ମେ’ ୩୧ ରେ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏପ୍ରିଲ ୨୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏହା ମେ’ ୩୧ ତାରିଖରେ ଶେଷ ହେବାର ଥିଲା। ତେବେ ମେ’ ୩୧ ତାରିଖରେ ହେବାକୁ ଥିବା ପରୀକ୍ଷା ଗୁଡ଼ିକୁ ଆଜି ଘୁଞ୍ଚାଇ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ)।  ସେହିଦିନ ହେବାକୁ ଥିବା ପରୀକ୍ଷା ଗୁଡ଼ିକ ଜୁନ୍ ୪ ତାରିଖରେ ହେବ ବୋଲି ସିଏଚ୍‌ଏସ୍‌ଇ ପକ୍ଷରୁ ଜାରି କରାଯାଇଥିବା ନୋଟିସ୍‌ରେ କୁହାଯାଇଛି। ମେ’ ୩୧ରେ କଳା ବିଭାଗର […]

Exam

Jitendra Garnayak
  • Published: Friday, 20 May 2022
  • , Updated: 20 May 2022, 06:35 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏପ୍ରିଲ ୨୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏହା ମେ’ ୩୧ ତାରିଖରେ ଶେଷ ହେବାର ଥିଲା। ତେବେ ମେ’ ୩୧ ତାରିଖରେ ହେବାକୁ ଥିବା ପରୀକ୍ଷା ଗୁଡ଼ିକୁ ଆଜି ଘୁଞ୍ଚାଇ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ)।  ସେହିଦିନ ହେବାକୁ ଥିବା ପରୀକ୍ଷା ଗୁଡ଼ିକ ଜୁନ୍ ୪ ତାରିଖରେ ହେବ ବୋଲି ସିଏଚ୍‌ଏସ୍‌ଇ ପକ୍ଷରୁ ଜାରି କରାଯାଇଥିବା ନୋଟିସ୍‌ରେ କୁହାଯାଇଛି।

ମେ’ ୩୧ରେ କଳା ବିଭାଗର ଗଣିତ ଓ ଗୃହବିଜ୍ଞାନ ପରୀକ୍ଷା ହେବାକୁ ଥିଲା। ସେହିପରି ବିଜ୍ଞାନ ବିଭାଗର ଗଣିତ ଓ ଧନ୍ଦାମୂଳକ ବିଭାଗର ବାୟୋଲୋଜି ପରୀକ୍ଷା ହେବାର ଥିଲା। ତେବେ ନୂଆ ନିର୍ଦ୍ଦେଶ ଅନୁଯାୟୀ, ଏହି ପରୀକ୍ଷା ଗୁଡ଼ିକ ଜୁନ୍ ୪ ତାରିଖରେ ହେବ।

ଏହା ସହିତ ସିଏଚ୍‌ଏସ୍‌ଇ କହିଛି ଯେ ମେ’ ୨୧ରୁ ମେ’ ୨୮ ତାରିଖରେ ମଧ୍ୟ ଯେଉଁ ସବୁ ପରୀକ୍ଷା ହେବାର ଅଛି, ସେଗୁଡ଼ିକ ପୂର୍ବନିର୍ଦ୍ଧାରିତ ସୂଚୀ ଅନୁସାରେ ହେବ।

Related story