ଶନିବାର ଓଡ଼ିଶା ଆସୁଛନ୍ତି ମୋଦି, ଯୋଗୀ ଓ ରାଜୁ ଶ୍ରୀବାସ୍ତବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଜେପି ସପକ୍ଷରେ ନିର୍ବାଚନ ପ୍ରଚାର ପାଇଁ ଦଳର ବରିଷ୍ଠ ତଥା ହେଭିୱେଟ୍ ନେତାମାନେ ଏବେ ଓଡ଼ିଶାମୁହାଁ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବଲିଉଡ୍ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଆସନ୍ତାକାଲି ଓଡ଼ିଶା ଆସିବେ। ୭ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ମଧ୍ୟ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି ସୁନ୍ଦରଗଡ଼ ଜିଲ୍ଲାର କିରେଇ ଛତାବର ପଡ଼ିଆ ଏବଂ ସୋନପୁର ଜିଲ୍ଲାର ରାମେଶ୍ୱର […]

pm-modi-yogi-adityanath-and-raju-srivastav-to-visit-odisha-on-Saturday

Manoranjan Sial
  • Published: Friday, 05 April 2019
  • , Updated: 05 April 2019, 08:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଜେପି ସପକ୍ଷରେ ନିର୍ବାଚନ ପ୍ରଚାର ପାଇଁ ଦଳର ବରିଷ୍ଠ ତଥା ହେଭିୱେଟ୍ ନେତାମାନେ ଏବେ ଓଡ଼ିଶାମୁହାଁ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବଲିଉଡ୍ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଆସନ୍ତାକାଲି ଓଡ଼ିଶା ଆସିବେ। ୭ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ମଧ୍ୟ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି।

ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି ସୁନ୍ଦରଗଡ଼ ଜିଲ୍ଲାର କିରେଇ ଛତାବର ପଡ଼ିଆ ଏବଂ ସୋନପୁର ଜିଲ୍ଲାର ରାମେଶ୍ୱର ଷ୍ଟାଡିୟମରେ ଦଳର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତାକାଲି ଫୁଲବାଣୀ ଓ ବ୍ରହ୍ମପୁରଠାରେ ଦଳର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ।

ବଲିଉଡ୍ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ମଧ୍ୟ ଆସନ୍ତାକାଲି କଳାହାଣ୍ଡିର ଲାଞ୍ଜିଗଡ଼ ଏବଂ କୋରାପୁଟର ବୈପାରିଗୁଡ଼ାଠାରେ ଦଳର ବିଜୟ ସଂକଳ୍ପ ସମାବେଶରେ ସାମିଲ ହେବେ ବୋଲି ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

Related story