କାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ଆକାଶ ମାର୍ଗରୁ ବାତ୍ୟା ଅଞ୍ଚଳ ଦେଖିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ କ୍ଷୟକ୍ଷତିର ଆକଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗରେ ‘ଅମ୍ଫାନ’ ଯୋଗୁ ହୋଇଥିବା କ୍ଷୟକ୍ଷତିକୁ ଆକାଶମାର୍ଗରୁ ଅନୁଧ୍ୟାନ କରିବେ। ଆଜି ଭୁବନେଶ୍ୱରସ୍ଥିତ ପିଆଇବି କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି ଆକାଶ ମାର୍ଗରୁ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ବାତ୍ୟା ‘ଅମ୍ଫାନ’ କ୍ଷୟକ୍ଷତିର ଆକଳନ କରିବେ। ଏହାପରେ ସେ ସମୀକ୍ଷା […]

pm-modi-mask

Manoranjan Sial
  • Published: Thursday, 21 May 2020
  • , Updated: 22 May 2020, 06:54 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ କ୍ଷୟକ୍ଷତିର ଆକଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗରେ ‘ଅମ୍ଫାନ’ ଯୋଗୁ ହୋଇଥିବା କ୍ଷୟକ୍ଷତିକୁ ଆକାଶମାର୍ଗରୁ ଅନୁଧ୍ୟାନ କରିବେ।
ଆଜି ଭୁବନେଶ୍ୱରସ୍ଥିତ ପିଆଇବି କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି ଆକାଶ ମାର୍ଗରୁ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ବାତ୍ୟା ‘ଅମ୍ଫାନ’ କ୍ଷୟକ୍ଷତିର ଆକଳନ କରିବେ। ଏହାପରେ ସେ ସମୀକ୍ଷା ବୈଠକ କରି ରିଲିଫ ଓ ଥଇଥାନ କାର୍ଯ୍ୟ ପ୍ରସଙ୍ଗରେ ଆଲୋଚନା କରିବେ। ପିଆଇବିର ଏହି ସୂଚନା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ଲାଗି ‘ହଁ-ନା’ରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟାରେ ଗୃହ ବିଭାଗର ପ୍ରମୁଖ ସଚିବ ସଞ୍ଜିବ ଚୋପ୍ରା, ପୁଲିସ୍ ଡିଜି ଅଭୟ, ଗୁଇନ୍ଦା ଡିଜି ସତ୍ୟଜିତ୍ ମହାନ୍ତି ଓ ବରିଷ୍ଠ ପୁଲିସ୍ ଅଧିକାରୀମାନେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ପୂର୍ବାହ୍ନରେ ଭୁବନେଶ୍ୱର ବିମାନ ବନ୍ଦର ଯାଇ ଗୁଇନ୍ଦା ଡିଜି ସତ୍ୟଜିତ୍ ମହାନ୍ତି, ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଓ ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ।

ଅବଶ୍ୟ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି ଓଡ଼ିଶାରେ କେଉଁଠି ସମୀକ୍ଷା ବୈଠକ କରିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Related story