ସ୍ମାର୍ଟ ହେବ ପାଠ ପଢ଼ା, ବହି ସାଙ୍ଗକୁ ମୋବାଇଲ୍‌ରେ ପଢ଼ିବେ ପିଲା

କଟକ (ବିବର୍ତ୍ତନ ପଣ୍ଡା): ସ୍ମାର୍ଟ ହେବାକୁ ଯାଉଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ। ଏଣିକି କେବଳ ବହିରୁ ନୁହେଁ, ଛାତ୍ରଛାତ୍ରୀମାନେ ସ୍ମାର୍ଟ ଫୋନ୍‌ ଜରିଆରେ ପାଠ ପଢ଼ିପାରିବେ। ସେଥିପାଇଁ ନବମ ଓ ଦଶମ ଶ୍ରେଣୀର ଅଧିକାଂଶ ବହିର ସୂଚୀ ଓ ବିଷୟର ପ୍ରାରମ୍ଭରେ ଛପାଯାଇଛି କୁଇକ୍‌ ରେସ୍‌ପନ୍ସ କୋଡ୍‌ (QR Code)। ଦୀକ୍ଷା ମୋବାଇଲ୍‌ ଆପ୍‌ରେ ଏହାକୁ ସ୍କାନ କଲେ ବିଷୟ ବସ୍ତୁକୁ ବିସ୍ତୃତ ଭାବେ ଜାଣିହେବ। ଏଥିସହ ସେ ସମ୍ପର୍କିତ ଭିଡିଓ ମଧ୍ୟ ଦେଖିହେବ। ପୂର୍ବରୁ […]

plans-afoot-to-introduce-app-to-access-study-material-via-smart-phones-in-odisha

Manoranjan Sial
  • Published: Thursday, 27 June 2019
  • , Updated: 27 June 2019, 09:28 PM IST

କଟକ (ବିବର୍ତ୍ତନ ପଣ୍ଡା): ସ୍ମାର୍ଟ ହେବାକୁ ଯାଉଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ। ଏଣିକି କେବଳ ବହିରୁ ନୁହେଁ, ଛାତ୍ରଛାତ୍ରୀମାନେ ସ୍ମାର୍ଟ ଫୋନ୍‌ ଜରିଆରେ ପାଠ ପଢ଼ିପାରିବେ। ସେଥିପାଇଁ ନବମ ଓ ଦଶମ ଶ୍ରେଣୀର ଅଧିକାଂଶ ବହିର ସୂଚୀ ଓ ବିଷୟର ପ୍ରାରମ୍ଭରେ ଛପାଯାଇଛି କୁଇକ୍‌ ରେସ୍‌ପନ୍ସ କୋଡ୍‌ (QR Code)। ଦୀକ୍ଷା ମୋବାଇଲ୍‌ ଆପ୍‌ରେ ଏହାକୁ ସ୍କାନ କଲେ ବିଷୟ ବସ୍ତୁକୁ ବିସ୍ତୃତ ଭାବେ ଜାଣିହେବ। ଏଥିସହ ସେ ସମ୍ପର୍କିତ ଭିଡିଓ ମଧ୍ୟ ଦେଖିହେବ।

ପୂର୍ବରୁ CBSE ଓ ICSEରେ ଏହି ସୁବିଧା ଥିଲା। ଏବେ ପ୍ରଥମ ଥର ପାଇଁ ଏଭଳି ଉପାୟ ଆପଣାଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ। ଦିନକୁ ଦିନ ସ୍ମାର୍ଟ ଫୋନର ବର୍ଦ୍ଧିତ ବ୍ୟବହାରକୁ ଦୃଷ୍ଟିରେ ରଖି, ଏହା ଛାତ୍ରଛାତ୍ରୀଙ୍କ ଜ୍ଞାନବୃଦ୍ଧି ତଥା ବିଷୟବସ୍ତୁ ପ୍ରତି ଆଗ୍ରହ ସୃଷ୍ଟିରେ ସହାୟକ ହେବ ବୋଲି ଆଶା ରଖିଛନ୍ତି ବୋର୍ଡ ସମ୍ପାଦକ ରାମାଶିଷ ହାଜରା।

ତେବେ କେମିତି ସ୍ମାର୍ଟ ଫୋନ୍‌ରେ ପାଇବେ ବିସ୍ତୃତ ପାଠ୍ୟ ବିଷୟବସ୍ତୁ? କେମିତି ସ୍କାନ୍‌ କରିବେ ପାଠ ବହିରେ ଛପାଯାଇଥିବା ଏହି କ୍ୟୁ ଆର୍‌ କୋଡ୍? ଏ ସମ୍ପର୍କରେ ବହିର ପ୍ରଥମ ପୃଷ୍ଠାରେ ଚିତ୍ର ସହିତ ଦର୍ଶାଯାଇଛି। ପ୍ରଥମେ ନିଜ ମୋବାଇଲ୍‌ରେ ଦୀକ୍ଷା ଆପ୍ଲିକେସନ ଡାଉନଲୋଡ୍‌ କରି ଛାତ୍ରଛତ୍ରୀମାନେ ଷ୍ଟୁଡେଣ୍ଟ୍ ବଟନ୍‌ରେ କ୍ଲିକ୍‌ କରିବେ। ଏହାପରେ କ୍ୟୁ ଆର୍‌ କୋଡ୍‌କୁ ସ୍କାନ କଲେ ସେହି ପାଠ୍ୟ ବିଷୟବସ୍ତୁ ନିଜ ମୋବାଇଲ୍‌ରେ ପାଇପାରିବେ। କେବଳ ମୋବାଇଲ୍‌ ନୁହେଁ, କମ୍ପ୍ୟୁଟରରେ ମଧ୍ୟ ଦୀକ୍ଷା ୱେବ୍‌ସାଇଟକୁ ଯାଇ ଡାଏଲ୍‌ କୋଡ୍‌ ଟାଇପ୍‌ କଲେ, ଏହି ଡିଜିଟାଲ୍ ବିଷୟବସ୍ତୁ ଉପଲବ୍ଧ ହେବ। ଏହି ଆପ୍ଲିକେସନରେ ପାଠ୍ୟ ପୁସ୍ତକ ମଧ୍ୟ ମିଳିପାରିବ। ତେବେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଏହି ବ୍ୟବସ୍ଥା କେତେ ସଫଳ ହେଉଛି, ତାହା ସମୟ କହିବ।

Related story