ତାଳଚେରରେ ମାଟି ଦବିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ କୋଇଲା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତାଳଚେରରେ ଏକ ଘରେ ମାଟି ଦବିବା ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି କୋଇଲା ମନ୍ତ୍ରୀ ପିୟୁଷ ଗୋଏଲ। ଏକ ବିଶେଷଜ୍ଞ ଟିମ୍ ଦ୍ୱାରା ଏହି ଘଟଣାର ବିଧିବଦ୍ଧ ତଦନ୍ତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଭାବିତ ଅଞ୍ଚଳର ସୁରକ୍ଷା ଏବଂ ଲୋକମାନଙ୍କ ସୁବିଧା ଦୃଷ୍ଟିରୁ ତୁରନ୍ତ ପଦକ୍ଷେପ ନେବାକୁ କୋଇଲା ମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ନିବେଦନ କରିଥିଲେ। କୋଇଲା ମନ୍ତ୍ରୀ ଟ୍ୱିଟ୍‌ କରି ଏହାର ଉତ୍ତର ରଖିଥିଲେ। ସେ […]

piyush

Jitendra Garnayak
  • Published: Friday, 07 December 2018
  • , Updated: 07 December 2018, 10:01 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତାଳଚେରରେ ଏକ ଘରେ ମାଟି ଦବିବା ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି କୋଇଲା ମନ୍ତ୍ରୀ ପିୟୁଷ ଗୋଏଲ। ଏକ ବିଶେଷଜ୍ଞ ଟିମ୍ ଦ୍ୱାରା ଏହି ଘଟଣାର ବିଧିବଦ୍ଧ ତଦନ୍ତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଭାବିତ ଅଞ୍ଚଳର ସୁରକ୍ଷା ଏବଂ ଲୋକମାନଙ୍କ ସୁବିଧା ଦୃଷ୍ଟିରୁ ତୁରନ୍ତ ପଦକ୍ଷେପ ନେବାକୁ କୋଇଲା ମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ନିବେଦନ କରିଥିଲେ।

କୋଇଲା ମନ୍ତ୍ରୀ ଟ୍ୱିଟ୍‌ କରି ଏହାର ଉତ୍ତର ରଖିଥିଲେ। ସେ କହିଥିଲେ ଯେ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯିବ।

ଦୁଇ ଦିନ ତଳେ ତାଳଚେରରେ ଏକ ଘରର ମାଟି ଦବି ଖାଲ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ଗତକାଲି ତାଳଚେର ବନ୍ଦ ପାଳନ ହୋଇଥିଲା।  ବିଳମ୍ବିତ ରାତି ପର୍ଯ୍ୟନ୍ତ ରାସ୍ତାରେ ବସି ରହି ଆନ୍ଦୋଳନ କରିଥିଲେ ବିକ୍ଷୋଭକାରୀ।

ଭବିଷ୍ୟତରେ ଯେପରି ଏପରି ନ ଘଟେ ସେ ନେଇ ଦାବି କରିଥିଲେ ଆନ୍ଦୋଳନକାରୀ। ତେବେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୭ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା ପୁଲିସ୍‌। ଏହାକୁ ନେଇ ‌ଆନ୍ଦୋଳନକାରୀଙ୍କ ମଧ୍ୟରେ ଅସନ୍ତୋଷ ଜାରି ରହିଛି। ଆଗକୁ ଆନ୍ଦୋଳନ ଜାରି ରଖିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ: ଦବିଲା ମାଟି, ଏମ୍‌ସିଏଲ୍‌ ଉପରେ ଲଦିଲେ ଦୋଷ

Related story