ଅଗଷ୍ଟରେ ଯୁକ୍ତ ୨ ରେଜଲ୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନକ ପରେ ଅର୍ଥାତ୍ ବୁଧବାର ଦିନ ପ୍ରକାଶ ପାଇବ ମ୍ୟାଟ୍ରିକ୍ ପରୀକ୍ଷା ଫଳ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଥିବା ବେଳେ ସେ ଯୁକ୍ତ ଦୁଇ ରେଜଲ୍ଟ ସଂପର୍କରେ ମଧ୍ୟ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ଅଗଷ୍ଟ ମାସରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ କରିବାକୁ ଚେଷ୍ଟା କରାଯାଉଛି। ଅଗଷ୍ଟ ତୃତୀୟ ସପ୍ତାହ ମଧ୍ୟରେ ବିଜ୍ଞାନ ଓ […]

samir-das

Jitendra Garnayak
  • Published: Monday, 27 July 2020
  • , Updated: 27 July 2020, 02:10 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନକ ପରେ ଅର୍ଥାତ୍ ବୁଧବାର ଦିନ ପ୍ରକାଶ ପାଇବ ମ୍ୟାଟ୍ରିକ୍ ପରୀକ୍ଷା ଫଳ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଥିବା ବେଳେ ସେ ଯୁକ୍ତ ଦୁଇ ରେଜଲ୍ଟ ସଂପର୍କରେ ମଧ୍ୟ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ଅଗଷ୍ଟ ମାସରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ କରିବାକୁ ଚେଷ୍ଟା କରାଯାଉଛି। ଅଗଷ୍ଟ ତୃତୀୟ ସପ୍ତାହ ମଧ୍ୟରେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇପାରେ। ସେହିପରି ଅଗଷ୍ଟ ଶେଷ ସୁଦ୍ଧା କଳାର ରେଜଲ୍ଟ ପ୍ରକାଶ ପାଇପାରେ।

ସେ କହିଛନ୍ତି, “ଯୁକ୍ତ ଦୁଇ ଖାତା ଦେଖାରେ ନିଶ୍ଚିତ ଭାବେ ବିଳମ୍ୱ ହୋଇଥିଲା। ଏବେ ରାଜ୍ୟ ସରକାର ଏହାକୁ ଏସେନସିଆଲ୍‌ ସର୍ଭିସ୍‌ ଭାବେ ଗ୍ରହଣ କରିଛନ୍ତି। ସେହି ଅନୁସାରେ ଖାତା ଦେଖା ଚାଲିଛି। ରେଜଲ୍ଟ ନେଇ ନିର୍ଦ୍ଦିଷ୍ଟ ଭାବେ ଏବେ କିଛି କହି ହେବ ନାହିଁ।

ଅନ୍‌ଲାଇନ୍‌ରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଖାତା ଦେଖା ଯାଉଥିଲା। ଅଗଷ୍ଟ ତୃତୀୟ ସପ୍ତାହ ଭିତରେ ବିଜ୍ଞାନ ଓ ବାଣିଜ୍ୟର ରେଜଲ୍ଟ ବାହାର କରିବା ପାଇଁ ପ୍ରୟାସ ଜାରି ରଖିଛି। ଅଗଷ୍ଟ ୧୫ ଭିତରେ ରେଜଲ୍ଟ ବାହାରିବା ନେଇ ଧରା ଯାଇ ପାରେ। ନହେଲେ ତୃତୀୟ ସପ୍ତାହ ଭିତରେ ରେଜଲ୍ଟ ବାହାର କରାଯିବା ପାଇଁ ଚେଷ୍ଟା କରାଯାଉଛି। ଆଉ କଳା ବିଭାଗର ରେଜଲ୍ଟ ବାହାରିଲା ବେଳକୁ ଅଗଷ୍ଟ ଶେଷ ସପ୍ତାହ ହୋଇଯିବ।”

 

 

 

 

Related story