ପଞ୍ଚାୟତ ନିର୍ବାଚନ ସ୍ଥଗିତ ପାଇଁ ହାଇକୋର୍ଟରେ ପିଆଇଏଲ୍‌

କଟକ(ଓଡ଼ିଶା ରିପୋର୍ଟର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସ୍ଥଗିତ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା(ପିଆଇଏଲ୍‌) ଦାୟର ହୋଇଛି। ଭାରତୀୟ ବିକାଶ ପରିଷଦର ଗଞ୍ଜାମ ଜିଲ୍ଲା ସଭାପତି ଗୁରୁଦେବ ବେହେରା ଓ ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ ଦାସଙ୍କ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି। ଆସନ୍ତା ନିର୍ବାଚନରେ ଓବିସି ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇନାହିଁ। ଏହାଦ୍ୱାରା ଓବିସି ବର୍ଗଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଛି ବୋଲି ଆବେଦନରେ ଦର୍ଶଯାଇଛି। ବର୍ତ୍ତମାନ ରାଜ୍ୟରେ ଦୃତ ଗତିରେ କରୋନା […]

Orissa High Court

Manoranjan Sial
  • Published: Monday, 10 January 2022
  • , Updated: 10 January 2022, 04:50 PM IST

କଟକ(ଓଡ଼ିଶା ରିପୋର୍ଟର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସ୍ଥଗିତ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା(ପିଆଇଏଲ୍‌) ଦାୟର ହୋଇଛି। ଭାରତୀୟ ବିକାଶ ପରିଷଦର ଗଞ୍ଜାମ ଜିଲ୍ଲା ସଭାପତି ଗୁରୁଦେବ ବେହେରା ଓ ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ ଦାସଙ୍କ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି। ଆସନ୍ତା ନିର୍ବାଚନରେ ଓବିସି ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇନାହିଁ। ଏହାଦ୍ୱାରା ଓବିସି ବର୍ଗଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଛି ବୋଲି ଆବେଦନରେ ଦର୍ଶଯାଇଛି।

ବର୍ତ୍ତମାନ ରାଜ୍ୟରେ ଦୃତ ଗତିରେ କରୋନା ସଂକ୍ରମଣ ବଢୁଥିବା ବେଳେ ପଞ୍ଚାୟତ ନିର୍ବାଚନ କିପରି ହେବ, ସେନେଇ ଆବେଦନାକାରୀ ପ୍ରଶ୍ନ ଉଠାଇଛନ୍ତି। କରୋନା ସ୍ଥିତି ସୁଧୁରିବା ପରେ ପୁନଃ ବିଚାର କରି ଓବିସି ବର୍ଗଙ୍କୁ ସଂରକ୍ଷଣ ଦେବା ପାଇଁ କୋର୍ଟରେ ପ୍ରାର୍ଥନା କରାଯାଇଛି। ଏଥିରେ ରାଜ୍ୟ ନିର୍ବାଚନ କମିଶନ, ପ୍ରମୁଖ ଶାସନ ସଚିବ ପଞ୍ଚାୟତି ରାଜ, ପାନୀୟ ଜଳ ବିଭାଗ, ପ୍ରମୁଖ ଶାସନ ସଚିବ ଗୃହ ଓ ସହରାଞ୍ଚଳ ଉନୟନ ବିଭାଗକୁ ପକ୍ଷଭୁକ୍ତ କରାଯାଇଛି।

ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନର ସମସ୍ତ ଚୂଡ଼ାନ୍ତ ତାଲିକା ଶୁକ୍ରବାର ରାଜ୍ୟ ନିର୍ବାଚନ କମିଶନରଙ୍କୁ ଦେଇଥିବା ବେଳେ ଶନିବାର ଗେଜେଟ୍ ବିଜ୍ଞପ୍ତି ଜାରି କରିଥିଲେ। ଓଡ଼ିଶା ହାଇକୋର୍ଟ ଡିସେମ୍ବର ୨୨ ତାରିଖ ରାୟରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆକ୍ଟର ଧାରା ୧୨ର ରୁଲ୍ ୧୩ ପ୍ରାବଧାନ ଅନୁସାରେ ଜାନୁଆରୀ ୮ ତାରିଖରେ ବିଜ୍ଞପ୍ତି ଜାରି ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।

ରାଜ୍ୟ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏକକାଳୀନ ୩ଟି ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି। ଯେଉଁଥିରେ ଓଡ଼ିଶା ଜିଲ୍ଲା ପରିଷଦ ଆକ୍ଟ-୧୯୯୧ର ଧାରା ୧୭ର ପ୍ରାବଧାନ ଅନୁସାରେ ସମସ୍ତ ଜିଲ୍ଲା ପରିଷଦରେ ସଭ୍ୟ ନିର୍ବାଚନ କରିବାକୁ ସମ୍ମତି ଦେଇଛନ୍ତି। ସେହିପରି ଓଡ଼ିଶା ପଞ୍ଚାୟତ ସମିତି ଆକ୍ଟ-୧୯୫୯ ଓ ଓଡ଼ିଶା ପଞ୍ଚାୟତ ସମିତି ନିର୍ବାଚନ ରୁଲସ-୧୯୯୧ର ରୁଲ-୪(୧) ପ୍ରାବଧାନ ଅନୁସାରେ ସମସ୍ତ ପଞ୍ଚାୟତ ସମିତିରେ ସଭ୍ୟ ନିର୍ବାଚନ କରିବାକୁ ଘୋଷଣା କରିଛନ୍ତି।

ସେହିପରି ଓଡ଼ିଶା ଗ୍ରାମ ପଞ୍ଚାୟତ ଆକ୍ଟ-୧୯୬୪ର ଧାରା-୧୨(୧ ଓ ୨), ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନ ରୁଲସ-୧୯୬୫ର ରୁଲ ୧୩ର ପ୍ରାବଧାନ ଅନୁସାରେ ରାଜ୍ୟ ସରକାର କେବଳ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ଗ୍ରାମ ପଞ୍ଚାୟତକୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ପଞ୍ଚାୟତରେ ୱାର୍ଡ ସଭ୍ୟ ଓ ପଞ୍ଚାୟତ ନିର୍ବାଚନ କରିବାକୁ ଘୋଷଣା କରିଛନ୍ତି। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏହି ଗେଜେଟ୍ ବିଜ୍ଞପ୍ତି ଜାରି କରାଯାଇଛି।

Related story