ରାଜଭବନରେ ପହଞ୍ଚିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଭବନରେ ପହଞ୍ଚିଲା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ । ରାଜ୍ୟରେ ଆବାସ ଯୋଜନାକୁ ନିଜ କବ୍‌ଜାକୁ ନେଇଯାଇଛନ୍ତି ସରକାର । କେନ୍ଦ୍ର ସରକାରଙ୍କ ଏହି ଫ୍ଲାଗ୍ ସିପ୍ ସ୍କିମକୁ ହଡ଼ପ କରିବାକୁ ଉଦ୍ୟମ ହେଉଛି । ସେହିପରି ଦଳୀୟ ଭିତ୍ତିରେ ଶାସକ ଦଳର ନେତା-ମନ୍ତ୍ରୀ, ଘର ଦେଉଥିବା ଅଭିଯୋଗ ନେଇ ଆଜି ରାଜଭବନ ଯାଇଥିଲା ବିଜେପି ଟିମ୍ । ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ଦେବା ସହ ଆବାସ ଯୋଜନା କାର୍ଯ୍ୟକାରିତାରେ ଓଡିଶା, […]

7nm

7nm

Tapas Behera
  • Published: Thursday, 14 January 2021
  • Updated: 14 January 2021, 08:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଭବନରେ ପହଞ୍ଚିଲା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ । ରାଜ୍ୟରେ ଆବାସ ଯୋଜନାକୁ ନିଜ କବ୍‌ଜାକୁ ନେଇଯାଇଛନ୍ତି ସରକାର । କେନ୍ଦ୍ର ସରକାରଙ୍କ ଏହି ଫ୍ଲାଗ୍ ସିପ୍ ସ୍କିମକୁ ହଡ଼ପ କରିବାକୁ ଉଦ୍ୟମ ହେଉଛି । ସେହିପରି ଦଳୀୟ ଭିତ୍ତିରେ ଶାସକ ଦଳର ନେତା-ମନ୍ତ୍ରୀ, ଘର ଦେଉଥିବା ଅଭିଯୋଗ ନେଇ ଆଜି ରାଜଭବନ ଯାଇଥିଲା ବିଜେପି ଟିମ୍ । ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ଦେବା ସହ ଆବାସ ଯୋଜନା କାର୍ଯ୍ୟକାରିତାରେ ଓଡିଶା, ସାରା ଦେଶରେ ପଛରେ ରହିଥିବା କଥା ଅବଗତ କରାଇଥିଲେ । ଏହାସହ ଆବାସ ଯୋଜନାରେ ଘର କରାଇବା ଲାଗି ଅର୍ଥ ମଧ୍ୟ ମଗାଯାଉଛି ।

ଆଉ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କଲେ ହତ୍ୟା କରାଯାଉଥିବା ଭଳି ଜଘନ୍ୟ ଘଟଣା ଘଟୁଛି । ଯାହାର ସଦ୍ୟ ଉଦାହରଣ ମାହାଙ୍ଗା ବୋଲି ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛି ବିଜେପି । ସେପଟେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ କହିଛନ୍ତି ଯେ କେଉଁ ନେତା ମନ୍ତ୍ରୀ ବାଣ୍ଟୁଛନ୍ତି ତାହା ବିଜେପି କହିଲେ ସତ୍ୟାସତ୍ୟ ପରଖାଯିବ। ୨୦୨୨ ସୁଦ୍ଧା ସମସ୍ତେ ପକ୍କା ଘରେ ରହିବେ ଏ ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ କେନ୍ଦ୍ର ସରକାର ମିଶନ ମୋଡରେ ନେଇଛନ୍ତି । ତେବେ ଓଡିଶାରେ ବିଭିନ୍ନ ସ୍ଥାନରୁ ଏହି ଯୋଜନାକୁ ନେଇ ଆସୁଥିବା କେଳେଙ୍କାରୀର ଅଭିଯୋଗ ଭିତରେ ଏ ଲକ୍ଷ୍ୟ ପୂରଣ ହୋଇପାରିବ କି ନାହିଁ, ତାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos