ଇଣ୍ଟରନେଟ୍‌ ଯୁଗରେ ବି ଫିକା ପଡ଼ିନି ‘ପିଜନ ସର୍ଭିସ୍‌’: ଚକ୍ଷୁଦାନର ବାର୍ତ୍ତା ନେଇ ଆସିଲେ ୨୩ ପାରା

Ordigital Desk
  • Published: Saturday, 14 April 2018
  • , Updated: 14 April 2018, 07:32 PM IST
<p>କଟକ(ଓଡ଼ିଶା ରିପୋର୍ଟର): ଯାଆ ଯାଆ, କବୁତ୍ତର ଯାଆ ଯାଆ ଯାଆ... କବୁତ୍ତର ଯାଆ ଯାଆ ଯାଆ ... ପେହେଲି ପ୍ୟାର କି ପେହେଲି ଚିଠି ସାଜନକୋ ଦେ ଆ...। ଇଏ ହେଉଛି ହିନ୍ଦୀ ଫିଲ୍ମ &lsquo;ମୈନେ ପ୍ୟାରକିଆ&rsquo; ଏକ ଗୀତ। ଯେଉଁଥିରେ ପ୍ରେମିକା, ପ୍ରେମିକ ପାଖକୁ କବୁତ୍ତର ମାଧ୍ୟମରେ ଚିଠି ପଠାଇଛି। ଆଉ ଶେଷରେ କପୋତ ପ୍ରେମିକ ପାଖକୁ ଚିଠି ନେଇ ଯାଉଛି। ଆଗରୁ ଏମିତି ଭାବ ଦିଆନିଆ ଚାଲିଥିଲା। କବୁତ୍ତର ଅର୍ଥାତ ପାରାମାନେ ଗୁପ୍ତ ତଥ୍ୟ ନେବା ଆଣିବା କରିଥାଆନ୍ତି। କିନ୍ତୁ ଆଧୁନିକ ଇଣ୍ଟରନେଟ୍&zwnj; ସମୟରେ ଏମାନଙ୍କ ଗୁରୁତ୍ୱ ଧୀରେ ଧୀରେ କମିଯାଇଛି। କହିବାକୁ ଗଲେ ଏକ ପ୍ରକାର ବନ୍ଦ ହୋଇ ଯାଇଛି। ତେବେ ଆଜିବି ସେହି ପୁରଣା ସ୍ମୃତିକୁ ସାଇତି ରଖିଛି ଓଡ଼ିଶା ପୋଲିସର ପିଜନ ସର୍ଭିସ।</p> <p>ପାରାମାନଙ୍କୁ ଟିକିଏ ସଙ୍କେତ। ଆଉ ତା&rsquo; ପରେ ପାରାମାନେ ପ୍ରଶିକ୍ଷକଙ୍କ ଆଦେଶରେ କେତେ ବେଳେ ଘର ଭିତରକୁ ପଶି ଯାଉଛନ୍ତି ତ ଆଉ କେତେବେଳେ ଘର ବାହାରୁ ଚାଲି ଆସୁଛନ୍ତି। ଏହି ଦୃଶ୍ୟ ହେଉଛି କଟକରେ ଥିବା ଓଡ଼ିଶା ପୋଲିସ ପିଜନ ସର୍ଭିସର। ମହାବିଷୁବ ସଂକ୍ରାନ୍ତି ଅବସରରେ ଇନଟାକ ଦୃଷ୍ଟିହୀନ ଓ ଓଡିଶା ପୋଲିସର ମିଳିତ ସହାୟତାରେ ପାରାଙ୍କୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯେଉଁଥିରେ ଚକ୍ଷୁଦାନ ବାର୍ତ୍ତା ସହ ୨୩ଟି ପାରାକୁ ଭୁବନେଶ୍ୱରରୁ କଟକ ପିଜନ୍ ସର୍ଭିସକୁ ପଠା ଯାଇଥିଲା। ଆଉ ମାତ୍ର ୩୦ ମିନିଟ୍&zwnj;ରୁ କମ୍&zwnj; ସମୟ ମଧ୍ୟରେ ଆକାଶରେ ଉଡି ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିଲେ ୨୩ଟି ପାରା।</p> <p>ଏହି ପାରା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ୟବହୃତ ହେଉଥିବା ପ୍ରଜାତିର। ପାରାଙ୍କ ରହିବା ଓ ଖାଇବା ସହ ପ୍ରଶିକ୍ଷଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗନ୍ତବ୍ୟ ସ୍ଥଳକୁ ଯିବା ପୂର୍ବରୁ ଏମାନଙ୍କୁ ଖାଦ୍ୟ ଦିଆଯିବା ସହ ଅନ୍ୟ କେଉଁଠି ଖାଦ୍ୟ ଲୋଭ ନଆସିବାକୁ ପଟାସ ପାଣି ପିଇବାକୁ ଦିଆଯାଇଥାଏ। କଟକ ସମେତ ଛତ୍ରପୁର, କେନ୍ଦ୍ରାପଡ଼ା, ସମ୍ବଲପୁର ଓ ଢେଙ୍କାନଳରେ ଓଡ଼ିଶା ପୋଲିସର ଏହି ପାରା ପ୍ରଶିକ୍ଷଣ ପୋଷ୍ଟ ରହିଛି। ଜରୁରୀ କାଳୀନ ପରିସ୍ଥିତି ଓ ପ୍ରକୃତିକ ବିପର୍ଯ୍ୟୟ ସମୟରେ ଏହି ପାରାମନଙ୍କୁ ବ୍ୟବାହାର କରିବା ଉଦ୍ଦେଶ୍ୟରେ ପ୍ରଶିକ୍ଷଣ ଦିଆଯାଇଥାଏ।</p>

Related story