ଅଭୟାରଣ୍ୟରୁ ଚୋରା ଗାଡ଼ି ଜବତ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଓ ନୀଳଗିରି ପୁଲିସ୍‌ ସହାୟତାରେ ନୀଳଗିରିର ସଜନାଗଡ଼,ବରହମପୁର ଓ କାହାଳିଆ ଅଞ୍ଚଳର ବିଭନ୍ନ ସ୍ଥାନରେ ଗତକାଲି ଅଚାନକ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ କୁଲଡ଼ିହା ଅଭୟାରଣ୍ୟ ଭିତରେ ଏକ ନିଛାଟିଆ ଜାଗାରେ ଡାଲା ନ ଥିବା ଏକ ଚୋରା ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରାଯାଇଥିଲା। ଏହି ପିକ୍‌ଅପ୍‌ ଭ୍ୟାନ୍‌କୁ ଥାନାକୁ ଅଣାଯାଇଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତି ଥିବା ସନ୍ଦେହରେ ଜଳେଶ୍ୱର ପୁଲିସ୍‌ ତିନି ଜଣଙ୍କୁ ଅଟକ ରଖି […]

pick-up-1..1.

Niharika Rout
  • Published: Wednesday, 21 August 2019
  • , Updated: 21 August 2019, 12:38 PM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଓ ନୀଳଗିରି ପୁଲିସ୍‌ ସହାୟତାରେ ନୀଳଗିରିର ସଜନାଗଡ଼,ବରହମପୁର ଓ କାହାଳିଆ ଅଞ୍ଚଳର ବିଭନ୍ନ ସ୍ଥାନରେ ଗତକାଲି ଅଚାନକ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ କୁଲଡ଼ିହା ଅଭୟାରଣ୍ୟ ଭିତରେ ଏକ ନିଛାଟିଆ ଜାଗାରେ ଡାଲା ନ ଥିବା ଏକ ଚୋରା ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରାଯାଇଥିଲା।

ଏହି ପିକ୍‌ଅପ୍‌ ଭ୍ୟାନ୍‌କୁ ଥାନାକୁ ଅଣାଯାଇଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତି ଥିବା ସନ୍ଦେହରେ ଜଳେଶ୍ୱର ପୁଲିସ୍‌ ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ଗାଡ଼ି କାହାର, କେଉଁଠୁ ଆସିଲା ଓ କିଏ ନେଇ ସେଠାରେ ଲୁଚାଇଥିଲା- ଏସବୁ ନେଇ ପୁଲିସ୍ ଖୋଳତାଡ଼ କରୁଛି।

କୁଲଡ଼ିହା ଅଭୟାରଣ୍ୟ ଭିତରକୁ ଯାତାୟାତ ଉପରେ କଟକଣା ଥିବା ବେଳେ ଏକ ଚୋରା ପିକ୍‌ଅପ୍‌ କିପରି ତା’ ଭିତରକୁ ଗଲା ଓ କେବେଠୁ ତାହା ସେଠାରେ ରହିଥିଲା ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନି। ଏ ସମ୍ପର୍କରେ କିପରି ଅଭୟାରଣ୍ୟ କର୍ମଚାରୀ ଜାଣି ପାରିଲେ ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Related story