ପାରାଦୀପରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ପ୍ଲାଷ୍ଟିକ ପାର୍କ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାରାଦୀପରେ ଅତ୍ୟାଧୁନିକ ପ୍ଲାଷ୍ଟିକ ପାର୍କ ପାଇଁ ଆଜି ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସିଏଲ) ଏବଂ ଇଡକୋ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏହି ପ୍ଲାଷ୍ଟିକ ପାର୍କ ୧୨୦ଏକର ଜମିରେ ହେବ ଓ ଏଥିରେ ୧୦୭କୋଟି ଟଙ୍କା ବ୍ୟୟ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ପାର୍କ ଜାତୀୟ ରାଜପଥରୁ ଅଢ଼େଇ କିମି ଓ ପାରାଦୀପ ରେଳ ଷ୍ଟେସନଠୁ ୩କିମି ଓ ପାରାଦୀପ ପୋର୍ଟଠୁ ୧୦କିମି […]

Plastic Park

Plastic Park

Manoranjan Sial
  • Published: Tuesday, 09 March 2021
  • Updated: 09 March 2021, 09:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାରାଦୀପରେ ଅତ୍ୟାଧୁନିକ ପ୍ଲାଷ୍ଟିକ ପାର୍କ ପାଇଁ ଆଜି ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସିଏଲ) ଏବଂ ଇଡକୋ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏହି ପ୍ଲାଷ୍ଟିକ ପାର୍କ ୧୨୦ଏକର ଜମିରେ ହେବ ଓ ଏଥିରେ ୧୦୭କୋଟି ଟଙ୍କା ବ୍ୟୟ ହେବ ବୋଲି ଲକ୍ଷ୍ୟ ରଖାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ପାର୍କ ଜାତୀୟ ରାଜପଥରୁ ଅଢ଼େଇ କିମି ଓ ପାରାଦୀପ ରେଳ ଷ୍ଟେସନଠୁ ୩କିମି ଓ ପାରାଦୀପ ପୋର୍ଟଠୁ ୧୦କିମି ତଥା ରାଜ୍ୟ ରାଜଧାନୀ ଭୁବନେଶ୍ୱରଠୁ ୧୧୫କିମି ପୂର୍ବରେ ଅବସ୍ଥାପିତ ହେବ। ଏହି ପ୍ରୋଜେକ୍ଟ ପାରାଦୀପ ପିସିପିଆଇଆର ଅନ୍ତର୍ଗତ ଆସୁଛି ଓ ୫୦୦କୋଟି ଟଙ୍କାରୁ ଅଧିକ ନିବେଶ ବିଶିଷ୍ଟ ବିଭିନ୍ନ ବର୍ଗର ୨୫ଟି ଶିଳ୍ପ ସଂସ୍ଥାକୁ ଏଥିରେ ସାମିଲ କରାଯିବ ଓ ପ୍ରାୟ ୧୬୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଏମଓୟୁ ସ୍ୱାକ୍ଷର ହେବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇଓସିଏଲର ସହଯୋଗ ଲୋଡ଼ି କହିଛନ୍ତି ଯେ ପାରାଦୀପ ପିସିପିଆଇଆରର ସହାୟତା ଲୋଡ଼ି କହିଛନ୍ତି ଯେ ଏଠାରେ ସ୍ଥାନୀୟ ଉଦ୍ୟୋଗୀଙ୍କ ସହାୟତା ଓ ଡାଉନଷ୍ଟ୍ରିମ ଶିଳ୍ପକୁ ପ୍ରୋତ୍ସାହନ କରିବା ଦିଗରେ କାର୍ଯ୍ୟ କରୁ। ପ୍ଲାଷ୍ଟିକ ପାର୍କ ଆସିଲେ ତାହା ପେଟ୍ରୋ କେମିକାଲ ଶିଳ୍ପ ପାଇଁ ସହାୟକ ହେବ।

ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ଆଇଓସିଏଲ ଏହି ପ୍ରୋଜେକ୍ଟ ପାଇଁ ୪୦କୋଟି ଟଙ୍କା ଯୋଗାଇ ଦେବ। ସ୍ଥାନୀୟ ଉଦ୍ୟୋଗୀମାନଙ୍କୁ ଆଇଓସିଏଲ୍ ପକ୍ଷରୁ ଆବଶ୍ୟକ କଂଚାମାଲା ସବସିଡି ଦରରେ ପ୍ରଦାନ କରାଯିବ। ତେବେ ଏଥିପାଇଁ ସ୍ଥାନୀୟ ସରକାର ଆବଶ୍ୟକ ସହାୟତା କରୁ ବୋଲି ଶ୍ରୀ ପ୍ରଧାନ ଦାବି କରିଥିଲେ। ଇଡକୋ ଏହି ପ୍ରୋଜେକ୍ଟରେ ୪୯ ପ୍ରତିଶତ ଶେୟାର ହୋଲଡର ଥିବାବେଳେ ସେଠାରେ ସମସ୍ତ ପ୍ରକାରର ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦନ ହେବ ବୋଲି କୁହାଯାଇଛି।

ଏହି ଏମଓୟୁବେଳେ ଏମଏସଏମଇ ଓ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story