ଚନ୍ଦ୍ରବାବୁଙ୍କୁ ନବୀନଙ୍କ ଚିଠି: ପୋଲାଭରମ୍‌ କାମ ତୁରନ୍ତ ବନ୍ଦ କର

ଭୁବନେଶ୍ୱର: ପୋଲାଭରମ୍‌ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଚିଠି ଲେଖି କାମ ତୁରନ୍ତ ବନ୍ଦ କରିବାକୁ ଦାବି ଜଣାଇଛନ୍ତି। ଚିଠିରେ ନବୀନ ଜଣାଇଛନ୍ତି, ପ୍ରକଳ୍ପ ଦ୍ୱାରା ମାଲକାନଗିରି ଜିଲ୍ଲା ଉପରେ କି ପ୍ରଭାବ ପଡିବ ତା’ର ଆକଳନ ନକରି କାମ କରାଯାଉଛି। ଏହା ଗୋଦାବରୀ ଜଳ ବଣ୍ଟନ ଟ୍ରିବ୍ୟୁନାଲକୁ ଉଲ୍ଲଂଘନ କରୁଛି। ସେ ଆହୁରି ଲେଖିଛନ୍ତି, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ କାମ ବନ୍ଦ […]

Rakesh Mallick
  • Published: Tuesday, 10 October 2017
  • , Updated: 10 October 2017, 09:43 PM IST

ଭୁବନେଶ୍ୱର: ପୋଲାଭରମ୍‌ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଚିଠି ଲେଖି କାମ ତୁରନ୍ତ ବନ୍ଦ କରିବାକୁ ଦାବି ଜଣାଇଛନ୍ତି। ଚିଠିରେ ନବୀନ ଜଣାଇଛନ୍ତି, ପ୍ରକଳ୍ପ ଦ୍ୱାରା ମାଲକାନଗିରି ଜିଲ୍ଲା ଉପରେ କି ପ୍ରଭାବ ପଡିବ ତା’ର ଆକଳନ ନକରି କାମ କରାଯାଉଛି। ଏହା ଗୋଦାବରୀ ଜଳ ବଣ୍ଟନ ଟ୍ରିବ୍ୟୁନାଲକୁ ଉଲ୍ଲଂଘନ କରୁଛି।

ସେ ଆହୁରି ଲେଖିଛନ୍ତି, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ କାମ ବନ୍ଦ ନିର୍ଦ୍ଦେଶକୁ ବର୍ଷକ ଲାଗି ସ୍ଥଗିତ ରଖିବା ଲାଗି ସର୍ତ୍ତ ଭିତ୍ତିରେ ଅନୁମତି ଦେଇଥିଲା। ଓଡ଼ିଶା ଓ ଛତିଶଗଡ଼ ସହ ବିବାଦର ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ ଜଳଭଣ୍ଡାରକୁ ନିଜ ନିୟନ୍ତ୍ରଣକୁ ନେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲା। ସେହିପରି ଏହି ନିର୍ଦ୍ଦେଶ ୨୦୧୫ ଜୁନ୍ ୨୩ରୁ ୨୦୧୬ ଜୁନ୍ ୨୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ଥିଲା। ତେବେ ମନ୍ତ୍ରାଳୟଠାରୁ ପରବର୍ତ୍ତୀ ଅନୁମତି ନିଆଯାଇ ନଥିଲେ ବି ପ୍ରକଳ୍ପ କାମକୁ ଦ୍ରୁତ ଗତିରେ କରାଯାଉଥିବା ନବୀନ  ଦର୍ଶାଇଛନ୍ତି। ସେ ଦୃଷ୍ଟିରୁ ପ୍ରକଳ୍ପ କାମକୁ ତୁରନ୍ତ ବନ୍ଦ ରଖାଯାଉ ବୋଲି ନବୀନ, ନାଇଡୁଙ୍କ ନିକଟରେ ଦାବି କରିଛନ୍ତି।

Related story