ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିସରରୁ ହଟିବ ଜୁନିଅର୍ କଲେଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରମାଦେବୀ ବିଶ୍ୱ ବିଦ୍ୟାଳୟ ପରିସରରୁ ଅଲଗା ହେବ ଜୁନିଅର୍ କଲେଜ। ଏନେଇ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପଦ୍ମଜା ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୟୁନିଟ-୯ ସ୍ଥିତ ବାଳିକା ହାଇସ୍କୁଲ ପରିସରରେ ହାୟର ସେକେଣ୍ଡାରୀ ସ୍କୁଲ ପ୍ରତିଷ୍ଠା ହେବ। ଏଥିପାଇଁ ହାଇସ୍କୁଲ ପରିସରରେ ତିନି ଏକର ଜମି ଚିହ୍ନଟ କରାଯାଇଛି। ବିଲ୍ଡିଂ ନିର୍ମାଣ କାମ ଆରମ୍ଭ ହେବାକୁ ଥିବା ବେଳେ ସର୍ଭେ କାମ ପାଖାପାଖି ସରିଥିବା ଜଣାପଡ଼ିଛି। ତେବେ ବିଶ୍ୱବିଦ୍ୟାଳୟରୁ ଯୁକ୍ତ ଦୁଇ […]

rama,,,

Tapaswini Nayak
  • Published: Tuesday, 20 August 2019
  • , Updated: 20 August 2019, 03:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରମାଦେବୀ ବିଶ୍ୱ ବିଦ୍ୟାଳୟ ପରିସରରୁ ଅଲଗା ହେବ ଜୁନିଅର୍ କଲେଜ। ଏନେଇ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପଦ୍ମଜା ମିଶ୍ର ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ୟୁନିଟ-୯ ସ୍ଥିତ ବାଳିକା ହାଇସ୍କୁଲ ପରିସରରେ ହାୟର ସେକେଣ୍ଡାରୀ ସ୍କୁଲ ପ୍ରତିଷ୍ଠା ହେବ। ଏଥିପାଇଁ ହାଇସ୍କୁଲ ପରିସରରେ ତିନି ଏକର ଜମି ଚିହ୍ନଟ କରାଯାଇଛି। ବିଲ୍ଡିଂ ନିର୍ମାଣ କାମ ଆରମ୍ଭ ହେବାକୁ ଥିବା ବେଳେ ସର୍ଭେ କାମ ପାଖାପାଖି ସରିଥିବା ଜଣାପଡ଼ିଛି। ତେବେ ବିଶ୍ୱବିଦ୍ୟାଳୟରୁ ଯୁକ୍ତ ଦୁଇ କଳେଜ ଅଲଗା ହେବାକୁ ଆହୁରି ଦୁଇ ତିନି ବର୍ଷ ଲାଗିବ ବୋଲି ଜଣାପଡ଼ିଛି।

Related story