ପୋଲାଭରମ ବିବାଦ: ନରମିଲା ଓଡ଼ିଶା

Ordigital Desk
  • Published: Tuesday, 12 December 2017
  • , Updated: 12 December 2017, 12:31 PM IST
<p>ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି ବିବାଦୀୟ ପୋଲାଭରମ ଜଳସେଚନ ପ୍ରକଳ୍ପ ମାମଲାର ଶୁଣାଣି ହୋଇଛି। ପ୍ରକଳ୍ପକୁ ନେଇ ନରମ ଭାବ ପୋଷଣ କରିଛି ଓଡ଼ିଶା। ଓଡ଼ିଶା ପକ୍ଷରୁ କୋର୍ଟରେ ମତ ରଖିଛନ୍ତି ଓକିଲ ଗୋପାଳ ସୁବ୍ରମଣ୍ୟମ। ସେ କହିଛନ୍ତି, &ldquo;ଆପୋଷ ଆଲୋଚନା ମାଧ୍ୟମରେ ପ୍ରକଳ୍ପକୁ ନେଇ ଥିବା ଅସନ୍ତୋଷ ଦୂର ହୋଇପାରିବ। ପୋଲାଭରମରେ ଡ୍ୟାମ ହେଲେ ମାଲକାନଗିରି ଜିଲ୍ଲାର ଅନେକ ଅଞ୍ଚଳ ଜଳମଗ୍ନ ହେବ। ଡ୍ୟାମର ଉଚ୍ଚତା କମ୍&zwnj; ରହିଲେ ମାଲକାନଗିରି ଜିଲ୍ଲାର ଲୋକମାନେ ପ୍ରଭାବିତ ହେବେ ନାହିଁ।&rdquo;ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବୃଆରୀ ମାସରେ ହେବ।</p> <p>ପୋଲାଭରମ ମାମଲାରେ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ କଥାବାର୍ତ୍ତା ହୋଇଛନ୍ତି। ଏହି ପ୍ରକଳ୍ପ ଯୋଗୁ&nbsp; ମାଲକାନଗିରିର ବହୁ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି।</p>

Related story