ଓଡ଼ିଶାରେ ଗୁଇନ୍ଦାଗିରି କରୁଛି ଚାଇନା ପାରା!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଗୁଇନ୍ଦାଗିରି କରୁଛି ଚାଇନା ପାରା! ଗତ କିଛି ଦିନ ଧରି ସୁନ୍ଦରଗଡ଼, ପୁରୀ ଓ କେନ୍ଦ୍ରପଡ଼ାରେ ଧରାପଡ଼ିଥିବା ପରାକୁ ନେଇ ଲୋକଙ୍କ ମନରେ ଏପରି ସନ୍ଦେହ ଜାତ ହୋଇଛି। କେଉଁଠି ପାରା ଗୋଡରେ ବନ୍ଧା ଯାଇଥିବା ଟ୍ୟାଗରେ ଚାଇନା ଭାଷାରେ ଲେଖାଯାଇଛି ତ ଆଉ କେଉଁଠି ଅନ୍ୟ ବିଦେଶୀ ଭାଷାରେ ଲେଖାଯାଇଛି। ଦୁଇ ଦିନ ତଳେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର କାଂଶବାହାଲରୁ ଧରାପଡ଼ିଥିବା ଗୋଟିଏ ପାରା। ପାରାଟି ସାଧାରଣ ହୋଇଥିଲେ ମଧ୍ୟ […]

Pigeons

Manoranjan Sial
  • Published: Tuesday, 04 January 2022
  • , Updated: 04 January 2022, 09:07 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଗୁଇନ୍ଦାଗିରି କରୁଛି ଚାଇନା ପାରା! ଗତ କିଛି ଦିନ ଧରି ସୁନ୍ଦରଗଡ଼, ପୁରୀ ଓ କେନ୍ଦ୍ରପଡ଼ାରେ ଧରାପଡ଼ିଥିବା ପରାକୁ ନେଇ ଲୋକଙ୍କ ମନରେ ଏପରି ସନ୍ଦେହ ଜାତ ହୋଇଛି। କେଉଁଠି ପାରା ଗୋଡରେ ବନ୍ଧା ଯାଇଥିବା ଟ୍ୟାଗରେ ଚାଇନା ଭାଷାରେ ଲେଖାଯାଇଛି ତ ଆଉ କେଉଁଠି ଅନ୍ୟ ବିଦେଶୀ ଭାଷାରେ ଲେଖାଯାଇଛି।

ଦୁଇ ଦିନ ତଳେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର କାଂଶବାହାଲରୁ ଧରାପଡ଼ିଥିବା ଗୋଟିଏ ପାରା। ପାରାଟି ସାଧାରଣ ହୋଇଥିଲେ ମଧ୍ୟ ଆପେ ଆପେ ଧରା ଦେଇଥିଲା। ତା’ ଗୋଡ଼ରେ ବିଦେଶୀ ଭାଷାରେ ଲେଖାଥିବା ଏ ଟ୍ୟାଗ ଲାଗିଥିଲା। ପାରା ଗୋଡ଼ରେ ଟ୍ୟାଗ ଦେଖି ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ଏହା ପରେ ଘର ମାଲିକ ତଥା ସର୍ବେଶ୍ୱର ଛୋଟରାୟଙ୍କ ପରିବାର ଲୋକେ ଏନେଇ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ପୁଲିସ ପାରାକୁ ନେଇଥିଲା। ଯାଞ୍ଚ ପରେ ପାରାଟି ରେସିଂ ପାରା ବୋଲି ଅନୁମାନ କରୁଛି ସ୍ଥାନୀୟ ପୁଲିସ। ସେପଟେ ସର୍ବେଶ୍ୱର କହିଛନ୍ତି ପାରା ଗୋଡ଼ରେ ଚାଇନା ଭାଷାରେ ଲେଖାଯାଇଛି।

