ବଲାଙ୍ଗିର ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଜାନୁଆରୀ ୧୬ ତାରିଖରେ ବଲାଙ୍ଗିର ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରେ ସେ ଏକ ସ୍ୱାଭିମାନ ସମାବେଶରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ନେଇ ବିଜେପିର ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ତେବେ ବଲାଙ୍ଗିରକୁ ଆସିବା ପୂର୍ବରୁ ମୋଦି ଆଉ ଥରେ ଓଡ଼ିଶା ଗସ୍ତରେ ଆସିବେ। ଆସନ୍ତା ଜାନୁଆରୀ ୫ ତାରିଖରେ ସେ ବାରିପଦାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଡିସେମ୍ବର ୨୪ ତାରିଖ ମଧ୍ୟ […]

modi

Jitendra Garnayak
  • Published: Friday, 28 December 2018
  • , Updated: 28 December 2018, 11:34 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଜାନୁଆରୀ ୧୬ ତାରିଖରେ ବଲାଙ୍ଗିର ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରେ ସେ ଏକ ସ୍ୱାଭିମାନ ସମାବେଶରେ ଯୋଗ ଦେବେ।

ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ନେଇ ବିଜେପିର ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ତେବେ ବଲାଙ୍ଗିରକୁ ଆସିବା ପୂର୍ବରୁ ମୋଦି ଆଉ ଥରେ ଓଡ଼ିଶା ଗସ୍ତରେ ଆସିବେ। ଆସନ୍ତା ଜାନୁଆରୀ ୫ ତାରିଖରେ ସେ ବାରିପଦାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ।

ଡିସେମ୍ବର ୨୪ ତାରିଖ ମଧ୍ୟ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଥିଲେ। ଏହି ଗସ୍ତ ବେଳେ ସେ ଏକାଧିକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ।

Related story