କୁଚିଣ୍ଡା(ଓଡ଼ିଶା ରିପୋର୍ଟର): ରାସ୍ତା ପାର୍ ହେଉଥିବା ହାତୀପଲକୁ ପିଟି ଦେଲା ଏକ ପିକ୍ଅପ୍ ଭ୍ୟାନ୍ । ପିକ୍ଅପ୍ ଧକ୍କାରେ ଏକ ମାଈହାତୀ ଆହତ ହୋଇଛି। ଦୁର୍ଘଟଣା ପରେ ପିକ୍ଅପ୍ ଭ୍ୟାନ୍ଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ହାତୀର ପଛ ଗୋଡ଼ରେ ଆଘାତ ଲାଗିଛି। ସମ୍ବଲପୁର ଜିଲ୍ଲା ବଞ୍ଜାରୀ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।
ବାମରା ବନଖଣ୍ଡ ଅଧିନସ୍ଥ ଜମନକିରା ବରହାମୁଣ୍ଡାଇ ବିଟ୍ ଅଞ୍ଚଳରୁ ଏକ ୨୩ ଟିକିଆ ହାତୀପଲ ଗତକାଲି ରାସ୍ତା ପାର୍ ହେଉଥିଲା । ଏହି ସମୟରେ ଜାତୀୟ ରାଜପଥ ନିର୍ମାଣରେ ନିୟୋଜିତ ଏକ ପିକ୍ଅପ୍ ଭ୍ୟାନ୍ ସେହି ହାତୀ ପଲରେ ଥିବା ଏକ ମାଈହାତୀର ପଛ ଗୋଡ଼କୁ ଧକ୍କା ଦେଇଥିଲା।
ଜମନକିରା ବନକର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଜବତ କରିବା ସହିତ ହାତୀର ଚିକିତ୍ସା ଜାରି ରଖିଛନ୍ତି । ଚିକିତ୍ସା ପରେ ଏବେ ହାତୀଟି ବଳଦିଆ ଜଙ୍ଗଲରେ ସାମାନ୍ୟ ସୁସ୍ଥ ହୋଇ ଚଲାବୁଲା କରୁଛି । ଅଧିକ ଚିକିତ୍ସା ପାଇଁ ରାଉରକେଲାରୁ ସ୍ୱତନ୍ତ୍ର ଚିକିତ୍ସକ ଦଳ ବଳଦିଆ ଅଭିମୁଖେ ଯାଇଥିବା ସୂଚନା ମିଳିଛି। ଡ୍ରାଇଭରକୁ ଅଟକ ରଖାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।