ଆସନ୍ତାକାଲିଠୁ ଗଞ୍ଜାମରେ ପ୍ଲାଜମା ଥେରାପି, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ସର୍ଭେ ଭତ୍ତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପରିସ୍ଥିତି ଗଞ୍ଜାମ ଜିଲ୍ଲାରେ ଅଣାୟତ୍ତ ହେଉଥିବାବେଳେ ରାଜ୍ୟ ସରକାର ଆସନ୍ତାକାଲିଠୁ ଗଞ୍ଜାମର ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ୍ ହସ୍ପିଟାଳରେ ପ୍ଲାଜମା ଥେରାପି ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗଞ୍ଜାମ ଓ ଏହାର ଆଖପାଖ ଜିଲ୍ଲାରେ ଗୁରୁତର କୋଭିଡ୍ ରୋଗୀଙ୍କୁ ପ୍ଲାଜମା ଥେରାପି ସୁବିଧା ଦେବା ଓ ମୃତ୍ୟୁ ସଂଖ୍ୟା ହ୍ରାସରେ ଏହା ସହାୟକ ହେବ ।ଏହାସହିତ ରାଜ୍ୟରେ କୋଭିଡ୍ ସର୍ଭେ କାର୍ଯ୍ୟରେ ନିୟୋଜିତ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ମାସକୁ […]

PLASMA THERAPY

PLASMA THERAPY

Manoranjan Sial
  • Published: Monday, 20 July 2020
  • Updated: 20 July 2020, 08:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପରିସ୍ଥିତି ଗଞ୍ଜାମ ଜିଲ୍ଲାରେ ଅଣାୟତ୍ତ ହେଉଥିବାବେଳେ ରାଜ୍ୟ ସରକାର ଆସନ୍ତାକାଲିଠୁ ଗଞ୍ଜାମର ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ୍ ହସ୍ପିଟାଳରେ ପ୍ଲାଜମା ଥେରାପି ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗଞ୍ଜାମ ଓ ଏହାର ଆଖପାଖ ଜିଲ୍ଲାରେ ଗୁରୁତର କୋଭିଡ୍ ରୋଗୀଙ୍କୁ ପ୍ଲାଜମା ଥେରାପି ସୁବିଧା ଦେବା ଓ ମୃତ୍ୟୁ ସଂଖ୍ୟା ହ୍ରାସରେ ଏହା ସହାୟକ ହେବ ।ଏହାସହିତ ରାଜ୍ୟରେ କୋଭିଡ୍ ସର୍ଭେ କାର୍ଯ୍ୟରେ ନିୟୋଜିତ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ମାସକୁ ହଜାରେ ଟଙ୍କା ଲେଖାଏଁ ପ୍ରୋତ୍ସାହନ ଭତ୍ତା ଦିଆଯିବ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏଭଳି କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ସର୍ଭେ କରୁଥିବା ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ମାସକୁ ୧ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳିବ। ସେହିପରି ଗଞ୍ଜାମ ଜିଲ୍ଲାରେ କୋଭିଡ୍ ମୁକାବିଲାକୁ ଅଧିକ ସୁଦୃଢ଼ କରିବା ପାଇଁ ୨ଜଣ ଆଇଏଏସ୍ ଅଫିସର, ୨୫ଜଣ ଓଏଏସ ଅଫିସର, ୧୦୫ଜଣ ଓଆରଏସ୍ , ୩୦ଜଣ ଏମବିବିଏସ୍ ଡାକ୍ତର, ୧୦୦ଜଣ ଆୟୁଷ ଡାକ୍ତର ଓ ୨୭ଜଣ ଲାବ୍ରୋଟୋରୀ ଟେକନିସିଆନଙ୍କୁ ନିୟୋଜିତ କରାଯାଇଛି। ଏହାସହିତ ୩ଜଣ ଡିଏସପି ପାହ୍ୟାର ଅଫିସର ଓ ଅନ୍ୟ ୧୦ ପ୍ଲାଟୁନ୍ ପୁଲିସ୍ ଫୋର୍ସକୁ ମଧ୍ୟ ଗଞ୍ଜାମ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି ।

ଗଞ୍ଜାମ ଜିଲ୍ଲାରେ କୋଭିଡ୍ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ୨୫କୋଟି ଟଙ୍କା ମଞ୍ଜୁର ହୋଇଛି । ଆବଶ୍ୟକତା ଅନୁସାରେ ୧୦୦ଟି ଆମ୍ବୁଲାନ୍ସ ନିୟୋଜିତ କରିବାର କ୍ଷମତା ଗଞ୍ଜାମ ଜିଲ୍ଲାପାଳଙ୍କୁ ଦିଆଯାଇଛି। କୋଭିଡ୍ ସମୟରେ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ସ୍ୱତନ୍ତ୍ର ଫୋକସ କରାଯାଇ କାଉନସେଲିଂ ପାଇଁ ପ୍ରଫେସନାଲମାନଙ୍କୁ ଦାୟିତ୍ୱ ଦିଆଯିବ । ବ୍ରହ୍ମପୁରର ଅମିତ୍ ହସ୍ପିଟାଲରେ ୧୬ଟି ଆଇସିୟୁ ବେଡ୍ ସମେତ ୧୦୦ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରାଯିବ । ଏହାକୁ କଟକର ଅଶ୍ୱିନୀ ହସ୍ପିଟାଲ ପରିଚାଳନା କରିବ। ଏଥିପାଇଁ ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଅଶ୍ୱିନୀ ହସ୍ପିଟାଲ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି।
ଆଜିର ଏହି ବୈଠକରେ ମୁଖ୍ୟ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story