ମାଲକାନଗିରି(ଜିତେନ୍ଦ୍ର ବେଉରା): ଆଜିଠାରୁ ଆରମ୍ଭ ହେଉଛି ନକ୍ସଲଙ୍କ ପିଏଲଜିଏ ସପ୍ତାହ । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ୮ ତାରିଖ ପର୍ଯ୍ୟନ୍ତ ନକ୍ସଲ ସଙ୍ଗଠନ ପକ୍ଷରୁ ପିଏଲଜିଏ ସପ୍ତାହ ପାଳିତ ହେଉଛି।
ଯୁବ ବାହିନୀକୁ ମାଓ ସଂଗଠନ ଆଡକୁ ଆକର୍ଷିତ କରିବା ସହ ନିଜ ଦଳରେ ସାମିଲ କରି ସଂଗଠନକୁ ମଜବୁତ କରିବା ହେଉଛି ପିଏଲଜିଏ ସପ୍ତାହର ମୁଖ୍ୟ ଉଦେଶ୍ୟ । ଏହି ସମୟରେ ନକ୍ସଲମାନେ ବିଭିନ୍ନ ଗ୍ରାମରେ ସଭାସମିତି କରି ମାଓବାଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ବୁଝାଇଥାନ୍ତି । ଏହି ସପ୍ତାହରେ ମାଓବାଦୀମାନେ ହିଂସାତ୍ମକ ନୀତି ଆପଣାଇ ବହୁ ହିଂସାକାଣ୍ଡ ଘଟାଇଥାନ୍ତି ।
ଏଥିପାଇଁ ମାଲକାନଗିରି ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଗୁଇନ୍ଦା ବିଭାଗକୁ ସତର୍କ କରାଯାଇଛି । ଏହାସହ ଜିଲ୍ଲାରେ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି ।