ବର ଘରୁ ଫେରୁଥିବା ବେଳେ ଓଲଟି ପଡ଼ିଲା ପିକ୍‌ଅପ୍‌ ଭ୍ୟାନ୍‌, ୩୦ରୁ ଅଧିକ ଆହତ

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ଝିଅ ବାହାଘର ପରେ ପରିବାର ଲୋକ ଓ ବନ୍ଧୁବାନ୍ଧବ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ବର ଘରକୁ ବୁଲିବାକୁ ଯାଇଥିଲେ। ସେମାନେ ସେଠାରୁ ଫେରୁଥିବା ବେଳେ ଅଧା ରାସ୍ତାରେ ପିକ୍‌ଅପ୍‌ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନବରଙ୍ଗପୁର ଜିଲ୍ଲାରେ ଘଟିଛି। କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡା ଗାଁର ଭଗବତୀ ସୌରାଙ୍କ ଝିଅ ବାହାଘର ହୋଇଥିଲା। ଆଜି […]

Pickup van

Manoranjan Sial
  • Published: Sunday, 24 April 2022
  • , Updated: 24 April 2022, 08:38 PM IST

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ଝିଅ ବାହାଘର ପରେ ପରିବାର ଲୋକ ଓ ବନ୍ଧୁବାନ୍ଧବ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ବର ଘରକୁ ବୁଲିବାକୁ ଯାଇଥିଲେ। ସେମାନେ ସେଠାରୁ ଫେରୁଥିବା ବେଳେ ଅଧା ରାସ୍ତାରେ ପିକ୍‌ଅପ୍‌ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନବରଙ୍ଗପୁର ଜିଲ୍ଲାରେ ଘଟିଛି।

କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡା ଗାଁର ଭଗବତୀ ସୌରାଙ୍କ ଝିଅ ବାହାଘର ହୋଇଥିଲା। ଆଜି ଝଅ ଘର ଲୋକ ଓ ବନ୍ଧୁବାନ୍ଧବ ପ୍ରାୟ ୪୦ ଜଣ ଏକ ପିକ୍‌ଅପ୍‌ ଭ୍ୟାନ(OD 24 E 6951)ରେ ପାପଡାହାଣ୍ଡି ବ୍ଲକ୍‌ ତୁମ୍ବର୍ଲା ଗାଁର ବର ଘରକୁ ବୁଲିବାକୁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ଝିଟିକୁଗୁଡା ଗାଁର ଏକ ବୁଲାଣୀ ନିକଟରେ ଭାରସାମ୍ୟ ହରାଇ ପିକ୍‌ଅପ୍‌ଟି ଓଲଟି ପଡ଼ିଥିଲା। ଫଳରେ ୩୦ରୁ ଅଧିକ ଲୋକ ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ଓ ପୁଲିସ୍‌ ସେମାନଙ୍କୁ ଉଦ୍ଧାର କରି ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେମାନଙ୍କ ଭିତରୁ ୧୦ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Related story