ଅନୁପ ସାଏଙ୍କ ନାର୍କୋ, ବ୍ରେନ୍‌ ମ୍ୟାପିଂକୁ ନା କହିଲେ କୋର୍ଟ

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ନାର୍କୋ ଟେଷ୍ଟକୁ ନା। ଛତିଶଗଡ଼ ହମିରପୁର ଡବଲ ମର୍ଡର ମାମଲାରେ ଫସିଥିବା ପୂର୍ବତନ ବିଧାୟକ ଅନୁପ ସାଏଙ୍କ ହୋଇପାରିବନି ନାର୍କୋ ଟେଷ୍ଟ ଏବଂ ବ୍ରେନ୍‌ ମ୍ୟାପିଂ। କାରଣ ନାର୍କୋ ଟେଷ୍ଟ ପାଇଁ ପୁଲିସ ଯେଉଁ ଆବେଦନ କରିଥିଲା, ତାକୁ ଖାରଜ କରିଦେଇଛନ୍ତି କୋର୍ଟ। ଚକ୍ରଧରନଗର ପୁଲିସ ନାର୍କୋ ଟେଷ୍ଟ ଓ ବ୍ରେନ୍ ମ୍ୟାପିଂ ପାଇଁ ରାୟଗଡ଼ CJMଙ୍କ କୋର୍ଟରେ ଆବେଦନ କରିଥିଲା। କିନ୍ତୁ ସିଧାସଳଖ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ଯେହେତୁ ଟେଷ୍ଟ ପାଇଁ […]

kalpana-dash-750x420

Manoranjan Sial
  • Published: Thursday, 27 February 2020
  • , Updated: 27 February 2020, 08:16 PM IST

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ନାର୍କୋ ଟେଷ୍ଟକୁ ନା। ଛତିଶଗଡ଼ ହମିରପୁର ଡବଲ ମର୍ଡର ମାମଲାରେ ଫସିଥିବା ପୂର୍ବତନ ବିଧାୟକ ଅନୁପ ସାଏଙ୍କ ହୋଇପାରିବନି ନାର୍କୋ ଟେଷ୍ଟ ଏବଂ ବ୍ରେନ୍‌ ମ୍ୟାପିଂ। କାରଣ ନାର୍କୋ ଟେଷ୍ଟ ପାଇଁ ପୁଲିସ ଯେଉଁ ଆବେଦନ କରିଥିଲା, ତାକୁ ଖାରଜ କରିଦେଇଛନ୍ତି କୋର୍ଟ। ଚକ୍ରଧରନଗର ପୁଲିସ ନାର୍କୋ ଟେଷ୍ଟ ଓ ବ୍ରେନ୍ ମ୍ୟାପିଂ ପାଇଁ ରାୟଗଡ଼ CJMଙ୍କ କୋର୍ଟରେ ଆବେଦନ କରିଥିଲା। କିନ୍ତୁ ସିଧାସଳଖ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ଯେହେତୁ ଟେଷ୍ଟ ପାଇଁ ଅଭିଯୁକ୍ତ ଅନୁପ ସାଏ ରାଜି ହେଲେନି, ତେଣୁ ଆବେଦନକୁ ରାୟଗଡ଼ CJM କୋର୍ଟ ଖାରଜ କରିଦେଇଛନ୍ତି। ଏନେଇ ମାମଲା ପରିଚାଳନା କରୁଥିବା ସରକାରୀ ଓକିଲ ବିପି ପଟେଲ ସୂଚନା ଦେଇଛନ୍ତି।

କଳ୍ପନା ସାଶଙ୍କ ସହିତ ପୂର୍ବତନ ବିଜେଡି ନେତା ଅନୁପ ସାଏ ଅନୈତିକ ସମ୍ପର୍କ ରଖିଥିଲେ। ସ୍ୱାମୀଙ୍କଠାରୁ ଦୂରେଇ ଯିବା ପରେ କଳ୍ପନା, ଅନୁପଙ୍କ ନିକଟତର ହୋଇଥିଲେ। ଉଭୟ କଟକର ସିଡିଏ ଓ ଭୁବନେଶ୍ୱର ସୁନ୍ଦରପଦାରେ ରହୁଥିଲେ। ତେବେ କଳ୍ପନା ବାହା ହେବା ପାଇଁ ଜିଦ୍‌ ଧରିବାରୁ ନିଜ ରାସ୍ତାରୁ ହଟାଇବା ପାଇଁ ଜାଲ ବିଛାଇଥିଲା ଅନୁପ। ବିବାହର ପ୍ରତିଶ୍ରୁତି ଦେଇ ଛତିଶଗଡ଼ର ଚକ୍ରଧରପୁର ଥାନା ଅଞ୍ଚଳକୁ ନେଇଯାଇଥିଲେ ଅନୁପ। ପ୍ରଥମେ କଳ୍ପନା ଓ ତାଙ୍କ ଝୁଅକୁ ହତ୍ୟା କରାଯାଇଥିଲା। ତା’ପରେ ମୃତଦେହ ଉପରେ ଗାଡ଼ି ଚଢ଼ା ଯାଇଥିଲା। ୪ ବର୍ଷ ପରେ ଛତିଶଗଡ଼ ପୁଲିସ ଘଟଣାର ପରର୍ଦ୍ଦାଫାସ କରିଥିଲା ଛତିଶଗଡ଼ ପୁଲିସ। ଏପରିକି ରାତି ଅଧିଆ ଅଭିଯୁକ୍ତ ଅନୁପ ସାଏଙ୍କୁ ଉଠାଇ ନେଇ ପଚରାଉଚରା କରିଥିଲା। ତା’ପରେ ଏହି ହାଇପ୍ରୋଫାଇଲ୍‌ ମର୍ଡ଼ର ଉପରୁ ପରଦା ଉଠିଥିଲା।

Related story