କିଏ ଫେରାଇ ଦେବ ସୁନେଲୀ ଆଖିର ସୁନେଲୀ ସ୍ୱପ୍ନ

କୋରାପୁଟ(ସ୍ୱର୍ଯ୍ୟ ପଣ୍ଡା): ବିବାହର ୧୪ ବର୍ଷ ପରେ ଜନ୍ମ ନେଇଥିଲା ଝିଅ। ଏଝିଅ ପରିବାରର ଭାଗ୍ୟ ବଦଳାଇବ ଆଶା ରଖିଥିଲେ ମା’। କିନ୍ତୁ ସେ ଝିଅ ଏବେ ମରଣ ସହ ଯୁଝୁଛି। ଆଉ ଏହି ଲଢେଇରେ ସାଥ୍ ଦେବା ପାଇଁ ଘରକୁ ବନ୍ଧା ପକାଇ ଟଙ୍କା ଯୋଗାଡ କରିଛନ୍ତି ମା’। ସେପଟେ  ଜୀବନ ସହ ଲଢିବା ଆଗରୁ ହାରି ଯାଇଛନ୍ତି ବାପା। ଫଳରେ ଏତେ ବଡ ଦୁନିଆରେ ଏବେ ଖୁବ୍ ଏକଲା ହୋଇ ଯାଇଛନ୍ତି ମା । […]

678-1

Tapas Behera
  • Published: Wednesday, 27 May 2020
  • , Updated: 27 May 2020, 05:39 PM IST

କୋରାପୁଟ(ସ୍ୱର୍ଯ୍ୟ ପଣ୍ଡା): ବିବାହର ୧୪ ବର୍ଷ ପରେ ଜନ୍ମ ନେଇଥିଲା ଝିଅ। ଏଝିଅ ପରିବାରର ଭାଗ୍ୟ ବଦଳାଇବ ଆଶା ରଖିଥିଲେ ମା’। କିନ୍ତୁ ସେ ଝିଅ ଏବେ ମରଣ ସହ ଯୁଝୁଛି। ଆଉ ଏହି ଲଢେଇରେ ସାଥ୍ ଦେବା ପାଇଁ ଘରକୁ ବନ୍ଧା ପକାଇ ଟଙ୍କା ଯୋଗାଡ କରିଛନ୍ତି ମା’। ସେପଟେ  ଜୀବନ ସହ ଲଢିବା ଆଗରୁ ହାରି ଯାଇଛନ୍ତି ବାପା। ଫଳରେ ଏତେ ବଡ ଦୁନିଆରେ ଏବେ ଖୁବ୍ ଏକଲା ହୋଇ ଯାଇଛନ୍ତି ମା । କୋରାପୁଟ ଜିଲ୍ଲା ମାଥାଲପୁଟର ଜାମେ ଖୋସଲା ତାଙ୍କ ଏକମାତ୍ର ଝିଅକୁ ବଂଚାଇବା ପାଇଁ ନିଜ ଜୀବନକୁ ବାଜିରେ ଲଗାଇ ଦେଇଛନ୍ତି।

ସ୍ୱାମୀଙ୍କୁ ଅକାଳରେ ହରାଇବା ପରେ ଝିଅକୁ କୌଣସି ପ୍ରକାରେ ବଞ୍ଚାଇ ରଖିବା ପାଇଁ ସରକାର ଓ ପ୍ରଶାସନ ପାଖରେ ହାତ ଯୋଡିଛନ୍ତି। ମାଥାଲପୁଟରେ ରହୁଥିବା ଜାମେ ଖୋସଲାଙ୍କ ଝିଅ ସୁନେଲୀ ଖୋସଲା(୧୭ବର୍ଷ) ଏବେ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ଡାକ୍ତରଖାନାର ଭେଷଜ ବିଭାଗରେ ଚିକିତ୍ସିତ ହେଉଛନ୍ତି। ଦୁରାରୋଗ୍ୟ କର୍କଟରେ ପୀଡିତ ଏହି ମେଧାବୀ ଛାତ୍ରୀ ଜଣଙ୍କ ଏବେ ଜୀବନ ମରଣ ସହ ଯୁଝୁଛନ୍ତି। ଅବସ୍ଥା ଜଟିଳ ଥିବାରୁ ବାହାରେ ନେଇ ତାଙ୍କର ଚିକିତ୍ସା କରାଇବା ପାଇଁ ଡାକ୍ତର ପରାମର୍ଶ ଦେଉଛନ୍ତି। କିନ୍ତୁ ଟଙ୍କା ଅଭାବ ଜାମିଙ୍କ ବାଟକୁ ଅଟକାଇ ଦେଇଛି। ଝିଅର ଜୀବନ ବଂଚାଇବାକୁ ଯାଇ ସେ ଏ ଭିତରେ ତାଙ୍କ ସ୍ୱାମୀ, ଘର ସବୁ କିଛି ହରାଇ ସାରିଲେଣି। କିନ୍ତୁ ଝିଅର ଅବସ୍ଥା ସୁଧୁରୁନି। ବରଂ ଦିନକୁ ଦିନ ବିଗିଡିବାରେ ଲାଗିଛି। ଏବେ ସବୁଆଡୁ ନିରାଶ ହେବା ପରେ ପ୍ରଶାସନ ଓ ସରକାରଙ୍କ ପାଖରେ ହାରି ଗୁହାରି କରିଛନ୍ତି ଜାମେ।

ବିବାହର ୧୪ ବର୍ଷ ପରେ କୋଳକୁ ପିଲାଟିଏ ଆସିଥିବାରୁ  ହସ ଖୁସିରେ ଖୁସିରେ ପୁରି ଉଠିଥିଲା ସଂସାର।  ଆଉ ଝିଅ ବି ଭଲ ପଢୁଥିବାରୁ ତାକୁ ନେଇ ସେମାନେ ସ୍ୱପ୍ନ ଦେଖିବା ଆରମ୍ଭ କରି ଦେଇଥିଲେ। ଶ୍ରମିକ ଭାବେ କାମ କରୁଥବା ବାପା ସୁରେନ୍ଦ୍ରଙ୍କ ଅଭାବୀ ସଂସାରକୁ ଚାକିରୀ କରି ବଦଳାଇ ଦେବ ବୋଲି ସେ ଚିନ୍ତା କରିଥିଲେ ଝିଅ ସୁନେଲି। ଏ ଭିତରେ ମାଟ୍ରିକ ପାସ୍ କରି ଦାମନଯୋଡିରେ ଯୁକ୍ତ ଦୁଇ ବିଜ୍ଞାନରେ ନାମ ଲେଖାଇଥିଲେ ସୁନେଲି। କିନ୍ତୁ ଗତ ବର୍ଷ ଶେଷ ଭାଗରେ ତାଙ୍କର ଦେହ ହଠାତ ଖରାପ ହେଲା। ଫଳରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବିଭିନ୍ନ ଡାକ୍ତରଖାନା ବୁଲିବା ପରେ ସେ ଭୁବନେଶ୍ୱରର ସମ୍ ଡାକ୍ତରଖାନାକୁ ଯାଇଥିଲେ। ବାପାଙ୍କର ଯାହା ସଂଚିତ ଧନ ଥିଲା ଝିଅ ପାଇଁ ଖର୍ଚ ହୋଇଗଲା। ଧାର ଉଧାର ବି ହେଲା। ଏ ଭିତରେ ଗତ ଡିସେମ୍ବର ୨ ରେ ସମ ଡାକ୍ତରଖାନାରେ ସୁନେଲୀଙ୍କ ଅସ୍ତ୍ରୋପଚାର ହୋଇଥିଲା। ଝିଅର ଭବିଷ୍ୟତ ଓ ରୋଗକୁ ନେଇ ଚିନ୍ତାରେ ଥିବା ବାପା ସୁରେନ୍ଦ୍ରଙ୍କୁ ତା’ ପରଦିନ ହୃଦଘାତ ହେଲା। ଆଉ ଝିଅର ଚିକିତ୍ସା ପାଇଁ ଯାଇଥିବା ସୁରେନ୍ଦ୍ରଙ୍କର ସେହି ଡାକ୍ତରଖାନାରେ ପରଲୋକ ହୋଇଥିଲା।

ସୁନେଲୀ କଟକ ସ୍ଥାନାନ୍ତର କରିବାର ଆବଶ୍ୟକତା ରହିଥିବା ଡାକ୍ତର ସୂଚନା ଦେବା ପରେ  ଆମେ ପ୍ରଶାସନକୁ ଭେଟିଥିଲୁ। ତେବେ  ସୁନେଲୀକୁ ରେଫର କରାଯାଉଥିବା ଚିକିତ୍ସାଳୟକୁ ଯିବା ଖର୍ଚ ସହିତ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚକୁ ଜିଲ୍ଲା ପ୍ରଶାସନ ବହନ କରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ଆଶ୍ୱାସନା ଦେଇଛନ୍ତି। ଏବେ ସୁନେଲୀର ଚିକିତ୍ସାକୁ  ନେଇ ନୂତନ ଆଲୋକ ଦେଖାଯାଇଛି ।

Related story