ଯୋଗ୍ୟଙ୍କୁ ମିଳୁନି, ଅଯୋଗ୍ୟ ଲୁଟିଛନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଯୋଗ୍ୟଙ୍କୁ ମିଳୁନି, ଅଯୋଗ୍ୟ ଲୁଟିଛନ୍ତି ଫାଇଦା।  ଆବାସ ଯୋଜନାରେ ହୋଇଛି ହଜାରେ କୋଟିର ଦୁର୍ନୀତି ।  ଏଭଳି ଅଭିଯୋଗ ଆଣି ଆଜି ବିଧାନସଭାରେ ପୁଣି ସରକାରଙ୍କୁ ଘେରି  ବିରୋଧୀ ଆଜି ବିଧାନସଭାରେ ହଙ୍ଗାମା କରିଥିବା ବେଳେ ଏହି କାରଣ ପାଇଁ ପୁଣି ଅଚଳ ହୋଇଛି ଗୃହ। କେନ୍ଦୁଝର ସାହାରାପଡ଼ା ବ୍ଲକ୍ ମଉଦୀପା ଗାଁର ବସନ୍ତ ମୁଣ୍ଡା ପତ୍ନୀ ଓ ପିଲାଙ୍କୁ ନେଇ ୫ ପ୍ରାଣୀ କୁଟୁମ୍ବ । ହେଲେ ମୁଣ୍ଡ ଉପରେ ଛାତ ଖଣ୍ଡେ […]

pm-awas

Tapas Behera
  • Published: Saturday, 04 September 2021
  • , Updated: 04 September 2021, 09:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଯୋଗ୍ୟଙ୍କୁ ମିଳୁନି, ଅଯୋଗ୍ୟ ଲୁଟିଛନ୍ତି ଫାଇଦା।  ଆବାସ ଯୋଜନାରେ ହୋଇଛି ହଜାରେ କୋଟିର ଦୁର୍ନୀତି ।  ଏଭଳି ଅଭିଯୋଗ ଆଣି ଆଜି ବିଧାନସଭାରେ ପୁଣି ସରକାରଙ୍କୁ ଘେରି  ବିରୋଧୀ ଆଜି ବିଧାନସଭାରେ ହଙ୍ଗାମା କରିଥିବା ବେଳେ ଏହି କାରଣ ପାଇଁ ପୁଣି ଅଚଳ ହୋଇଛି ଗୃହ।

କେନ୍ଦୁଝର ସାହାରାପଡ଼ା ବ୍ଲକ୍ ମଉଦୀପା ଗାଁର ବସନ୍ତ ମୁଣ୍ଡା ପତ୍ନୀ ଓ ପିଲାଙ୍କୁ ନେଇ ୫ ପ୍ରାଣୀ କୁଟୁମ୍ବ । ହେଲେ ମୁଣ୍ଡ ଉପରେ ଛାତ ଖଣ୍ଡେ ନାହିଁ ଘର କହିଲେ,  କେବଳ ପଲିଥିନ୍ ତାରି ଭିତରେ ସୁଆ-ବସା, ରୋଷେଇ-ବାସ ସବୁକିଛି । ଦିନକୁ ଦୁଇ ଓଳି ଖାଇବା ଲାଗି ସଂଘର୍ଷ କରୁଥିବା ବସନ୍ତ ବି ଆଜି ଯାଏଁ ଆବାସ ଯୋଜନାରୁ ବଞ୍ଚିତ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୋଟି କୋଟି ଖର୍ଚ୍ଚ ହେଉଥିବା ବେଳେ ଯଦି ଗ୍ରାଉଣ୍ଡରେ ସ୍ଥିତି ଏଇୟା, ତାହାଲେ ଘର ଯାଉଛି କୁଆଡ଼େ? ଆଜି ଏ ପ୍ରସଙ୍ଗ ନେଇ  ବିଧାନସଭାରେ ଝଡ ସୃଷ୍ଟି କରିଛନ୍ତି ବିରୋଧୀ । ଶୂନ୍ୟକାଳରେ ଆବାସ ଦୁର୍ନୀତି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ନିଶାନା କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।  ବାଚସ୍ପତି କହିବାକୁ ସୁଯୋଗ ନଦେବାରୁ ଗୃହ ଭିତରେ ହଙ୍ଗାମା କରିଥିଲେ ସବୁ ବିଜପି ବିଧାୟକ । ଏ ଯୋଜନାରେ ହଜାରେ କୋଟିର ଦୁର୍ନୀତି ହୋଇଥିବା ଏବଂ ପଶ୍ଚିମ ଓଡ଼ିଶାକୁ ଗୋଟିଏ ବି  ଘର ମିଳିନଥିବା ଅଭିଯୋଗ ଆଣି ଗୃହ ଛାଡ଼ି ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ ଦଳୀୟ ବିଧାୟକ । ଆଉ ସେପଟେ ସମାନ ଅଭିଯୋଗ ଆଣି ସରକାରଙ୍କ ଉପରେ ବର୍ଷିଥିଲା ବିରୋଧୀ  କଂଗ୍ରେସ । ତେଣେ ଆବାସ ଯୋଜନାରେ ଟଙ୍କାକର ଦୁର୍ନୀତି ହୋଇନଥିବା ଏବଂ କେନ୍ଦ୍ର ପୋର୍ଟାଲ ବନ୍ଦକରିଥିବାରୁ ବିଜେପି ବିଜେଡି ଉପରେ ଦୋଷ ଲଦୁଥିବା କହିଥଲେ ସରକାରୀ ଦଳର  ନେତା।

Related story