ଓଡ଼ିଶାକୁ ଝଟକା: ପ୍ରକଳ୍ପ ନିର୍ମାଣର ସମସ୍ତ ଖର୍ଚ୍ଚ ବହନ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପୋଲାଭରମ୍ ପ୍ରକଳ୍ପକୁ ନେଇ ବିବାଦ ଚାଲିଥିବା ବେଳେ ଏହାର ନିର୍ମାଣରେ ହେବାକୁ ଥିବା ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ। ଏହି ପ୍ରକଳ୍ପର ବ୍ୟୟ ଅଟକଳ ରହିଛି ୧୬ ହଜାର ୧୦ କୋଟି ୪୫ ଲକ୍ଷ ଟଙ୍କା । ଆନ୍ଧ୍ରସରକାର ୫ ହଜାର ୧୩୫ କୋଟି ୮୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ବାକି ୧୦ ହଜାର ୮୭୪ କୋଟି ୫୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର। ଆନ୍ଧ୍ର ପୁନଃଗଠନ ଆଇନ-୨୦୧୪ […]

Polavaram_EPS

Rakesh Mallick
  • Published: Monday, 07 December 2015
  • , Updated: 07 December 2015, 05:05 PM IST

ନୂଆଦିଲ୍ଲୀ: ପୋଲାଭରମ୍ ପ୍ରକଳ୍ପକୁ ନେଇ ବିବାଦ ଚାଲିଥିବା ବେଳେ ଏହାର ନିର୍ମାଣରେ ହେବାକୁ ଥିବା ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ। ଏହି ପ୍ରକଳ୍ପର ବ୍ୟୟ ଅଟକଳ ରହିଛି ୧୬ ହଜାର ୧୦ କୋଟି ୪୫ ଲକ୍ଷ ଟଙ୍କା । ଆନ୍ଧ୍ରସରକାର ୫ ହଜାର ୧୩୫ କୋଟି ୮୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ବାକି ୧୦ ହଜାର ୮୭୪ କୋଟି ୫୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର।

ଆନ୍ଧ୍ର ପୁନଃଗଠନ ଆଇନ-୨୦୧୪ ଅନୁସାରେ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ରାଜ୍ୟସଭାରେ ଲିଖିତ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି କେନ୍ଦ୍ର ଜଳସମ୍ପଦ, ନଦୀ ବିକାଶ ଓ ଗଙ୍ଗ। ପୁନରୁଦ୍ଧାର ରାଷ୍ଟ୍ରମନ୍ତ୍ରୀ ସଲୱାର ଲାଲ୍ ଜାଟ୍। ଏହି ଅନୁସାରେ ୨୦୧୪ ଏପ୍ରିଲ ୧ ପରେ ପ୍ରକଳ୍ପ ନିର୍ମାଣ ପାଇଁ ହୋଇଥିବା ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ।

ପୋଲାଭରମ ପ୍ରକଳ୍ପକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ ଲାଗି ରହିଛି। ପୋଲାଭରମ ପ୍ରକଳ୍ପ ହେଲେ ସୀମାନ୍ତ ଓଡ଼ିଶାର ବିସ୍ତିର୍ଣ୍ଣ ଅଞ୍ଚଳ ଜଳମଗ୍ନ ହେବ। ଏପରି ସ୍ଥିତିରେ ଓଡ଼ିଶାରେ ପଲ୍ଲୀସଭା କି ଗ୍ରାମସଭା କରା ନ ଯାଇ ପ୍ରକଳ୍ପ କରାଯାଉଥିବା ଓଡ଼ିଶା ପକ୍ଷରୁ ଅଭିଯୋଗ ହୋଇ ଆସୁଛି। ପ୍ରଥମେ ପୋଲଭରମକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେବା ଓ ଏବେ ସମସ୍ତ ଖର୍ଚ୍ଚ ବହନ କରିବାକୁ କହି ଓଡ଼ିଶାର ଦାବିକୁ  କେନ୍ଦ୍ର ଅଣଦେଖା କରୁଥିବା ଅଭିଯୋଗ ହେଉଛି।

Related story