‌ ଦେଖି ଅଟକାଇ ପାରିଲାନି। ସୋଶାଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ର ଚେତା ପଶିଲା ଓ ୨ ଅଭିଯୁକ୍ତଙ୍କୁ ଗିରଫ କଲା।

ଏବେ ପୁଣି ଥରେ ସମାନ ଘଟଣାର ପୁନରାବୃତ୍ତି ହୋଇଛି। ଭାଇଚାରାର ସହର କଟକରେ ଥରକୁ ଥର ଏପରି ଅମାନବୀୟ ଘଟଣାର ପୁନରାବୃତ୍ତି ହେଉଥିବା ବେଳେ ପୁଲିସ୍‌ ଜାଣିଶୁଣି ନୀରବ ବସି ରହୁଥିବା ଆଲୋଚନା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story