ଜୀଅନ୍ତା ଜଳିଗଲେ କଲେଜ ଛାତ୍ରୀ

କାମାକ୍ଷାନଗର(ବିଦ୍ୟାଧର ବରାଳ): ଜୀଅନ୍ତା ଜଳିଗଲେ କଲେଜ ଛାତ୍ରୀ। ଏପରି ହୃଦୟବିଦାରକ ଘଟଣା ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅଞ୍ଚଳରେ ଘଟିଛି। ରୋଷେଇ କରୁଥିବା ବେଳେ ନିଆଁ ଲାଗି ସେ ଜଳି ଯାଇଥିବା ଜଣାପଡ଼ିଛି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବାମ ଗାଁର ଜଗବନ୍ଧୁ ମହାନ୍ତଙ୍କ ଝିଅ ଲିପ୍ତିରେଖା ଗଡ଼ପଳାଶୁଣି କଲେଜରେ ଯୁକ୍ତ ଦୁଇରେ ପଢ଼ୁଥିଲେ। କଲେଜ ଛୁଟିଥିବାରୁ ସେ ଆଜି ମଧ୍ୟାହ୍ନରେ ଚୁଲିରେ ରୋଷେଇ କରୁଥିଲେ। ଅସାବଧାନତା ଯୋଗୁ ତାଙ୍କ ଡ୍ରେସରେ ନିଆଁ ଲାଗି ଯାଇଥିଲା। […]

Puspita

Manoranjan Sial
  • Published: Friday, 10 June 2022
  • , Updated: 10 June 2022, 06:36 PM IST

କାମାକ୍ଷାନଗର(ବିଦ୍ୟାଧର ବରାଳ): ଜୀଅନ୍ତା ଜଳିଗଲେ କଲେଜ ଛାତ୍ରୀ। ଏପରି ହୃଦୟବିଦାରକ ଘଟଣା ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅଞ୍ଚଳରେ ଘଟିଛି। ରୋଷେଇ କରୁଥିବା ବେଳେ ନିଆଁ ଲାଗି ସେ ଜଳି ଯାଇଥିବା ଜଣାପଡ଼ିଛି।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବାମ ଗାଁର ଜଗବନ୍ଧୁ ମହାନ୍ତଙ୍କ ଝିଅ ଲିପ୍ତିରେଖା ଗଡ଼ପଳାଶୁଣି କଲେଜରେ ଯୁକ୍ତ ଦୁଇରେ ପଢ଼ୁଥିଲେ। କଲେଜ ଛୁଟିଥିବାରୁ ସେ ଆଜି ମଧ୍ୟାହ୍ନରେ ଚୁଲିରେ ରୋଷେଇ କରୁଥିଲେ। ଅସାବଧାନତା ଯୋଗୁ ତାଙ୍କ ଡ୍ରେସରେ ନିଆଁ ଲାଗି ଯାଇଥିଲା। କ୍ଷଣକ ଭିତରେ ନିଆଁ ସମ୍ପୂର୍ଣ୍ଣ ଶରୀରକୁ ବ୍ୟାପୀ ଯାଇଥିଲା।

ତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଧାଇଁ ଆସି ନିଆଁ ଲିଭାଇଥିଲେ। ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସରେ ତାଙ୍କୁ କାମାକ୍ଷାନଗର ମେଡିକାଲ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Related story