ପିଣ୍ଡଦାନ ବ୍ୟାନ୍‌ ପରେ ଆଜି ବିନ୍ଦୁସାଗର ଖାଁ ଖାଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ନଜରରେ ରଖି ଆଜି ବିନ୍ଦୁସାଗରରେ ପିଣ୍ଡଦାନକୁ ବାରଣ କରାଯାଇଛି। ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ଓ ବିନ୍ଦୁସାଗରରେ ପୟାଶ୍ରାଦ୍ଧ ଏବଂ ପିଣ୍ଡଦାନ କରାଯାଇ ପାରିବ ନାହିଁ। ଲୋକ ଗହଳିକୁ ଦୃଷ୍ଟିରେ ରଖି ଏହି କଟକଣା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ପ୍ରତିବର୍ଷ ପିଣ୍ଡଦାନ ନିମନ୍ତେ ଲୋକଙ୍କ ଗହଳିରେ ଫାଟି ପଡ଼ୁଥିବା ବିନ୍ଦୁ ସାଗର ଏଥର ଖାଁ ଖାଁ ହୋଇ ପଡ଼ଛି  । ମହାମାରୀ କରୋନା ସବୁଠୁ ଅଧିକ କଲବଲ କରିଥିଲା ରାଜଧାନୀବାସୀଙ୍କୁ। […]

bindu-sagar

Niharika Rout
  • Published: Saturday, 14 November 2020
  • , Updated: 14 November 2020, 08:48 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ନଜରରେ ରଖି ଆଜି ବିନ୍ଦୁସାଗରରେ ପିଣ୍ଡଦାନକୁ ବାରଣ କରାଯାଇଛି। ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ଓ ବିନ୍ଦୁସାଗରରେ ପୟାଶ୍ରାଦ୍ଧ ଏବଂ ପିଣ୍ଡଦାନ କରାଯାଇ ପାରିବ ନାହିଁ। ଲୋକ ଗହଳିକୁ ଦୃଷ୍ଟିରେ ରଖି ଏହି କଟକଣା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ପ୍ରତିବର୍ଷ ପିଣ୍ଡଦାନ ନିମନ୍ତେ ଲୋକଙ୍କ ଗହଳିରେ ଫାଟି ପଡ଼ୁଥିବା ବିନ୍ଦୁ ସାଗର ଏଥର ଖାଁ ଖାଁ ହୋଇ ପଡ଼ଛି  ।

ମହାମାରୀ କରୋନା ସବୁଠୁ ଅଧିକ କଲବଲ କରିଥିଲା ରାଜଧାନୀବାସୀଙ୍କୁ।  ପ୍ରତିଦିନ ଶହଶହ ଲୋକେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ବି ଥମିବା ନାଁ ଧରୁ ନ ଥିଲା। ମାତ୍ର ବିଏମ୍‌ସି ଓ ରାଜ୍ୟ ସରକାରଙ୍କ ତ୍ୱରିତ ପଦକ୍ଷେପ ଯୋଗୁ କରୋନା ଏବେ ନିୟନ୍ତ୍ରଣରେ ରହିଛି। ଏବେ ପ୍ରତିଦିନ ୪୦ରୁ ୫୦ ଜଣ ଲେଖାଏ ଆକ୍ରାନ୍ତ ହେଉଛନ୍ତି।

ତେବେ ଆଗକୁ ଆହୁରି ଶୀତ ବ‍ଢ଼ିବା ସହ ଡିସେମ୍ବର ଦ୍ୱିତୀୟ ସପ୍ତାହରେ କରୋନା ଗ୍ରାଫ୍‌ ପୁଣି ଥରେ ଉପରକୁ ଉଠିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ପୂର୍ବରୁ ସତର୍କ କରାଇ ଦେଇଛନ୍ତି। ତେଣୁ ଏବେଠୁ ସତର୍କ ନ ରହିଲେ ପୁଣି ଥରେ କରୋନା ମହାମାରୀ ତାଣ୍ଡବ ରଚିବାର ଆଶଙ୍କା ଦେଖାଦେଇଛି। ସେଥିପାଇଁ ଜନ ଗହଳିକୁ ଏଡ଼ାଇବା ପାଇଁ ବିନ୍ଦୁ ସାଗରରେ ହେବାକୁ ଥିବା ଶ୍ରାଦ୍ଧ ବ୍ୟାନ କରିଛି ବିଏମ୍‌ସି।

Related story