ଗାନ୍ଧୀ ଜୟନ୍ତୀରୁ ଏଇ ୫ଟି ସହରରେ ପଲିଥିନ୍‌ ବ୍ୟବହାର ବନ୍ଦ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ନିଷିଦ୍ଧ ହେବ ପଲିଥିନ୍‌ ବା ପ୍ଲାଷ୍ଟିକ୍ ବ୍ୟାଗ୍‌। ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ପ୍ରାଥମିକ ପର୍ଯ୍ୟାୟରେ ୫ଟି ମହାନଗର ନିଗମ ଓ ପୁରୀରେ ପ୍ଲାଷ୍ଟିକ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ଅଙ୍କୁଶ ଲଗାଇବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାପରେ ଆସନ୍ତା ୨ ବର୍ଷ ମଧ୍ୟରେ ସାରା ରାଜ୍ୟରେ ପ୍ଲାଷ୍ଟିକ୍ ବ୍ୟାନ୍‌ କରାଯିବ। ଯେଉଁ ପଲିଥିନ୍‌ ବ୍ୟବହାର କରୁଛନ୍ତି, ତାହା ସମସ୍ତଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଯେଉଁ ଫ୍ଳାଷ୍ଟିକ […]

plastic bane in 5 city in odisha

plastic bane in 5 city in odisha

Rakesh Mallick
  • Published: Tuesday, 10 July 2018
  • Updated: 10 July 2018, 08:49 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ନିଷିଦ୍ଧ ହେବ ପଲିଥିନ୍‌ ବା ପ୍ଲାଷ୍ଟିକ୍ ବ୍ୟାଗ୍‌। ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ପ୍ରାଥମିକ ପର୍ଯ୍ୟାୟରେ ୫ଟି ମହାନଗର ନିଗମ ଓ ପୁରୀରେ ପ୍ଲାଷ୍ଟିକ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ଅଙ୍କୁଶ ଲଗାଇବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାପରେ ଆସନ୍ତା ୨ ବର୍ଷ ମଧ୍ୟରେ ସାରା ରାଜ୍ୟରେ ପ୍ଲାଷ୍ଟିକ୍ ବ୍ୟାନ୍‌ କରାଯିବ।

ଯେଉଁ ପଲିଥିନ୍‌ ବ୍ୟବହାର କରୁଛନ୍ତି, ତାହା ସମସ୍ତଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଯେଉଁ ଫ୍ଳାଷ୍ଟିକ ପ୍ଲେଟ୍‌ରେ ଖାଉଛନ୍ତି, ତାହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଜହର ପରି। ପଲିଥିନ୍‌ ପାଇଁ ସ୍ଥିତି ଭୟଙ୍କର ହେଲାଣି। ବିଗିଡ଼ିବାରେ ଲାଗିଲାଣି ପରିବେଶ। ଯାହାକୁ ନେଇ ଏବେ ରାଜ୍ୟ ସରକାରଙ୍କ ଚେତା ପଶିଛି। ରାଜ୍ୟରେ ଆଉ ଚାଲିବନି ପଲିଥିନ୍ କାରବାର।

ସଚିବାଳୟରେ “ଆମ ମୁଖ୍ୟମନ୍ତ୍ରୀ ଆମ କଥା” କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଲିଥିନ୍‌ ବ୍ୟାନ୍‌ ନେଇ ଘୋଷଣା କରିଛନ୍ତି। ଅକ୍ଟୋବର ୨ ତଥା ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ୫ଟି ମହାନଗର ନିଗମ ଯଥା ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ସମେତ ପୁରୀ ପୌରପାଳିକାରେ ନିଷିଦ୍ଧ ହେବ ପ୍ଲାଷ୍ଟିକ୍ ଏବଂ ପଲିଥିନ୍। ଏହାପରେ ୨ ବର୍ଷ ମଧ୍ୟରେ ରାଜ୍ୟବ୍ୟାପୀ ଏହି ନିୟମକୁ କଡ଼ାକଡ଼ି କରାଯିବ ବୋଲି ନବୀନ କହିଛନ୍ତି।

ହାଟ ହେଉ କିମ୍ବା ସପିଂ ମଲ୍, ଚା’ ଦୋକାନ ହେଉ କି ମନ୍ଦିର, ସବୁଠି ଦେଖାଯାଉଛି ପଲିଥିନ୍‌ର ବହୁଳ ବ୍ୟବହାର। କହିବାକୁ ଗଲେ ପଲିଥିନ୍ ବ୍ୟବହାର ଏକପ୍ରକାର ଅଭ୍ୟାସରେ ପରିଣତ ହୋଇଗଲାଣି। ଏହି ଅଭ୍ୟାସ ଧୀରେ ଧୀରେ ଭୟଙ୍କର ବିପଦ ଡାକି ଆଣିଛି। ସେଥିପାଇଁ ପ୍ଲାଷ୍ଟିକ୍‌ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଯାହାକୁ ପରିବେଶବିତ୍ ଓ ବ୍ୟବସାୟୀ ସ୍ୱାଗତ କରିଛନ୍ତି।

ପଲିଥିନ୍ ବ୍ୟବହାରକୁ ପୂର୍ବରୁ ଦିଲ୍ଲୀ ସମେତ ୧୯ଟି ରାଜ୍ୟରେ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇ ସାରିଛି। ତେବେ ପ୍ରଶ୍ନ ଉଠୁଛି, ଆମ ରାଜ୍ୟରେ ଲୋକଙ୍କ ଦୈନନ୍ଦିନ ବ୍ୟବହାରର ମୁଖ୍ୟ ମାଧ୍ୟମ ପାଲଟିଥିବା ପଲିଥିନ୍‌କୁ ରୋକା ଯାଇପାରିବ ତ ? ଏଥିପାଇଁ କ’ଣ ବିକଳ୍ପ ବ୍ୟବସ୍ଥା କରିବେ ସରକାର ? କେମିତି ଲୋକଙ୍କୁ ସଚେତନ କରାଯିବ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos