‘ସପ୍ତାହାନ୍ତ ଶଟଡାଉନ୍‌ ବେଳେ ଚାଲୁ ରହୁ ଯୁକ୍ତ ୨ ଖାତା ଦେଖା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୁନ୍ ୧ରୁ ଯୁକ୍ତ ୨ ଖାତା ଦେଖା ଆରମ୍ଭ ହୋଇଥିଲେ ବି କରୋନା ଲାଗି ବିଭିନ୍ନ ଜିଲ୍ଲାରେ କଟକଣା ଲାଗୁ ହୋଇଥିବାରୁ ଏହା ପ୍ରଭାବିତ ହେଉଛି। ହେଲେ ନିର୍ଦ୍ଧାରିତ ସମୟରେ ଫଳ ପ୍ରକାଶରେ ଯେପରି ବାଧା ନ ଉପୁଜିବ, ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଖାତା ଦେଖା କେନ୍ଦ୍ରକୁ ସପ୍ତାହାନ୍ତ ଶଟଡାଉନ୍‌ କଟକଣାରୁ ବାହାରେ ରଖିବା ଲାଗି ବିଭାଗର ପ୍ରମୁଖ ସଚିବ ଚିତ୍ରା ଅରୁମୁଗମ ସମସ୍ତ ଜିଲ୍ଲାପାଳଙ୍କୁ […]

nios_copy_checking_

Niharika Rout
  • Published: Friday, 17 July 2020
  • , Updated: 17 July 2020, 02:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୁନ୍ ୧ରୁ ଯୁକ୍ତ ୨ ଖାତା ଦେଖା ଆରମ୍ଭ ହୋଇଥିଲେ ବି କରୋନା ଲାଗି ବିଭିନ୍ନ ଜିଲ୍ଲାରେ କଟକଣା ଲାଗୁ ହୋଇଥିବାରୁ ଏହା ପ୍ରଭାବିତ ହେଉଛି। ହେଲେ ନିର୍ଦ୍ଧାରିତ ସମୟରେ ଫଳ ପ୍ରକାଶରେ ଯେପରି ବାଧା ନ ଉପୁଜିବ, ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ଖାତା ଦେଖା କେନ୍ଦ୍ରକୁ ସପ୍ତାହାନ୍ତ ଶଟଡାଉନ୍‌ କଟକଣାରୁ ବାହାରେ ରଖିବା ଲାଗି ବିଭାଗର ପ୍ରମୁଖ ସଚିବ ଚିତ୍ରା ଅରୁମୁଗମ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ତେଣୁ ମୂଲ୍ୟାଙ୍କନ ପ୍ରକ୍ରିୟାକୁ ନିରନ୍ତର ରଖିବା ଲାଗି ମୂଲ୍ୟାୟନ କେନ୍ଦ୍ରକୁ ସପ୍ତାହାନ୍ତ ଶଟଡାଉନ୍‌ ବେଳେ ଖୋଲା ରଖିବା ଲାଗି ଅନୁମତି ଦେବାକୁ ଚିଠିରେ କୁହାଯାଇଛି । ଏହାସହ ମୂଲ୍ୟାୟନରେ ସଂପୃକ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କ ଯାତାୟାତରେ ଯେପରି ବାଧା ସୃଷ୍ଟି ନ ହେବ ସେନେଇ ମଧ୍ୟ ପଦକ୍ଷେପ ନେବାକୁ କୁହାଯାଇଛି ।

ସେପଟେ ଯୁକ୍ତ ୨ ବାର୍ଷିକ ପରୀକ୍ଷାଖାତା ମୂଲ୍ୟାୟନ କେନ୍ଦ୍ରରେ ଅଧାରୁ ଅଧିକ ମୂଲ୍ୟାୟନକାରୀ ଶିକ୍ଷକ ଅନୁପସ୍ଥିତ ଥିବାରୁ ଚିନ୍ତା ପ୍ରକାଶ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ ହେବା ଆଶଙ୍କା ଦୃଷ୍ଟିରୁ ଆବଶ୍ୟକ ପଦକ୍ଷେପ ନେବାକୁ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଛି । କୌଣସି ଯଥାର୍ଥ କାରଣ ନଥିଲେ ସିଏଚ୍ଏସ୍ଇ ଅନୁମୋଦିତ ମୂଲ୍ୟାୟନକାରୀଙ୍କୁ ପରୀକ୍ଷା ଖାତା ଦେଖିବାକୁ ପଠାଇବା ପାଇଁ ସମସ୍ତ କଲେଜର ପ୍ରିନ୍ସିପାଲମାନଙ୍କୁ  ନିର୍ଦ୍ଦେଶ ଦେବାକୁ କୁହାଯାଇଛି।

Related story