ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ। ମଧ୍ୟାହ୍ଣ ୧୨ଟାରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନର ଗୀତଗୋବିନ୍ଦ ଅଡିଟୋରିୟମରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ www.chseodisha.nic.in ଓ http://orissaresults.nic.in ୱେବସାଇଟ୍ ଜରିଆରେ ମଧ୍ୟ ରେଜଲ୍ଟ ଜାଣିପାରିବେ। ଚଳିତ ବର୍ଷ ୩ ଲକ୍ଷ ୬୯ ହଜାର ୫୩୭ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି। ସେଥିମଧ୍ୟରୁ ୯୯ହଜାର ୧୮ଜଣ ବିଜ୍ଞାନ ପରୀକ୍ଷା ଦେଇଛନ୍ତି। ଗତବର୍ଷ ତୁଳନାରେ ଏଥର ୧୫ ଦିନ ବିଳମ୍ବରେ ଫଳ ପ୍ରକାଶ […]

exam_result

Jyoshna Pradhan
  • Published: Monday, 03 June 2019
  • , Updated: 03 June 2019, 08:08 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ। ମଧ୍ୟାହ୍ଣ ୧୨ଟାରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନର ଗୀତଗୋବିନ୍ଦ ଅଡିଟୋରିୟମରେ ପରୀକ୍ଷା ଫଳ ପ୍ରକାଶ ପାଇବ।

ଛାତ୍ରଛାତ୍ରୀମାନେ www.chseodisha.nic.in ଓ http://orissaresults.nic.in ୱେବସାଇଟ୍ ଜରିଆରେ ମଧ୍ୟ ରେଜଲ୍ଟ ଜାଣିପାରିବେ।

ଚଳିତ ବର୍ଷ ୩ ଲକ୍ଷ ୬୯ ହଜାର ୫୩୭ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି। ସେଥିମଧ୍ୟରୁ ୯୯ହଜାର ୧୮ଜଣ ବିଜ୍ଞାନ ପରୀକ୍ଷା ଦେଇଛନ୍ତି। ଗତବର୍ଷ ତୁଳନାରେ ଏଥର ୧୫ ଦିନ ବିଳମ୍ବରେ ଫଳ ପ୍ରକାଶ ପାଉଛି। ସାଧାରଣ ନିର୍ବାଚନ, ଫୋନି ଓ ମୂଲ୍ୟାୟନକାରୀ ଅଭାବ, ରେଜଲ୍ଟ ବିଳମ୍ବର କାରଣ ବୋଲି ପରିଷଦ କହିଛି। ଗତବର୍ଷ ୭୬.୯୮ ପ୍ରତିଶତ ଛାତ୍ରଛାତ୍ରୀ ବିଜ୍ଞାନରେ ପାସ୍‌ ହୋଇଥିଲେ।

Related story