ଶ୍ରୀମନ୍ଦିର ପ୍ରଶାସନକୁ ଭାଙ୍ଗିବାକୁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବ ମହାପ୍ରଭୁ ଜଗନ୍ନାଥଙ୍କ ଜମି ବିକ୍ରି ମାମଲା ସୁପ୍ରିମକୋର୍ଟ ଗଲା। ଏହି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଦାଏର ହୋଇଛି ଜନସ୍ୱାର୍ଥ ମାମଲା। ‘ଜନ ସ୍ୱାଭିମାନ ୱେଲ୍‌ଫେୟାର ସୋସାଇଟି’ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାଏର କରାଯାଇଛି। ମାମଲାରେ କେନ୍ଦ୍ର, ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ପକ୍ଷଭୁକ୍ତ କରାଯାଇଛି। ସ୍ୱାଭିମାନ ୱେଲ୍‌ଫେୟାର ସୋସାଇଟି ପକ୍ଷରୁ ଆହୁରି ମଧ୍ୟ ଦର୍ଶାଯାଇଛି, ଜଗନ୍ନାଥଙ୍କ ଜମି ବିକ୍ରି ପ୍ରକ୍ରିୟା ତୁରନ୍ତ ବନ୍ଦ ନିର୍ଦ୍ଦେଶ […]

puri

Manoranjan Sial
  • Published: Thursday, 25 March 2021
  • , Updated: 25 March 2021, 08:58 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବ ମହାପ୍ରଭୁ ଜଗନ୍ନାଥଙ୍କ ଜମି ବିକ୍ରି ମାମଲା ସୁପ୍ରିମକୋର୍ଟ ଗଲା। ଏହି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଦାଏର ହୋଇଛି ଜନସ୍ୱାର୍ଥ ମାମଲା। ‘ଜନ ସ୍ୱାଭିମାନ ୱେଲ୍‌ଫେୟାର ସୋସାଇଟି’ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାଏର କରାଯାଇଛି। ମାମଲାରେ କେନ୍ଦ୍ର, ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ପକ୍ଷଭୁକ୍ତ କରାଯାଇଛି।

ସ୍ୱାଭିମାନ ୱେଲ୍‌ଫେୟାର ସୋସାଇଟି ପକ୍ଷରୁ ଆହୁରି ମଧ୍ୟ ଦର୍ଶାଯାଇଛି, ଜଗନ୍ନାଥଙ୍କ ଜମି ବିକ୍ରି ପ୍ରକ୍ରିୟା ତୁରନ୍ତ ବନ୍ଦ ନିର୍ଦ୍ଦେଶ ଦିଆଯାଉ। ଏହାଛଡ଼ା ଶ୍ରୀମନ୍ଦିର ପ୍ରଶାସନକୁ ଭାଙ୍ଗି ଏକ ନ୍ୟାୟିକ କମିଟି ଗଠନ କରାଯାଉ। ଅନ୍ତରୀଣ ନ୍ୟାୟିକ କମିଟି ଗଢ଼ି ପରିଚାଳନା ବ୍ୟବସ୍ଥା କରିବା ଓ ସରକାରଙ୍କୁ ହଟାଇ ପରିଚାଳନା ଭାର ସଂପୃକ୍ତ ବ୍ୟବସ୍ଥାକୁ ଦେବାକୁ ମଧ୍ୟ ଅପିଲ୍‌ କରାଯାଇଛି। ସମସ୍ତ ମାମଲାର ତଦନ୍ତ ପାଇଁ ଏକ ଜୁଡିସିଆଲ କମିଶନ ଗଠନ କରିବାକୁ ଜନସ୍ୱାର୍ଥ ମାମଲାରେ ପ୍ରାର୍ଥନା କରାଯାଇଛି।

ପ୍ରଭୁ ଜଗନ୍ନାଥଙ୍କ ଜମି ବିକ୍ରି ହେବ। ବିଧାନସଭାରେ ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହି ଉତ୍ତର ରଖିଥିଲେ। ଆଇନ୍‌ମନ୍ତ୍ରୀ କହିଥିଲେ, ପୂର୍ବତନ ରାଜ୍ୟପାଳ ବି.ଡି. ଶର୍ମାଙ୍କ ନେତୃତ୍ୱରେ ଏକ କିମିଟି ଗଠନ ହୋଇଥିଲା। ଆଉ ଏହି କମିଟିର ରିପୋର୍ଟ ଆଧାରରେ ସରକାର ମହପ୍ରଭୁଙ୍କ ୩୫,୨୭୨,୨୩୫ ଏକର ଜମି ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିବା ଆଇନ୍‌ ମନ୍ତ୍ରୀ କହିଥିଲେ। ଯାହାକୁ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପ୍ରଶାସନ ଜମି ବିକ୍ରି କଥା ମିଛ ବୋଲି କହିଥିଲା। ଏଣୁ କିଏ ସତ କହୁଛି, ତାକୁ ନେଇ ଦେଖା ଦେଇଥିଲା ଦ୍ୱନ୍ଦ୍ୱ।

ସୂଚନାରୁ ପ୍ରକାଶ, ମହାପ୍ରଭୁ ଜଗନ୍ନାଥଙ୍କ ନାମରେ ୬୦,୪୨୬.୯୬୩ ଏକର ଜମି ରହିଛି। ଏ ସବୁ ଜମି ଓଡ଼ିଶାର ୨୪ଟି ଜିଲ୍ଲା ଓ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ ଏବଂ ବିହାରରେ ରହିଛି। ଏହି ସମସ୍ତ ଜିଲ୍ଲାର ଜିଲ୍ଲପାଳ ଏହି ସବୁ ଜମିର ବୁଝାସୁଝା କରନ୍ତି।

Related story