ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହ ଆରମ୍ଭ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠାରୁ ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହ ଆରମ୍ଭ ହୋଇଛି। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ନକ୍ସଲମାନେ ଏହି ସପ୍ତାହ ପାଳନ କରିବେ। ଏଥିପାଇଁ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ସେମାନେ ପୋଷ୍ଟର ଲଗାଇବା ସହ ବନ୍ଦ ପାଳନ କରିବା ପାଇଁ ସାଧାରଣ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି। ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହକୁ ଦୃଷ୍ଟିରେ ରଖି କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆନ୍ଧ୍ର ପ୍ରଦେଶ ଓ […]

naxal

Jitendra Garnayak
  • Published: Sunday, 02 December 2018
  • , Updated: 02 December 2018, 08:49 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠାରୁ ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହ ଆରମ୍ଭ ହୋଇଛି। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ନକ୍ସଲମାନେ ଏହି ସପ୍ତାହ ପାଳନ କରିବେ। ଏଥିପାଇଁ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ସେମାନେ ପୋଷ୍ଟର ଲଗାଇବା ସହ ବନ୍ଦ ପାଳନ କରିବା ପାଇଁ ସାଧାରଣ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି।

ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହକୁ ଦୃଷ୍ଟିରେ ରଖି କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ ସୀମାରେ କମ୍ବିଂ ଅପରେସନ୍‌କୁ ଜୋରଦାର କରାଯିବା ସହ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି।

ସୁରକ୍ଷା ଦୃଷ୍ଟିରୁ କୋରାପୁଟରୁ ରାୟଗଡ଼ା, ମାଲକାନଗିରି ଓ ଗଜପତିକୁ ସରକାରୀ ବସ୍ ସେବା ବନ୍ଦ ରହିବ ବୋଲି ସୂଚନା ମିଳିଛି।

Related story