ଆରମ୍ଭ ହେଲା ଯୁକ୍ତ ଦୁଇ ପରୀକ୍ଷା

<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆଜି ସକାଳ ୧୦ଟାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା। ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ କଡାକଡି ଭାବେ ଚେକିଂ କରାଯାଇ ହଲ୍ ଭିତରକୁ ଛଡାଯାଇଛି। ୧୧ଶହ ୪ଟି ପରୀକ୍ଷା କେନ୍ଦ୍ରରେ ମୋଟ ୩ ଲକ୍ଷ ୬୫ ହଜାର ୮୨୬ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଆଜିଠୁ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଆରମ୍ଭ ହୋଇଥିବା ବେଳେ କାଲିଠାରୁ କଳା ପରୀକ୍ଷା ଆରମ୍ଭ ହେବ। ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ।<br /> ୧୧୦୪ଟି ପରୀକ୍ଷା କେନ୍ଦ୍ର ସହ ୨୦୨ଟି ହବ୍ କରାଯାଇଛି। କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ୍ ସହ ସିସିଟିଭି ବ୍ୟବସ୍ଥା ମଧ୍ୟ ହୋଇଛି। ମାଟ୍ରିକ ପ୍ରଶ୍ନପତ୍ର ବାରମ୍ବାର ଭାଇରାଲ୍&zwnj; ହେବା ପରେ ସଜାଗ ହୋଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ। ପ୍ରଶ୍ନପତ୍ର ସୁରକ୍ଷା ପାଇଁ ପରିଷଦ ପକ୍ଷରୁ ଜାରି କରାଯାଇଛି କଟକଣା। ପରୀକ୍ଷା କେନ୍ଦ୍ରକୁ ବହି, ମୋବାଇଲ୍ ସହିତ କୌଣସି ବୈଦ୍ୟୁତିକ ଉପକରଣ ନେବା ଉପରେ ରୋକ୍ ଲଗାଯାଇଛି। ପ୍ରଶ୍ନପତ୍ର ଖୋଲା ହେବା ସମୟରେ କଲେଜ୍&zwnj;ର କୌଣସି ଅଧ୍ୟାପକ କିମ୍ବା କର୍ମଚାରୀ ପାଖରେ ମୋବାଇଲ୍ ରଖିପାରିବେ ନାହିଁ। ଆବଶ୍ୟକ ହେଲେ ପରୀକ୍ଷା କେନ୍ଦ୍ରରେ ମୋବାଇଲ ରଖିବା ପାଇଁ ଏକ ମୋବାଇଲ୍ ଲକ୍ ରୁମ୍ ଖୋଲାଯିବ। ସୁପରିଣ୍ଟେଣ୍ଡେଣ୍ଟଙ୍କ ଉପସ୍ଥିତିରେ ଖୋଲାଯିବ ପ୍ରଶ୍ନପତ୍ର। ପ୍ରଶ୍ନପତ୍ର ପରୀକ୍ଷାର୍ଥୀଙ୍କୁ ବଣ୍ଟାଯିବା ପରେ ବଳକା ପ୍ରଶ୍ନପତ୍ର ଏକ ବନ୍ଦ ଲଫାପାରେ ସିଲ୍ କରାଯିବ, ଯାହାକୁ ସୁପରିଣ୍ଟେଣ୍ଡେଣ୍ଟ ନିଜ ଦାୟିତ୍ୱରେ ରଖିବେ। ନିର୍ଦ୍ଧାରିତ ସମୟଠାରୁ ଶୀଘ୍ର ଉତ୍ତର ଦେଲା ପରେ ମଧ୍ୟ ପରୀକ୍ଷା ସମୟ ନ ସରିବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବାହାରକୁ ଯିବାକୁ ଦିଆଯିବ ନାହିଁ।</p>

Ordigital Desk
  • Published: Tuesday, 06 March 2018
  • Updated: 06 March 2018, 10:34 AM IST

Sports

Latest News

<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆଜି ସକାଳ ୧୦ଟାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା। ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ କଡାକଡି ଭାବେ ଚେକିଂ କରାଯାଇ ହଲ୍ ଭିତରକୁ ଛଡାଯାଇଛି। ୧୧ଶହ ୪ଟି ପରୀକ୍ଷା କେନ୍ଦ୍ରରେ ମୋଟ ୩ ଲକ୍ଷ ୬୫ ହଜାର ୮୨୬ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଆଜିଠୁ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଆରମ୍ଭ ହୋଇଥିବା ବେଳେ କାଲିଠାରୁ କଳା ପରୀକ୍ଷା ଆରମ୍ଭ ହେବ। ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ।<br />୧୧୦୪ଟି ପରୀକ୍ଷା କେନ୍ଦ୍ର ସହ ୨୦୨ଟି ହବ୍ କରାଯାଇଛି। କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ୍ ସହ ସିସିଟିଭି ବ୍ୟବସ୍ଥା ମଧ୍ୟ ହୋଇଛି। ମାଟ୍ରିକ ପ୍ରଶ୍ନପତ୍ର ବାରମ୍ବାର ଭାଇରାଲ୍&zwnj; ହେବା ପରେ ସଜାଗ ହୋଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ। ପ୍ରଶ୍ନପତ୍ର ସୁରକ୍ଷା ପାଇଁ ପରିଷଦ ପକ୍ଷରୁ ଜାରି କରାଯାଇଛି କଟକଣା। ପରୀକ୍ଷା କେନ୍ଦ୍ରକୁ ବହି, ମୋବାଇଲ୍ ସହିତ କୌଣସି ବୈଦ୍ୟୁତିକ ଉପକରଣ ନେବା ଉପରେ ରୋକ୍ ଲଗାଯାଇଛି। ପ୍ରଶ୍ନପତ୍ର ଖୋଲା ହେବା ସମୟରେ କଲେଜ୍&zwnj;ର କୌଣସି ଅଧ୍ୟାପକ କିମ୍ବା କର୍ମଚାରୀ ପାଖରେ ମୋବାଇଲ୍ ରଖିପାରିବେ ନାହିଁ। ଆବଶ୍ୟକ ହେଲେ ପରୀକ୍ଷା କେନ୍ଦ୍ରରେ ମୋବାଇଲ ରଖିବା ପାଇଁ ଏକ ମୋବାଇଲ୍ ଲକ୍ ରୁମ୍ ଖୋଲାଯିବ। ସୁପରିଣ୍ଟେଣ୍ଡେଣ୍ଟଙ୍କ ଉପସ୍ଥିତିରେ ଖୋଲାଯିବ ପ୍ରଶ୍ନପତ୍ର। ପ୍ରଶ୍ନପତ୍ର ପରୀକ୍ଷାର୍ଥୀଙ୍କୁ ବଣ୍ଟାଯିବା ପରେ ବଳକା ପ୍ରଶ୍ନପତ୍ର ଏକ ବନ୍ଦ ଲଫାପାରେ ସିଲ୍ କରାଯିବ, ଯାହାକୁ ସୁପରିଣ୍ଟେଣ୍ଡେଣ୍ଟ ନିଜ ଦାୟିତ୍ୱରେ ରଖିବେ। ନିର୍ଦ୍ଧାରିତ ସମୟଠାରୁ ଶୀଘ୍ର ଉତ୍ତର ଦେଲା ପରେ ମଧ୍ୟ ପରୀକ୍ଷା ସମୟ ନ ସରିବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବାହାରକୁ ଯିବାକୁ ଦିଆଯିବ ନାହିଁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos