ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀ ତିନି ମାସ ପର୍ଯ୍ୟନ୍ତ ମାଗଣାରେ କରିପାରିବେ ଗ୍ୟାସ୍‌ ରିଫିଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନା’ ପାଇଁ ଦେଶବ୍ୟାପୀ ଜାରି ହୋଇଥିବା ଲକ୍‌ଡାଉନ୍‌ ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣାରେ ଗ୍ୟାସ ସିଲିଣ୍ଡର ରିଫିଲ ଯୋଗାଇ ଦିଆଯାଉଛି। ଏହି ଯୋଜନାରେ ହିତାଧିକାରୀମାନେ ତିନି ମାସ ପର୍ଯ୍ୟନ୍ତ ମାଗଣାରେ ତିନୋଟି ଗ୍ୟାସ ସିଲିଣ୍ଡର ରିଫିଲ ପାଇପାରିବେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କ ନିକଟରେ ଏହି ସୁବିଧା ପହଞ୍ଚାଇବା ସୁନିଶ୍ଚିତ କରିବା ଲାଗି ତୈଳ ବିପଣନ କମ୍ପାନୀ ଓ ମନ୍ତ୍ରଣାଳୟର […]

gajapati

gajapati

Manoranjan Sial
  • Published: Tuesday, 21 April 2020
  • Updated: 21 April 2020, 09:38 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନା’ ପାଇଁ ଦେଶବ୍ୟାପୀ ଜାରି ହୋଇଥିବା ଲକ୍‌ଡାଉନ୍‌ ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣାରେ ଗ୍ୟାସ ସିଲିଣ୍ଡର ରିଫିଲ ଯୋଗାଇ ଦିଆଯାଉଛି। ଏହି ଯୋଜନାରେ ହିତାଧିକାରୀମାନେ ତିନି ମାସ ପର୍ଯ୍ୟନ୍ତ ମାଗଣାରେ ତିନୋଟି ଗ୍ୟାସ ସିଲିଣ୍ଡର ରିଫିଲ ପାଇପାରିବେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କ ନିକଟରେ ଏହି ସୁବିଧା ପହଞ୍ଚାଇବା ସୁନିଶ୍ଚିତ କରିବା ଲାଗି ତୈଳ ବିପଣନ କମ୍ପାନୀ ଓ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଶାର ମୋଟ ୪୭,୪୭,୩୭୦ ଜଣ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ତିନି ମାସ ଲାଗି ମାଗଣାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୋଟ ୧୧୦୨.୮୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରତ୍ୟେକ ହିତାଧିକାରୀଙ୍କୁ ଗୋଟିଏ ସିଲିଣ୍ଡର ବୁକିଂ ପାଇଁ ବ୍ୟାଙ୍କ ଆକାଉଣ୍ଟରେ ୭୭୪ ଟଙ୍କା ୫୦ ପଇସା ପ୍ରଦାନ କରାଯାଉଛି। ଏହିପରି ଭାବେ ସେମାନେ ତିନି ମାସ ଲାଗି ମୋଟ୍‌ ୨୩୨୩ ଟଙ୍କା ଗ୍ୟାସ ସିଲିଣ୍ଡର ରିଫିଲ କରିପାରିବେ।

ପ୍ରଥମ ମାସ ପାଇଁ ବହୁସଂଖ୍ୟକ ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କ ଘରେ ମାଗଣା ଗ୍ୟାସ ପହଁଚି ସାରିଲାଣି। ଲକ୍‌ଡାଉନ୍‌ କାରଣରୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ହିତାଧିକାରୀଙ୍କ ପାଇଁ ମାଗଣାରେ ରୋଷେଇ ଗ୍ୟାସ ମିଳୁଥିବାରୁ ସେମାନେ ସନ୍ତୋଷ ପ୍ରକାଶ କରିଛନ୍ତି। ଗଜପତି ଜିଲ୍ଲାର ବହୁସଂଖ୍ୟକ ହିତାଧିକାରୀ ଏହାଦ୍ୱାରା ଉପକୃତ ହୋଇଛନ୍ତି। ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଜୀବା ପଞ୍ଚାୟତର ଅନୁକୁଣ୍ଡା ଗାଁର ଦୁଇ ମହିଳା ହିତାଧିକାରୀ ସୁଲୋଚନା କାଉଁରୀ ଓ ମଞ୍ଜୁ ଶବର ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ସିଲିଣ୍ଡର ଗ୍ରହଣ କରିଛନ୍ତି। ଏଥିରେ ସେମାନେ ବେଶ ଖୁସି ବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେହିପରି ଜିଲ୍ଲାର ଗୋସାଣି ବ୍ଲକ ଅନ୍ତର୍ଗତ ଉପ୍ପଲଡ଼ା ଗାଁ ଦୁଇ ଜଣ ମହିଳା ହିତାଧିକାରୀ କେ. ଉନୀଷା ଓ ବି. ସାରଦା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଏପ୍ରିଲ ମାସ ପାଇଁ ଗ୍ୟାସ ରିଫିଲ ବୁକିଂ କରି ମାଗଣାରେ ପାଇପାରିଛନ୍ତି। ଏଥିଯୋଗୁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି।

କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅଧୀନ ତିନୋଟି ତୈଳ ବିପଣନ କମ୍ପାନୀ ଇଣ୍ଡିଆନ, ଏଚ୍‌ପିସିଏଲ୍‌, ଭାରତ ଗ୍ୟାସ ପକ୍ଷରୁ ବିତରକମାନଙ୍କ ଜରିଆରେ ମାଗଣାରେ ଗ୍ୟାସ ସିଲିଣ୍ଡର ରିଫିଲ ଯୋଗାଇ ଦିଆଯାଉଛି। ଉପଭୋକ୍ତାମାନେ ଗ୍ୟାସ ସିଲିଣ୍ଡର ପାଇଁ ବୁକିଂ କରିବା ପରେ ସେମାନଙ୍କ ବ୍ୟାଙ୍କ ଖାତାକୁ ସମ୍ପୂର୍ଣ୍ଣ ଗ୍ୟାସ ସିଲିଣ୍ଡର ରିଫିଲ ବାବଦ ଅର୍ଥ ସିଧାସଳଖ ଚାଲିଆସୁଛି।

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ମାଗଣା ଗ୍ୟାସ ସିଲିଣ୍ଡର ରିଫିଲ କରାଯିବାକୁ ଘୋଷଣା କରାଯିବା ପରଠାରୁ ଏପ୍ରିଲ ୧୪ ତାରିଖ ସୁଦ୍ଧା ତୈଳ ବିପଣନ କମ୍ପାନୀଗୁଡ଼ିକ ୭.୨୩ କୋଟି ଉପଭୋକ୍ତାମାନଙ୍କ ଆକାଉଣ୍ଟକୁ ପାଖାପାଖି ୫୬୬୩ କୋଟି ଟଙ୍କା ହସ୍ତାନ୍ତର କରିସାରିଲେଣି। ସେହିପରି ୧.୩୨ କୋଟି ମାଗଣା ଏଲପିଜି ରିଫିଲ ଉପଭୋକ୍ତାମାନଙ୍କୁ ଯୋଗାଇ ଦିଆଯାଇସାରିଛି।

ଓଡ଼ିଶାରେ ତୈଳ ବିପଣନ କମ୍ପାନୀଗୁଡ଼ିକ ପ୍ରଥମ ରିଫିଲ ବୁକିଂ ବାବଦକୁ ଉପଭୋକ୍ତାଙ୍କ ଆକାଉଣ୍ଟକୁ ୩୪୧ କୋଟି ଟଙ୍କା ଅଗ୍ରୀମ ହସ୍ତାନ୍ତର କରିସାରିଲେଣି। ୧୪ ଏପ୍ରିଲ ସୁଦ୍ଧା ଓଡ଼ିଶାରେ ଥିବା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କୁ ୫.୮୮ ଲକ୍ଷ ଏଲପିଜି ରିଫିଲ ଯୋଗାଇ ଦିଆଯାଇସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story