ଓଟିଭି ଏଚଆର ମୁଖ୍ୟଙ୍କୁ ୭ଘଣ୍ଟାରୁ ଅଧିକ ସମୟ ଧରି ଜେରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ OTV HR ମୁଖ୍ୟଙ୍କୁ ମହିଳା ଥାନାରେ ଦୀର୍ଘ ୭ଘଣ୍ଟାରୁ ଅଧିକ ସମୟ ଧରି ଚାଲିଛି ପଚରା ଉଚରା । ଓଟିଭି HR ମୁଖ୍ୟ ଆଜି ଦ୍ୱିତୀୟ ଥର ପାଇଁ ପୋଲିସ ନିକଟରେ ହାଜର ହୋଇଛନ୍ତି  । ଦିନ ସାଢେ ୧୧ଟାରୁ ଥାନାରେ ହାଜର ହୋଇଥିଲେ ବି ଏଯାଏଁ ଜେରା ସରିନି  ।  ପୂର୍ବରୁ ସେ ଗତ ୧୮ ତାରିଖରେ ବି ମହିଳା ଥାନାରେ ହାଜର ହୋଇଥିଲେ  ।

ପ୍ରଥମ ଥର ହାଜିରାରେ ତାଙ୍କୁ ପ୍ରାୟ ୪ ଘଣ୍ଟା  ପଚରାଉଚରା ହୋଇଥିଲା  ।  ତେବେ ସେ ଏହି ଘଟଣାରେ ନା ଅଭିଯୁକ୍ତ ନା ସାକ୍ଷୀ ଅଟନ୍ତି ତାସତ୍ତ୍ୱେ ତାଙ୍କୁ ଦୀର୍ଘ ସମୟ ଧରି ଜେରା କରାଯିବାକୁ ନେଇ ପ୍ରଶ୍ନ ଉଠିଛି  ।  ଏହା ପୁର୍ବରୁ ଓଟିଭିର ୨ ବରିଷ୍ଠ ସାମ୍ବାଦିକ ଓ HR ସହଯୋଗୀ ମଧ୍ୟ ମହିଳା ଥାନାରେ ହାଜର ହୋଇଥିଲେ । ପୁଲିସକୁ ତଦନ୍ତରେ ପୂର୍ଣ୍ଣ ସହଯୋଗ କରି ହାଜର ହେଉଛନ୍ତି ଓଟିଭି କର୍ମଚାରୀ । ହେଲେ ମାମଲାରେ ଅଭିଯୁକ୍ତ ଥିବା ପୁଲିସ କର୍ମଚାରୀଙ୍କୁ କିନ୍ତୁ ଏଯାଏଁ ଚିହ୍ନଟ କରାଯାଇନି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।