ସେହିଭଳି ପୁରୀ ଜିଲ୍ଲା କୋଣାର୍କ ଡିଫେନ୍ସ ରୋଡ୍‌ ନିକଟରୁ ଉଦ୍ଧାର ହୋଇଥିଲା ଆଉ ଏକ ପାରା। ଧରା ପଡ଼ିଥିବା ପାରାର ରଙ୍ଗ ସାଧାରଣ ପାରାଠୁ ଟିକେ ଭିନ୍ନ। ପାରା ଗୋଡ଼ରେ ଲାଗିଥିଲା ଦୁଇଟି ରିଙ୍ଗ। ଗୋଟିକରେ ଇଂରାଜୀ ନମ୍ବର ଓ ଅନ୍ୟଟିରେ ନମ୍ବର ସହ ବୁଝି ହେଉନଥିବା ବିଦେଶୀ ଭାଷାରେ ସଙ୍କେତ ରହିଥିଲା।

ଠିକ୍‌ ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଅଞ୍ଚଳରୁ ମଧ୍ୟ ସମାନ ଢଙ୍ଗରେ ଆଉ ଗୋଟିଏ ପାରା ଧରା ପଡ଼ିଥିଲା। ଏହା ପରେ ସାଧାରଣରେ ନାନା ଚର୍ଚ୍ଚା ଓ ସନ୍ଦେହ ହୋଇଥିଲା। ଏହି ପାରା କେଉଁଠୁ ଆସିଲା? କିଏ ଏହି ପାରା ଗୁଡ଼ିକୁ ଛାଡ଼ିଛି, ତାକୁ ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା।

ଓଡ଼ିଶା ପୁଲିସର ଅବସରପ୍ରାପ୍ତ ବରିଷ୍ଠ ପାରା ପ୍ରଶିକ୍ଷକ ନିହାର ରଞ୍ଜନ ବିଶ୍ୱାଳଙ୍କ ମତରେ ଧରାପଡ଼ିଥିବା ପାରା ଦେହରୁ ଯଦି କୌଣସି କ୍ୟାମେରା, ଚିଠି, କିମ୍ବା ଚିପ୍‌ ବାହାରିନଥିବାରୁ ସେଭଳି ପାରାକୁ ନେଇ ଆଦୌ ସନ୍ଦେହ କରାଯିବା କଥା ନୁହେଁ। କାରଣ ଘରୋଇ ଭାବେ ଅନେକ ଲୋକ ପାରା ରଖୁଛନ୍ତି। ତେଣୁ କିଛି ତାଲିମପ୍ରାପ୍ତ ପାରା ଦିଗ ଭ୍ରଷ୍ଟ ହୋଇ ଏଣେ ତେଣେ ଚାଲିଯାଉଥିବା ଦେଖିବାକୁ ମିଳିଥାଏ।

ପାରା ଗୁଡ଼ିକୁ ଗୁଇନ୍ଦାଗିରି କାର୍ଯ୍ୟରେ ବ୍ୟବହାର କରାଯାଉ କି ନଥାଉ, କିନ୍ତୁ ବିଭିନ୍ନ ସ୍ଥାନରେ ଧରାପଡ଼ିଥିବା ଏସବୁ ସନ୍ଦିଗ୍ଧ ପାରା ଗୋଡ଼ରେ ଲାଗିଥିବା ରିଙ୍ଗରେ ଚାଇନା ଭାଷାର ସଙ୍କେତର ଅର୍ଥ କଣ? ରିଙ୍ଗରେ ଉଲ୍ଲେଖ ଥିବା ଇଂରାଜୀ ନମ୍ବର କେଉଁ ସୂଚନାକୁ ବୁଝାଉଛି? ସେ ସମ୍ପର୍କରେ ପୁଲିସ ଓ ଗୁଇନ୍ଦା ବିଭାଗ ଉପଯୁକ୍ତ ତଦନ୍ତ କରି ରହସ୍ୟ ଉନ୍ମୋଚନ କରିବା ଜରୁରୀ ବୋଲି ସାଧାରଣରେ ଆଲୋଚନା ହେଉଛି।

Related story