ରାଜଧାନୀରେ ବିକ୍ରି ହେଉଛି ପ୍ଲାଷ୍ଟିକ୍ ଅଣ୍ଡା !

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ଅଞ୍ଚଳର ଏକ ଦୋକାନରେ ପ୍ଲାଷ୍ଟିକ ଅଣ୍ଡା ବିକ୍ରି ହେଉଥିବା ନେଇ କିଛି ଛାତ୍ର ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଉକ୍ତ ଅଣ୍ଡା ଦୋକାନୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁଯାୟୀ, ହଷ୍ଟେଲ୍‌ରେ ରହୁଥିବା ଏହି ଛାତ୍ରମାନେ ଦୋକାନରୁ ଅଣ୍ଡା କିଣି ନେଇଥିଲେ।  ହେଲେ ରୋଷେଇ କରିବା ସମୟରେ ସେଗୁଡ଼ିକ ପ୍ଲାଷ୍ଟିକ୍‌ ଅଣ୍ଡା ବୋଲି ସେମାନଙ୍କର ସନ୍ଦେହ ହୋଇଥିଲା। ତେଣୁ ସେମାନେ ନୟାପଲ୍ଲୀ ଥାନାକୁ […]

Egg

Egg

Jyoshna Pradhan
  • Published: Monday, 22 July 2019
  • Updated: 22 July 2019, 08:35 AM IST

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ଅଞ୍ଚଳର ଏକ ଦୋକାନରେ ପ୍ଲାଷ୍ଟିକ ଅଣ୍ଡା ବିକ୍ରି ହେଉଥିବା ନେଇ କିଛି ଛାତ୍ର ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଉକ୍ତ ଅଣ୍ଡା ଦୋକାନୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁଯାୟୀ, ହଷ୍ଟେଲ୍‌ରେ ରହୁଥିବା ଏହି ଛାତ୍ରମାନେ ଦୋକାନରୁ ଅଣ୍ଡା କିଣି ନେଇଥିଲେ।  ହେଲେ ରୋଷେଇ କରିବା ସମୟରେ ସେଗୁଡ଼ିକ ପ୍ଲାଷ୍ଟିକ୍‌ ଅଣ୍ଡା ବୋଲି ସେମାନଙ୍କର ସନ୍ଦେହ ହୋଇଥିଲା। ତେଣୁ ସେମାନେ ନୟାପଲ୍ଲୀ ଥାନାକୁ ଯାଇ ସଂପୃକ୍ତ ଦୋକାନୀଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ଜଣେ ଛାତ୍ର କହିଛନ୍ତି଼,“ ଉକ୍ତ ଅଣ୍ଡାଗୁଡ଼ିକର କେଶର ଧଳା ଦେଖାଯାଉଥିଲା। ଏହାକୁ ଗୋଳାଇ ଦେଲେ ସଙ୍ଗେ ସଙ୍ଗେ ମିଳେଇ ଯାଉଛି। ଏଥିସହ ଏହି ଅଣ୍ଡାକୁ ଭାଙ୍ଗି ମାଟିରେ ପକାଇଦେଲେ ଦୁଇରୁ ତିନି ମିନିଟ୍‌ ଭିତରେ ପାଣି ହୋଇ ସେଥିରେ ମିଶି ଯାଉଛି। ଅନ୍ୟପକ୍ଷରେ ଅସଲି ଅଣ୍ଡାକୁ ମାଟିରେ ପକାଇଲେ  ୧୦ରୁ ୨୦ ମିନିଟ୍ ଯାଏ ତାହା ସେମିତି ରହିଥାଏ। ତେଣୁ ଉକ୍ତ ଦୋକାନରେ ମିଳୁଥିବା ଅଣ୍ଡାଗୁଡ଼ିକୁ ପରୀକ୍ଷା କଲେ ଜଣାପଡ଼ିବ ଯେ, ସେଗୁଡ଼ିକ ଅସଲି ନା ନକଲି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos