ସାବଧାନ! କାମାକ୍ଷାନଗରରେ ବିକ୍ରି ହେଉଛି ପ୍ଲାଷ୍ଟିକ୍ ଅଣ୍ଡା

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବଜାରରେ ପ୍ଲାଷ୍ଟିକ୍ ଅଣ୍ଡାକୁ ନେଇ ଆତଙ୍କ ଦେଖାଦେଇଛି। କାମାକ୍ଷାନଗରର ରାଜେନ୍ଦ୍ର ମହାନ୍ତ ବଜାରରୁ ଅଣ୍ଡା କିଣି ନେଇ ଘରେ ସିଝାଇବା ପରେ ତାହା ପ୍ଲାଷ୍ଟିକ୍ ତରଳିଲା ଭଳି ଦେଖାଯାଇଥିବା ଅଭିଯୋଗ କରିଛନ୍ତି। ଏପରିକି ଏହି ଅଣ୍ଡାକୁ ହାତରେ ଭାଙ୍ଗିବାକୁ ଚେଷ୍ଟା କଲେ ବି ତାହା ଭାଙ୍ଗି ନ ଥିଲା। ଏହାସହ ଅଣ୍ଡାଟି ରବର ଭଳି ଟାଣି ହେଉଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ,ଗତ ଜୁନ୍ ୮ତାରିଖରେ ନୂଆପଡ଼ା ଜିଲ୍ଲାରେ ପ୍ଲାଷ୍ଟିକ ଚାଉଳ ଭୟ ଦେଖିବାକୁ ମିଳିଥିଲା। ତରବୋଡ଼ ଗାଁର ଲବ ଜଗତ ନାମକ ଜଣେ ବ୍ୟକ୍ତି ୨ ବସ୍ତା ଚାଉଳ ଘରକୁ ଆଣିଥିଲେ।  ତେବେ ସେହି ଚାଉଳରେ ଭାତ ରାନ୍ଧି ଖାଇବା ପରେ ତାହା ହଜମ ହୋଇ ନଥିବା ଓ ପିଲାଙ୍କୁ ଝାଡ଼ାବାନ୍ତି ହୋଇଥିବା ସେ ଅଭିଯୋଗ କରିଥିଲେ। ଏହି ଭାତକୁ ଗୁଳା କରି ତଳେ କଚାଡ଼ିବାରୁ ତାହା ରବର୍ ବଲ୍ ଭଳି ଡେଉଁଥିବା ଦେଖିବାକୁ ମିଳିଥିଲା।  ତେଣୁ ଏହାକୁ ପ୍ଲାଷ୍ଟିକ ଚାଉଳ ବୋଲି ସନ୍ଦେହ କରୁଥିଲେ ସ୍ଥାନୀୟ ଲୋକ।

Ordigital Desk
• Published: Monday, 05 February 2018
• Updated: 05 February 2018, 09:24 AM IST

Sports

Latest News

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବଜାରରେ ପ୍ଲାଷ୍ଟିକ୍ ଅଣ୍ଡାକୁ ନେଇ ଆତଙ୍କ ଦେଖାଦେଇଛି। କାମାକ୍ଷାନଗରର ରାଜେନ୍ଦ୍ର ମହାନ୍ତ ବଜାରରୁ ଅଣ୍ଡା କିଣି ନେଇ ଘରେ ସିଝାଇବା ପରେ ତାହା ପ୍ଲାଷ୍ଟିକ୍ ତରଳିଲା ଭଳି ଦେଖାଯାଇଥିବା ଅଭିଯୋଗ କରିଛନ୍ତି। ଏପରିକି ଏହି ଅଣ୍ଡାକୁ ହାତରେ ଭାଙ୍ଗିବାକୁ ଚେଷ୍ଟା କଲେ ବି ତାହା ଭାଙ୍ଗି ନ ଥିଲା। ଏହାସହ ଅଣ୍ଡାଟି ରବର ଭଳି ଟାଣି ହେଉଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ,ଗତ ଜୁନ୍ ୮ତାରିଖରେ ନୂଆପଡ଼ା ଜିଲ୍ଲାରେ ପ୍ଲାଷ୍ଟିକ ଚାଉଳ ଭୟ ଦେଖିବାକୁ ମିଳିଥିଲା। ତରବୋଡ଼ ଗାଁର ଲବ ଜଗତ ନାମକ ଜଣେ ବ୍ୟକ୍ତି ୨ ବସ୍ତା ଚାଉଳ ଘରକୁ ଆଣିଥିଲେ।  ତେବେ ସେହି ଚାଉଳରେ ଭାତ ରାନ୍ଧି ଖାଇବା ପରେ ତାହା ହଜମ ହୋଇ ନଥିବା ଓ ପିଲାଙ୍କୁ ଝାଡ଼ାବାନ୍ତି ହୋଇଥିବା ସେ ଅଭିଯୋଗ କରିଥିଲେ। ଏହି ଭାତକୁ ଗୁଳା କରି ତଳେ କଚାଡ଼ିବାରୁ ତାହା ରବର୍ ବଲ୍ ଭଳି ଡେଉଁଥିବା ଦେଖିବାକୁ ମିଳିଥିଲା।  ତେଣୁ ଏହାକୁ ପ୍ଲାଷ୍ଟିକ ଚାଉଳ ବୋଲି ସନ୍ଦେହ କରୁଥିଲେ ସ୍ଥାନୀୟ ଲୋକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos