‘କର୍ଣ୍ଣାଟକା ପାଇଁ ଖୋଲୁଛ, ଆମ ପାଇଁ କାହିଁକି ବନ୍ଦ କରୁଛ PMAY ପୋର୍ଟାଲ‘

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ଆବାସ ପ୍ରସଙ୍ଗ ଉଠାଇଲା ବିଜେଡି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପୋର୍ଟାଲ ଖୋଲୁନଥିବାରୁ ରାଜ୍ୟର ୬ ଲକ୍ଷ ହିତାଧିକାରୀ ଏହି ଯୋଜନାର ଲାଭ ପାଉନଥିବା ଦଳର ସାଂସଦ ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଓ ସୁଜିତ କୁମାର ଅଭିଯୋଗ କରିଛନ୍ତି । ଗତ ୩ ବର୍ଷରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଚିଠି ଲେଖଥିଲେ ବି ପୋର୍ଟାଲ ଖୋଲାଯାଉନଥିବା କହିଛନ୍ତି ସସ୍ମିତ । ଫଳରେ ଯୋଜନାରୁ ଲାଭ ପାଇବାକୁ ଥିବା ପଶ୍ଚିମ, […]

sasmit-patra

Niharika Rout
  • Published: Thursday, 03 February 2022
  • , Updated: 03 February 2022, 02:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ଆବାସ ପ୍ରସଙ୍ଗ ଉଠାଇଲା ବିଜେଡି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପୋର୍ଟାଲ ଖୋଲୁନଥିବାରୁ ରାଜ୍ୟର ୬ ଲକ୍ଷ ହିତାଧିକାରୀ ଏହି ଯୋଜନାର ଲାଭ ପାଉନଥିବା ଦଳର ସାଂସଦ ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଓ ସୁଜିତ କୁମାର ଅଭିଯୋଗ କରିଛନ୍ତି ।

ଗତ ୩ ବର୍ଷରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଚିଠି ଲେଖଥିଲେ ବି ପୋର୍ଟାଲ ଖୋଲାଯାଉନଥିବା କହିଛନ୍ତି ସସ୍ମିତ । ଫଳରେ ଯୋଜନାରୁ ଲାଭ ପାଇବାକୁ ଥିବା ପଶ୍ଚିମ, ଦକ୍ଷିଣ ଓ କେବିକେ ଜିଲ୍ଲାର ଆଦିବାସୀ ବଞ୍ଚିତ ହେଉଥିବା କହିଛି ବିଜେଡି  ।

ତେବେ ଗତ ଜାନୁଆରୀ ୧୩ରେ କର୍ଣ୍ଣାଟକା ପାଇଁ ଆବାସ ପୋର୍ଟାଲ ଖୋଲି ୨୫ ଲକ୍ଷ ହିତାଧିକାରୀଙ୍କ ପାଇଁ ଘର ଯୋଡ଼ାଯାଇଥିବା ବିଜେଡି ଉଦାହରଣ ଦେଇଛି । ତେଣୁ ଓଡ଼ିଶା ପାଇଁ ମଧ୍ୟ ଆବାସ ପୋର୍ଟାଲ ଖୋଲି ଆଦିବାସୀ ହିତାଧିକାରୀଙ୍କ ଲାଭ ପାଇଁ ୬ ଲକ୍ଷ ଘର ଯୋଡ଼ିବାକୁ ଦଳ ରାଜ୍ୟସଭାରେ ଦାବି କରିଛି ।

ଅନ୍ୟପଟେ ବିଜେପି କହିଛି ଆବାସ ଯୋଜନା ବଣ୍ଟନରେ ରାଜ୍ୟରେ ହଜାରେ କୋଟିର ଦୁର୍ନୀତି ହୋଇଛି  । କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ପାହ୍ୟାର ଅଫିସରମାନେ ଓଡ଼ିଶାର ବିଭିନ୍ନ ପଞ୍ଚାୟତରେ ଅଡିଟ୍ କରିଥିଲେ । ଯେଉଁଥିରେ ହଜାରେ କୋଟିର ଆବାସ ଦୁର୍ନୀତି ଧରାପଡ଼ିଥିଲା ବୋଲି ବିଜେପି କହିଛି । ଏନେଇ ୨୦୨୦ ଏପ୍ରିଲରୁ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ଦେଇସାରିଛନ୍ତି କେନ୍ଦ୍ରୀୟ ଟିମ୍  । ହେଲେ ଏଯାଏଁ ରାଜ୍ୟ ସରକାର କାହିଁକି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ପ୍ରଶ୍ନ କରିଛି ବିଜେପି । ସରକାର ଦୁର୍ନୀତିଗ୍ରସ୍ତଙ୍କୁ ଘଣ୍ଟ ଘୋଡ଼ାଉଥିବା କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

ଏନେଇ ସେ କହିଛନ୍ତି, ଗରୀବ ଲୋକଙ୍କ ଅଧିକାର ଛଡ଼ାଯାଇ ଭ୍ରଷ୍ଟାଚାର ଉପାୟରେ ଥିଲାବାଲାଙ୍କୁ ବଣ୍ଟନ କରାଗଲା। ନ ଥିଲା ବାଲା ହତାଶ ହେଲେ । ହଜାରେ କୋଟିର ଦୁର୍ନୀତି ବିଷୟରେ କେନ୍ଦ୍ରୀୟ ଟିମ୍‌  କହିଲା।  ହେଲେ ଏବେ କାହିଁକି ନୀରବ ରହୁଛନ୍ତି। ଭ୍ରଷ୍ଟାଚାରୀ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସରକାର ଘଣ୍ଟ ଘୋଡ଼ାଇ ରଖିଛନ୍ତି।

Related story