ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନେଲେ ଓଡ଼ିଆ ଆଇଏଏସ୍‌ ପିକେ ମିଶ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନେଲେ ପି.କେ ମିଶ୍ର। ନୃପେନ୍ଦ୍ର ମିଶ୍ରଙ୍କ ଅବସର ପରେ ଗୁଜରାଟ କ୍ୟାଡର ଆଇଏଏସ୍ ପ୍ରମୋଦ କୁମାର ମିଶ୍ର ଏହି ଦାୟିତ୍ୱ ନେଇଛନ୍ତି। ସମ୍ବଲପୁର ବାସିନ୍ଦା ପ୍ରମୋଦ ହେଉଛନ୍ତି ୧୯୭୨ ବ୍ୟାଚ୍ ଗୁଜରାଟ କ୍ୟାଡର ଆଇଏଏସ୍‌। ପିକେ ମିଶ୍ର ପୂର୍ବରୁ ଗୁଜରାଟ ସରକାରଙ୍କ ସହିତ କାମ କରି ସାରିଛନ୍ତି। ପିଏମ୍ଓର ସବୁଠାରୁ କ୍ଷମତାଶାଳୀ ଅଧିକାରୀ ନୃପେନ୍ଦ୍ର ମିଶ୍ର ଦାୟିତ୍ୱରୁ ଅବ୍ୟାହତି ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠତମ […]

pk

Tapaswini Nayak
  • Published: Wednesday, 11 September 2019
  • , Updated: 11 September 2019, 03:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନେଲେ ପି.କେ ମିଶ୍ର। ନୃପେନ୍ଦ୍ର ମିଶ୍ରଙ୍କ ଅବସର ପରେ ଗୁଜରାଟ କ୍ୟାଡର ଆଇଏଏସ୍ ପ୍ରମୋଦ କୁମାର ମିଶ୍ର ଏହି ଦାୟିତ୍ୱ ନେଇଛନ୍ତି। ସମ୍ବଲପୁର ବାସିନ୍ଦା ପ୍ରମୋଦ ହେଉଛନ୍ତି ୧୯୭୨ ବ୍ୟାଚ୍ ଗୁଜରାଟ କ୍ୟାଡର ଆଇଏଏସ୍‌। ପିକେ ମିଶ୍ର ପୂର୍ବରୁ ଗୁଜରାଟ ସରକାରଙ୍କ ସହିତ କାମ କରି ସାରିଛନ୍ତି।

ପିଏମ୍ଓର ସବୁଠାରୁ କ୍ଷମତାଶାଳୀ ଅଧିକାରୀ ନୃପେନ୍ଦ୍ର ମିଶ୍ର ଦାୟିତ୍ୱରୁ ଅବ୍ୟାହତି ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠତମ ତାଲିକାରେ ଥିବା ପ୍ରମୋଦ କୁମାର ମିଶ୍ରଙ୍କୁ ବଡ଼ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହୋଇଥିଲା।

ପିକେ ମିଶ୍ର ବିପର୍ଯ୍ୟୟ ପରିଚାଳନା ପାଇଁ ୨୦୧୯ ମେ ୧୭ ତାରିଖରେ ଜାତିସଂଘ ଦ୍ୱାରା ପୁରସ୍କୃତ ହୋଇଛନ୍ତି।ପୂର୍ବରୁ ଓଡିଶାର ରେଙ୍ଗାଲୀ ଡ୍ୟାମ ପ୍ରୋଜେକ୍ଟରେ ମଧ୍ୟ କାମ କରି ସାରିଛନ୍ତି ପ୍ରମୋଦ। ପ୍ରଶାସନ କ୍ଷେତ୍ରରେ ତାଙ୍କର ଅଗାଧ ଅନୁଭୂତି ରହିଛି। ବିଶେଷକରି କୃଷି, ବିପର୍ଯ୍ୟୟ ପରିଚାଳନା, ଶକ୍ତିକ୍ଷେତ୍ର, ଭିତିଭୂମି ପାଇଁ ପୁଞ୍ଜିଲଗାଣଏବଂ ନିୟାମକ ପ୍ରସଙ୍ଗଉପରେତାଙ୍କରବ୍ୟାପକ ପରିଚାଳନାଗତ ଦକ୍ଷତାରହିଛି ।ଏହାଛଡାତାଙ୍କର ଦୀର୍ଘ କ୍ୟାରିଅର ମଧ୍ୟରେ ନୀତି ନିର୍ଦ୍ଧାରଣ, କାର୍ଯ୍ୟକ୍ରମରୂପାୟନ, ପ୍ରକଳ୍ପ ପରିଚାଳନା ସହିତ ଗବେଷଣା ଏବଂ ଗବେଷଣା ଲବ୍ଧ ଜ୍ଞାନର ପ୍ରକାଶନ ମାଧ୍ୟମରେ ସେ ସ୍ୱତନ୍ତ୍ର ଜନ ପରିଚୟ ପାଇଛନ୍ତି ।

ନୀତି ନିର୍ଦ୍ଧାରଣ ଓ ଉତମ ପ୍ରଶାସନ କ୍ଷେତ୍ରରେ ବ୍ୟାପକ ଅନୁଭୂତି ଯୋଗୁ ଡଃ ମିଶ୍ରଙ୍କୁ ଭାରତ ସରକାରଙ୍କ ଅନେକ ମନ୍ତ୍ରଣାଳୟରେ ଉଚ୍ଚ ପଦ-ପଦବୀରେ କାର୍ଯ୍ୟକରିବାର ଦକ୍ଷତାରହିଛି । ସେଥିମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ, କୃଷି ଓ ସମବାୟମନ୍ତ୍ରଣାଳୟର ସଚିବ, ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରର ପଦଭାର ଅନ୍ୟତମ।। ଅଧିକନ୍ତୁ କୃଷି ଓ ସମବାୟ ମନ୍ତ୍ରଣାଳୟର ସଚିବଭାବେ ସେ ରାଷ୍ଟ୍ରୀୟ କୃଷି ବିକାଶ  ସୁରକ୍ଷାମିଶନ ଆରମ୍ଭ କରିବା ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ୨୦୧୪ରୁ ୨୦୧୯ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବଭାବେ ଡ.ମିଶ୍ର ମାନବସମ୍ବଳ ପରିଚାଳନା ବିଶେଷ କରି ବରିଷ୍ଠ ପଦ-ପଦବୀରେ ନିଯୁକ୍ତିକ୍ଷେତ୍ରରେ ଅଭିନବ ଓ ସଂସ୍କାରମୂଳକ ପରିବର୍ତନ ଆଣିଛନ୍ତି।

ତାଙ୍କ ବ୍ୟତୀତ ବେଶ କିଛି ଓଡ଼ିଆ ମୋଦି ସରକାରରେ ବଡ଼ ପଦବୀରେ ଅଛନ୍ତି। ଏପରିକି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ମଧ୍ୟ ଜଣେ ଓଡ଼ିଆ।

Related story