ଝାରସୁଗୁଡ଼ାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନୀ ପ୍ରଚାରରେ ଆସିଥିବା ମୋଦି ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଛନ୍ତି। ସ୍ୱତନ୍ତ୍ର ବିମାନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ତେବେ ଆଜିର କାର୍ଯ୍ୟକ୍ରମରେ ସେ ପ୍ରଥମେ  ସମ୍ବଲପୁରରେ ଏକ ସାଧାରଣ ସଭାରେ ଯୋଗ ଦେବେ । ପରେ  ରାଜଧାନୀ ଭୁବନେଶ୍ୱରରେ ଏକ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ସେ ବିମାନବନ୍ଦରରୁ ବରମୁଣ୍ଡା ପଡ଼ିଆ ପର୍ଯ୍ୟନ୍ତ ରୋଡ୍‌ ଶୋ’ କରିବେ। ଏହି ରୋଡ୍‌ ଶୋ’ ଏୟାରପୋର୍ଟ ଛକରୁ ବାହାରି ଗଙ୍ଗ ନଗର, […]

modi

Tapas Behera
  • Published: Tuesday, 16 April 2019
  • , Updated: 16 April 2019, 10:46 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନୀ ପ୍ରଚାରରେ ଆସିଥିବା ମୋଦି ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଛନ୍ତି। ସ୍ୱତନ୍ତ୍ର ବିମାନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ତେବେ ଆଜିର କାର୍ଯ୍ୟକ୍ରମରେ ସେ ପ୍ରଥମେ  ସମ୍ବଲପୁରରେ ଏକ ସାଧାରଣ ସଭାରେ ଯୋଗ ଦେବେ । ପରେ  ରାଜଧାନୀ ଭୁବନେଶ୍ୱରରେ ଏକ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ସେ ବିମାନବନ୍ଦରରୁ ବରମୁଣ୍ଡା ପଡ଼ିଆ ପର୍ଯ୍ୟନ୍ତ ରୋଡ୍‌ ଶୋ’ କରିବେ।

ଏହି ରୋଡ୍‌ ଶୋ’ ଏୟାରପୋର୍ଟ ଛକରୁ ବାହାରି ଗଙ୍ଗ ନଗର, ଓୟୁଏଟି ଓ ଶିରିପୁର ଛକ ଦେଇ ସିଟି ଓମେନ୍ସ କଲେଜ ପାଖରୁ ଲେଫ୍ଟ ଟର୍ଣ୍ଣ ନେଇ ବରମୁଣ୍ଡା ଶିବ ମନ୍ଦିର ଦେଇ ବରମୁଣ୍ଡା ପଡ଼ିଆରେ ପହଞ୍ଚିବ। ଏହାପରେ ବରମୁଣ୍ଡା ପଡ଼ିଆରେ ଏକ ବିରାଟ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ପ୍ରାୟ ୪ଟା ବେଳେ ଏହି ସଭା ହେବ।

ତେବେ ସମ୍ବଲପୁରରେ ରେମେଡ୍ ଛକ ପଡ଼ିଆରେ ସଭାରେ ସେ ଉଦ୍‌ବୋଧନ ଦେବେ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ କୋରାପୁଟର ଜୟପୁର, କଳାହାଣ୍ଡିର ଭବାନୀପାଟଣା, ସୁନ୍ଦରଗଡ଼ ଓ ସୋନପୁରରେ ନିର୍ବାଚନୀ ସଭା କରି ସାରିଛନ୍ତି। ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପାରଳାଖେମୁଣ୍ଡି,କେନ୍ଦୁଝର, ବରଗଡ଼ ଆଦି ସ୍ଥାନରେ ନିର୍ବାଚନୀ ସଭା କରିଥିବା ବେଳେ ପୁରୀରେ ଏକ ରୋଡ୍ ଶୋ’ କରିଥିଲେ।

Related story