ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଅଫିସ୍‌ ଆଗରେ ଧାରଣା ଦେଲେ ପିହୁଙ୍କ ମାଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇ ବର୍ଷ ହେଲା ନିଖୋଜ ରହିଛି କୁନି ଝିଅ ପିହୁ। ତା’ର ପତ୍ତା ପାଉନି ପୁଲିସ୍‌। ଯେଉଁଥିପାଇଁ ପରିବାର ଲୋକଙ୍କର ପୁଲିସ୍‌ ଉପରୁ ଭରସା ଉଠି ଯାଇଛି। ମାମଲାର ସିବିଆଇ ତଦନ୍ତ ଦାବିରେ ପିହୁର ମାଆ ମୋନାଲିସା ନାୟକ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ପିହୁ ମାଆଙ୍କ ଅଭିଯୋଗ, ସିବିଆଇ ତଦନ୍ତ ସୁପାରିଶ କରିବା ପାଇଁ ସେ ଅଗୁଷ୍ଟ ୨୯ […]

Pehu

Pehu

Manoranjan Sial
  • Published: Thursday, 15 September 2022
  • Updated: 15 September 2022, 07:23 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇ ବର୍ଷ ହେଲା ନିଖୋଜ ରହିଛି କୁନି ଝିଅ ପିହୁ। ତା’ର ପତ୍ତା ପାଉନି ପୁଲିସ୍‌। ଯେଉଁଥିପାଇଁ ପରିବାର ଲୋକଙ୍କର ପୁଲିସ୍‌ ଉପରୁ ଭରସା ଉଠି ଯାଇଛି। ମାମଲାର ସିବିଆଇ ତଦନ୍ତ ଦାବିରେ ପିହୁର ମାଆ ମୋନାଲିସା ନାୟକ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।

ପିହୁ ମାଆଙ୍କ ଅଭିଯୋଗ, ସିବିଆଇ ତଦନ୍ତ ସୁପାରିଶ କରିବା ପାଇଁ ସେ ଅଗୁଷ୍ଟ ୨୯ ତାରିଖରେ ଶିଶୁ କମିଶନରେ ଲେଖିତ ଅଭିଯୋଗ କରିଥିଲେ। ହେଲେ ରାଜ୍ୟ ସରକାର ସିବିଆଇ ତଦନ୍ତ କରିବା ପାଇଁ ସୁପାରିଶ କଲେନାହିଁ। ରାଜ୍ୟ ସରକାର କାହିଁକି ସିବିଆଇ ତଦନ୍ତ ଲାଗି ସୁପାରିଶ କରୁନାହିଁ ବୋଲି ସେ  ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ପିହୁର ମାଆ ପୁଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ବିଞ୍ଝାରପୁର ଥାନା ଆଇଆଇସି ଓ ତଦନ୍ତକାରୀ ତଦନ୍ତରେ ଅବହେଳା କରିଛନ୍ତି। କାହିଁକି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ପିହୁ ସମ୍ପର୍କରେ ସୂଚନା ଦେଲେ ୫ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ପୁଲିସ ଘୋଷଣା କରିଛି। ସେଥିପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିଛି।

ସେପଟେ ଧାରଣାରେ ବସିଥିବା ପିହୁଙ୍କ ମାଆଙ୍କୁ ଶିଶୁ କମିଶନ ଅଧ୍ୟକ୍ଷା ବୁଝାସୁଖ କରିଥିଲେ। ପରେ ପିହୁ ମାଆଙ୍କ ସିବିଆଇ ସୁପାରିଶ ପତ୍ରକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଛନ୍ତି ବୋଲି କହିଛନ୍ତି ଅଧ୍ୟକ୍ଷା। ଏହା ସହ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି କରି ପିହୁ ସଂପର୍କିତ ସୂଚନା ଦେଇଛନ୍ତି।

ଯାଜପୁର ବିଂଝାରପୁର ଅଂଚଳର ୨ ବର୍ଷର ଶିଶୁ ପିହୁ ଗତ ୨୦୨୦ ଅଗଷ୍ଟ ୯ ତାରିଖରୁ ନିଖୋଜ ହୋଇଯାଇଛି।ଗାଁ ଦାଣ୍ଡରେ ଖେଳୁଥିବା ସମୟରେ କିଛି ଲୋକ ଅପହରଣ କରିନେଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story