ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ଦେଉଛନ୍ତି ମୋଟ ୩ ଲକ୍ଷ ୬୫ ହଜାର ୮୨୬ ଛାତ୍ରଛାତ୍ରୀ। ଆଜିଠାରୁ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଆରମ୍ଭ ହେଉଥିବା ବେଳେ ବୁଧବାରଠାରୁ କଳା ପରୀକ୍ଷା ଆରମ୍ଭ ହେବ। ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ।</p> <p>୧୧୦୪ଟି ପରୀକ୍ଷା କେନ୍ଦ୍ର ସହ ୨୦୨ଟି ହବ୍ କରାଯାଇଛି। କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ୍ ସହ ସିସିଟିଭି ବ୍ୟବସ୍ଥା ମଧ୍ୟ ହୋଇଛି। ମାଟ୍ରିକ ପ୍ରଶ୍ନପତ୍ର ବାରମ୍ବାର ଭାଇରାଲ୍‌ ହେବା ପରେ ସଜାଗ ହୋଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ। ପ୍ରଶ୍ନପତ୍ର ସୁରକ୍ଷା ପାଇଁ ପରିଷଦ ପକ୍ଷରୁ ଜାରି କରାଯାଇଛି କଟକଣା। ପରୀକ୍ଷା କେନ୍ଦ୍ରକୁ ବହି, ମୋବାଇଲ୍ ସହିତ କୌଣସି ବୈଦ୍ୟୁତିକ ଉପକରଣ ନେବା ଉପରେ ରୋକ୍ ଲଗାଯାଇଛି। ପ୍ରଶ୍ନପତ୍ର ଖୋଲା ହେବା ସମୟରେ କଲେଜ୍‌ର କୌଣସି ଅଧ୍ୟାପକ କିମ୍ବା କର୍ମଚାରୀ ପାଖରେ ମୋବାଇଲ୍ ରଖିପାରିବେ ନାହିଁ। ଆବଶ୍ୟକ ହେଲେ ପରୀକ୍ଷା କେନ୍ଦ୍ରରେ ମୋବାଇଲ ରଖିବା ପାଇଁ ଏକ ମୋବାଇଲ୍ କ୍ଲକ୍ ରୁମ୍ ଖୋଲାଯିବ। ସୁପରିଣ୍ଟେଣ୍ଡେଣ୍ଟଙ୍କ ଉପସ୍ଥିତିରେ ଖୋଲାଯିବ ପ୍ରଶ୍ନପତ୍ର। ପ୍ରଶ୍ନପତ୍ର ପରୀକ୍ଷାର୍ଥୀଙ୍କୁ ବଣ୍ଟାଯିବା ପରେ ବଳକା ପ୍ରଶ୍ନପତ୍ର ଏକ ବନ୍ଦ ଲଫାପାରେ ସିଲ୍ କରାଯିବ, ଯାହାକୁ ସୁପରିଣ୍ଟେଣ୍ଡେଣ୍ଟ ନିଜ ଦାୟିତ୍ୱରେ ରଖିବେ। ନିର୍ଦ୍ଧାରିତ ସମୟଠାରୁ ଶୀଘ୍ର ଉତ୍ତର ଦେଲା ପରେ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ସହ ବାହାରକୁ ଯିବାକୁ ଦିଆଯିବ ନାହିଁ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।